Advertisment

ପପୁଆ ନ୍ୟୁ ଗିନି ଭୂସ୍ଖଳନ; ମାଟି ତଳେ ପୋତି ହୋଇଯାଇଛନ୍ତି ୨,୦୦୦ ଅଧିକ ଲୋକ

ଶୁକ୍ରବାର ପପୁଆ ନ୍ୟୁ ଗିନିରେ ଭୂସ୍ଖଳନ ଘଟିଥିଲା।

Papua New Guinea

Papua New Guinea

Advertisment

ପପୁଆ ନ୍ୟୁ ଗିନି ଭୂସ୍ଖଳନ ଘଟଣାରେ ଜାତୀୟ ବିପର୍ଯ୍ୟୟ କେନ୍ଦ୍ର ରିପୋର୍ଟ ପ୍ରକାଶ କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨,୦୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇଯାଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି।  

Advertisment

ଜାତୀୟ ବିପର୍ଯ୍ୟୟ କେନ୍ଦ୍ରର ଜଣେ ଅଧିକାରୀ ମିଳିତ ଜାତିସଂଘକୁ ଲେଖିଥିବା ପତ୍ରରେ କହିଛନ୍ତି, ଦେଶରେ ଶୁକ୍ରବାର ହୋଇଥିବା ଭୂସ୍ଖଳନରେ ୨,୦୦୦ରୁ ଅଧିକ ଲୋକଙ୍କ ଜୀବନ୍ତ ମାଟି ତଳେ ପୋତି ହୋଇ ଯାଇଛନ୍ତି। ଏଥିସହ ଶତାଧିକ କୋଠା-ବାଡ଼ି ମାଟିରେ ମିଶିଯାଇଛି। ଦେଶର ଅର୍ଥନୈତିକ ବ୍ୟବସ୍ଥା ଉପରେ ଗୁରତର ପ୍ରଭାବ ପଡ଼ିଛି।

ପ୍ରକାଶ ଥାଉକି, ଗତ ଶୁକ୍ରବାର ପପୁଆ ନ୍ୟୁ ଗିନିର ରାଜଧାନୀ ପୋର୍ଟ ମୋରସବିଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏଙ୍ଗା ପ୍ରଦେଶର କାଓକଲାମ ଗ୍ରାମରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ହଠାତ୍ ଭୁସ୍ଖଳନ ହେବାକୁ ହଜାର ହଜାର ଲୋକ ମାଟି ତଳେ ଚାପି ହୋଇ ଯାଇଥିଲେ। 

Advertisment

ପ୍ରାଥମିକ ସୂଚନାରେ ଶହେ କିମ୍ବା ତାଠୁ ସାମାନ୍ୟ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲା କିନ୍ତୁ ଗତକାଲି ଏକ ରିପୋର୍ଟରେ ୬୭୦ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଥିଲା। ଘଟଣାକୁ 3 ଦିନ ବିତି ସାରିଥିଲେ ମଧ୍ୟ ଏବେବି ଅଧିକାଂଶ ସ୍ଥାନରେ ଲୋକଙ୍କୁ ମାଟି ତଳୁ ଖୋଜାଚାଲିଛି। 

ଭୂସ୍ଖଳନ ପରେ ଏକାଧିକ ଭିଡିଓ ସୋଶାଲ ମିଡିଆରେ ଭଇରାଲ ହେଉଛି। ଲୋକମାନେ ପଥର ତଳୁ ଏବଂ ଅଳିଆଗଦାରୁ ଶବ ବାହାର କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। 

Landslide Papua New Guinea Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe