Advertisment

ପାକିସ୍ତାନରେ ବନ୍ୟା ବିଭୀଷିକା: ମୃତ୍ୟୁସଂଖ୍ୟା ୩୦୦ ପାର୍‌

ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଥିବା ବେଳେ ସେମାନଙ୍କ ପାଖରେ ସହାୟତା ଠିକ ଭାବେ ପହଞ୍ଚି ପାରୁନାହିଁ।

Pakistan

Pakistan

Advertisment

ପାକିସ୍ତାନରେ ବନ୍ୟାର ଭୟଙ୍କର ରୂପ। ଖାୟବର ପାଖତୁନଖ୍ୱାରେ ସୃଷ୍ଟି ହୋଇଥିବା ବନ୍ୟା ଲୋକଙ୍କ ଜୀବନ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୩୦୦ ପାର କରି ସାରିଲାଣି। ଅବିଶ୍ରାନ୍ତ ବର୍ଷା ଯୋଗୁ ଖାୟବର ପାଖତୁନଖ୍ୱାର ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି। ଏଥିଯୋଗୁ ଲୋକମାନେ ତ୍ରାହିତ୍ରାହି ଡାକିବାରେ ଲାଗିଛନ୍ତି। ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଥିବା ବେଳେ ସେମାନଙ୍କ ପାଖରେ ସହାୟତା ଠିକ ଭାବେ ପହଞ୍ଚି ପାରୁନାହିଁ।

Advertisment

ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖପାତ୍ର ଫୈଜିଙ୍କ କହିବା କଥା ଭୟଙ୍କର ବର୍ଷା, ବାଦଲ ଫାଟିବା ଓ ଅଚାନକ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୦୦ ପାର କରିଛି। ପ୍ରଦେଶର ବଜୌର, ବୁନେର, ସ୍ୱାଟ, ମନାହରା, ଶଙ୍ଘଲା, ଟୋରଘର ଓ ବାଟଗ୍ରାମ ଜିଲ୍ଲା ବନ୍ୟା ଯୋଗୁ ପ୍ରଭାବିତ ହୋଇଛି।

ପ୍ରାଣ ହରାଇଥିବା ୩୦୭ ଜଣଙ୍କ ମଧ୍ୟରୁ ବୁନେରରେ ସର୍ବାଧିକ ୧୮୪ ଜଣଙ୍କ ମୃତ୍ୟୁ ହୋଇଛି। ସଙ୍ଘଲାରେ ୩୬, ମନାହରାରେ ୨୩, ସ୍ୱାଟରେ ୨୨, ବଜୌରରେ ୨୧, ବାଟଗ୍ରାମରେ ୧୫, ଲୋୟର ଦିରରେ ୫ ଓ ଅବୋଟାବାଦରେ ଜଣେ ଶିଶୁ ପାଣିରେ ବୁଡ଼ା ପ୍ରାଣ ହରାଇଛନ୍ତି।

Advertisment

ଏବେ ବି ବନ୍ୟା ଜଳରେ ଭାସି ଯାଇ ଅନେକ ଲୋକ ନିଖୋଜ ରହିଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ବିଭନ୍ନ ସ୍ଥାନରେ ରାସ୍ତାଘାଟ ଓ ଘର ଦ୍ୱାର ଛିନଛତ୍ର ହୋଇଯାଇଛି। ବନ୍ୟା ପାଣିରେ ରାସ୍ତା ଭାସି ଯିବାରୁ ଏକାଧିକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି।

Pakistan Flash Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe