Advertisment

ଗୋଟିଏ ସପ୍ତାହରେ ୪୦ ଜଣଙ୍କ ସମେତ ୯୦୦ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେଇଛି ଏହି ଦେଶ

୨୦୨୪ରେ ଇରାନରେ ୯୦୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଅଯାଇଛି।

Iran

Iran

Advertisment

ସରିଛି ୨୦୨୪। ଆରମ୍ଭ ହୋଇ ସାରିଲାଣି ୨୦୨୫। କିନ୍ତୁ ୨୦୨୪ରେ ଇରାନରେ ୯୦୦ରୁ ଅଧିକ ଲୋକଙ୍କୁ ମୃତ୍ୟୁ ଦଣ୍ଡ ମିଳିଛି। ଏପରି କି ଡିସେମ୍ବର ମାସର ଗୋଟିଏ ସପ୍ତାହରେ ରେକର୍ଡ ୪୦ ଜଣଙ୍କୁ ମିଳିଥିଲା ମୃତ୍ୟୁଦଣ୍ଡ। ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ଭୋଲକର ଟୁର୍କ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ବର୍ଷକୁ ବର୍ଷ ଇରାନରେ ଅଧିକରୁ ଅଧିକ ଲୋକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ଆମକୁ ଦେଖିବାକୁ ପଡ଼ୁଛି। ଏହା ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ୨୦୨୪ରେ ଇରାନରେ ୯୦୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଅଯାଇଛି। ଏହା ଉପରେ ଇରାନ ରୋକ ଲଗାଇବା ଦରକାର।

ଇରାନରେ ହତ୍ୟା, ନିଶା ଦ୍ରବ୍ୟ ଚାଲାଣ, ଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଚାଇନା ବ୍ୟତୀତ ଇରାନରେ ପ୍ରତିବର୍ଷ ମୃତ୍ୟୁ ଦଣ୍ଡ ପାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି।

Advertisment

ଚାଇନାରେ ମଧ୍ୟ ଲୋକଙ୍କୁ ମୃତ୍ୟୁଦଣ୍ଡ ମିଳୁଛି। କିନ୍ତୁ ଏହାର ତଥ୍ୟ ଚାଇନା ସାର୍ବଜନୀନ କରୁନାହିଁ। ଆଶଙ୍କା କରାଯାଉଛି ଯେ ଇରାନ ତୁଳନାରେ ଚାଇନାରେ ଅଧିକ ଲୋକ ସର୍ବୋଚ୍ଚ ଦଣ୍ଡରେ ଦଣ୍ଡିତ ହେଉଛନ୍ତି।

Iran Capital Punishment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe