/odisha-reporter/media/post_attachments/uploadimage/library/16_9/16_9_0/Iran_1736253965.jpg)
Iran
ସରିଛି ୨୦୨୪। ଆରମ୍ଭ ହୋଇ ସାରିଲାଣି ୨୦୨୫। କିନ୍ତୁ ୨୦୨୪ରେ ଇରାନରେ ୯୦୦ରୁ ଅଧିକ ଲୋକଙ୍କୁ ମୃତ୍ୟୁ ଦଣ୍ଡ ମିଳିଛି। ଏପରି କି ଡିସେମ୍ବର ମାସର ଗୋଟିଏ ସପ୍ତାହରେ ରେକର୍ଡ ୪୦ ଜଣଙ୍କୁ ମିଳିଥିଲା ମୃତ୍ୟୁଦଣ୍ଡ। ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ଭୋଲକର ଟୁର୍କ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବର୍ଷକୁ ବର୍ଷ ଇରାନରେ ଅଧିକରୁ ଅଧିକ ଲୋକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ଆମକୁ ଦେଖିବାକୁ ପଡ଼ୁଛି। ଏହା ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ୨୦୨୪ରେ ଇରାନରେ ୯୦୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଅଯାଇଛି। ଏହା ଉପରେ ଇରାନ ରୋକ ଲଗାଇବା ଦରକାର।
ଇରାନରେ ହତ୍ୟା, ନିଶା ଦ୍ରବ୍ୟ ଚାଲାଣ, ଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଚାଇନା ବ୍ୟତୀତ ଇରାନରେ ପ୍ରତିବର୍ଷ ମୃତ୍ୟୁ ଦଣ୍ଡ ପାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ଚାଇନାରେ ମଧ୍ୟ ଲୋକଙ୍କୁ ମୃତ୍ୟୁଦଣ୍ଡ ମିଳୁଛି। କିନ୍ତୁ ଏହାର ତଥ୍ୟ ଚାଇନା ସାର୍ବଜନୀନ କରୁନାହିଁ। ଆଶଙ୍କା କରାଯାଉଛି ଯେ ଇରାନ ତୁଳନାରେ ଚାଇନାରେ ଅଧିକ ଲୋକ ସର୍ବୋଚ୍ଚ ଦଣ୍ଡରେ ଦଣ୍ଡିତ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
