Advertisment

ଭାରତ ସହ ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ: ଆମେରିକା ଗସ୍ତରେ ପୁଣି ଯିବେ ପାକିସ୍ତାନ ସେନାଧ୍ୟକ୍ଷ

ଭାରତ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଯୁଦ୍ଧ ଜାରି ରଖିଥିବା ବେଳେ ମୁନିରଙ୍କ ୱାଶିଂଟନ ଗସ୍ତର ସୂଚନା ଆସିଛି।

Trump

Trump

Advertisment

ପାକିସ୍ତାନ ଆର୍ମି ଚିଫ ଫିଲ୍ଡ ମାର୍ଶଲ ଅସିମ ମୁନିର ପୁଣିଥରେ ଆମେରିକା ଗସ୍ତରେ ଯିବେ। ଏହା ୨ ମାସ ମଧ୍ୟରେ ତାଙ୍କର ଦ୍ୱିତୀୟ ଆମେରିକା ଗସ୍ତ। ଏନେଇ ପାକିସ୍ତାନ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ମୁନିରଙ୍କ ଏପରି ଗସ୍ତ ଆମେରିକା ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବନ୍ଧୁତାର ସଙ୍କେତ ଦେଇଛି। ଭାରତ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଯୁଦ୍ଧ ଜାରି ରଖିଥିବା ବେଳେ ମୁନିରଙ୍କ ୱାଶିଂଟନ ଗସ୍ତର ସୂଚନା ଆସିଛି।

Advertisment

ଭାରତକୁ ଟାରିଫ ଝଟକା ଦେଇଥିବା ଟ୍ରମ୍ପ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇଛନ୍ତି। ପାକିସ୍ତାନ ସହ ବାଣିଜ୍ୟ ଚୁକ୍ତି କରିବା ସହ ଟ୍ରମ୍ପ ଇସଲାମାବାଦ ଉପରେ ମାତ୍ର ୧୯% ଟାରିଫ ଲଗାଇଛନ୍ତି। ଭାରତ ଉପରେ ୫୦% ଟାରିଫ ଲଗାଇ ଟ୍ରମ୍ପ ବାରମ୍ବାର ଧମକ ଦେଇଚାଲିଛନ୍ତି। ଏପରି ସ୍ଥିତିରେ ମୁନିର ଆମେରିକା ଗସ୍ତ କରିବା ନିଶ୍ଚିତ ଗୁରୁତ୍ୱ ବହନ କରୁଛି।

ଏହାପୂର୍ବରୁ ପାକିସ୍ତାନ ଫିଲ୍ଡ ମାର୍ଶଲ ମୁନିର ଜୁନ ମାସରେ ୱାଶିଂଟନ ଗସ୍ତ କରିଥିଲେ। ହ୍ୱାଇଟ ହାଉସରେ ଟ୍ରମ୍ପ ନିଜେ ତାଙ୍କୁ ସ୍ୱାଗତ କରିବା ସହ ଲଞ୍ଚ ପରସି ଦେଇଥିଲେ। ଉକ୍ତ ଗସ୍ତ ସମୟରେ ସେ ପୁଣି ଆମେରିକା ଆସିବେ ବୋଲି ସଙ୍କେତ ଦେଇଥିଲେ। ଏବେ ମୁନିର ଆମେରିକା ଗସ୍ତ କରିବେ ବୋଲି ଜଣାପଡ଼ିଛି।

Advertisment

ମୁନିରଙ୍କ ଗସ୍ତ ପୂର୍ବରୁ ଆମେରିକା ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ (ସିଇଏନଟିସିଓଏମ) ଜେନେରାଲ ମାଇକେଲ ଇରିକ କୁରିଲ୍ଲା ଜୁଲାଇ ମାସରେ ପାକିସ୍ତାନ ଆସିଥିଲେ। ଏହି ସମୟରେ ପାକିସ୍ତାନୀ ସରକାର ଜେନେରାଲ କୁରିଲ୍ଲାଙ୍କୁ ନିଶାନ-ଇ-ଇମତିଆଜ(ସାମରିକ) ସମ୍ମାନରେ ସମ୍ମାନୀତ କରିଥିଲେ।

Asim Munir Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe