Advertisment

ଆମେରିକାର ଗ୍ରୀନ୍ କାର୍ଡକୁ ଅପେକ୍ଷା କରି ଆଖି ବୁଜିଦେବେ ୪ ଲକ୍ଷରୁ ଅଧିକ ଭାରତୀୟ: ରିପୋର୍ଟ

ରିପୋର୍ଟରେ ପ୍ରକାଶ। ଆମେରିକାର ଗ୍ରୀନ୍ କାର୍ଡ ପାଇବା ପୂର୍ବରୁ ୪ ଲକ୍ଷରୁ ଅଧିକ ଭାରତୀୟଙ୍କର ମୃତ୍ୟୁ ହୋଇ ସାରିଥିବ।

author-image
Debibandita Barick
ଅଦ୍ୟତନ ହୋଇଛି
US Green Card

US Green Card

ଆମେରିକାର ଗ୍ରୀନ୍ କାର୍ଡ ପାଇବା ପୂର୍ବରୁ ୪ ଲକ୍ଷରୁ ଅଧିକ ଭାରତୀୟଙ୍କର ମୃତ୍ୟୁ ହୋଇ ସାରିଥିବ। ସେଠାରେ ବାସ କରୁଥୁବା ପ୍ରାୟ ୪ ଲକ୍ଷ ଭାରତୀୟ ଆମେରିକା ଗ୍ରୀନ୍ କାର୍ଡକୁ ଅପେକ୍ଷା କରି କରି ଆରପାରିକୁ ଚାଲିଯିବେ ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି। ରିପୋର୍ଟରେ କୁହାଯାଇଛି ଯେ, ଆମେରିକାର ରୋଜଗାର ଭିତ୍ତିକ ଗ୍ରୀନ କାର୍ଡ ବ୍ୟାକଲଗରେ ୧୧ ଲକ୍ଷରୁ ଅଧିକ ଭାରତୀୟଙ୍କ ଆବେଦନ ଏବେ ବିଚାରାଧୀନ ଅବସ୍ଥାରେ ପଡିରହିଛି।

Advertisment

ଏହି ଗ୍ରୀନ୍ କାର୍ଡ ବା ସ୍ଥାୟୀ ରେସିଡେଣ୍ଟ କାର୍ଡ ହେଉଛି ଆମେରିକାର ପ୍ରବାସୀମାନଙ୍କୁ ସ୍ଥାୟୀ ବାସସ୍ଥାନ ପ୍ରଦାନ କରୁଥିବା ଏକ ଦଲିଲ। ଏହି ଦଲିଲ୍ ପାଇବା ପାଇଁ ପ୍ରାୟ ୧୧ ଲକ୍ଷ ଭାରତୀୟ ଆବେଦନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ସମାଧାନ ହୋଇପାରି ନାହିଁ। ଏହାର ସମାଧାନ ହେବା ପୂର୍ବରୁ ପ୍ରାୟ ୪ ଲକ୍ଷ ଭାରତୀୟଙ୍କର ମୃତ୍ୟୁ ହୋଇ ସାରିଥିବ ବୋଲି ଏକ ଅଧ୍ୟୟନରୁ ପ୍ରକାଶ ପାଇଛି।

ଆମେରିକାରେ ଥିବା ଥିଙ୍କ୍ ଟ୍ୟାଙ୍କ କ୍ୟାଟୋ ଇନଷ୍ଟିଚ୍ୟୁଟ୍ ରିପୋର୍ଟରେ କହିଛି ଯେ, ବର୍ତ୍ତମାନ ଦେଶରେ ବିଚାରାଧୀନ ଥିବା ୧୮ ଲକ୍ଷ ନିଯୁକ୍ତି ଭିତ୍ତିକ ଗ୍ରୀନ୍ କାର୍ଡ ଆବେଦନରେ ୬୩% ଭାରତୀୟ ଅଛନ୍ତି। ଏହି ବ୍ୟାକଲଗରେ ପରିବାର ପ୍ରାୟୋଜିତ(ଫ୍ୟାମିଲି-ସ୍ପୋନସୋର୍ଡ) ସିଷ୍ଟମରୁ ୮୩ ଲକ୍ଷ ବିଚାରାଧୀନ ମାମଲା ମଧ୍ୟ ଯୋଗ କରାଯାଇଛି। ଏହିସବୁ ଆବେଦନର ସମାଧାନ ସରୁ ସରୁ ଯଦି ଆମେରିକାରେ ନୂଆ ଭାରତୀୟ ଆବେଦନ କରନ୍ତି ତେବେ ତାଙ୍କୁ ଗ୍ରୀନ୍ କାର୍ଡ ପାଇବା ପାଇଁ ପ୍ରାୟ ୧୩୪ ବର୍ଷରୁ ଅଧିକ ସମୟ ଲାଗିଯିବ।

Advertisment

ଫଳରେ ୪ ଲକ୍ଷ ୨୪ ହଜାର ରୋଜଗାର ଭିତ୍ତିକ ଆବେଦନକାରୀ ଅପେକ୍ଷା କରି କରି ମରିଯିବେ ଏବଂ ସେମାନଙ୍କ ମଧ୍ୟରୁ 90% ରୁ ଅଧିକ ଭାରତୀୟ ଥିବେ। ବର୍ତ୍ତମାନ ସମସ୍ତ ନୂତନ ନିଯୁକ୍ତିଦାତା ପ୍ରାୟୋଜିତ ଆବେଦନକାରୀଙ୍କ ମଧ୍ୟରୁ ଅର୍ଦ୍ଧେକ ଭାରତୀୟ ବୋଲି ରିପୋର୍ଟରେ କୁହାଯାଇଛି।

US Green Card US Green Card For Indian