Advertisment

ହାଫିଜ ‘ଶବ୍ଦ’ରେ ଭାରତକୁ ଧମକ ଦେଲା ପାକିସ୍ତାନ ସେନା

ପହଲଗାମ ନରସଂହାର ପରେ ଭାରତ ସରକାର ପାକିସ୍ତାନ ସହ ସିନ୍ଦୁ ଜଳ ଚୁକ୍ତିକୁ ବାତିଲ କରି ଦେଇଛନ୍ତି। ପାକିସ୍ତାନକୁ ପାଣି ଛଡ଼ା ଯିବ ନାହିଁ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

author-image
Hemant Lenka
Pakistan

Pakistan

ପାକିସ୍ତାନ ସେନା ଓ ଦେଶରେ ସକ୍ରିୟ ଆତଙ୍କବାଦୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ପୁଣି ଥରେ ସାମ୍ନାକୁ ଆସିଛି। ପାକିସ୍ତାନ ସେନାର ଜଣେ ମୁଖପାତ୍ର ଭାରତକୁ ଧମକ ଦେବା ବେଳେ ବିଶ୍ୱସ୍ତରୀୟ ଆତଙ୍କବାଦୀ ହାଫିଜ ସୟିଦ ଯେଉଁ ସବୁ ଶବ୍ଦ ପ୍ରୟୋଗ କରିଥିଲା, ତା’କୁ ଦୋହରାଇଛନ୍ତି। ଏଥିରୁ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ପାଇଁ ଓ ଆତଙ୍କବାଦୀମାନେ ପାକିସ୍ତାନ ସେନା ପାଇଁ କାମ କରୁଥିବା ସ୍ପଷ୍ଟ ହୋଇଛି। ଆତଙ୍କବାଦୀ ଓ ପାକିସ୍ତାନ ସେନା ମଧ୍ୟରେ କୌଣସି ପାର୍ଥକ୍ୟ ନଥିବା ଏହି ଘଟଣା ପରେ ପୁଣିଥରେ ପ୍ରମାଣିତ ହୋଇଯାଇଛି।

Advertisment

ପାକିସ୍ତାନ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ ଗୋଟିଏ ପାକିସ୍ତାନୀ ବିଶ୍ୱବିଦ୍ୟାଳୟରେ ଭାଷଣ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଭାଷଣ ଦେବା ବେଳେ ଭାରତକୁ ସେ ଖୋଲା ଖୋଲି ଭାବେ ଧମକ ଦେଇଛନ୍ତି। ଅପରେସନ ସିନ୍ଦୂର ବେଳେ ଭାରତ ଠାରୁ ମାତ ଖାଇଥିଲେ ହେଁ ପାକିସ୍ତାନର ମୁହଁ ଫୁଟାଣି ଆଦୌ ଭାଙ୍ଗି ନାହିଁ।

ଏକଥା ଶରିଫ ଚୌଧୁରୀଙ୍କ ଭାଷଣରୁ ଜଣାପଡ଼ୁଛି। ସେ କହିଛନ୍ତି, “ଯଦି ତୁମେ ଆମର ପାଣି ଅଟକାଇବ, ତା’ହେଲେ ଆମେ ତୁମର ଶ୍ୱାସ ବନ୍ଦ କରିଦେବୁ।” ପହଲଗାମ ନରସଂହାର ପରେ ଭାରତ ସରକାର ପାକିସ୍ତାନ ସହ ସିନ୍ଦୁ ଜଳ ଚୁକ୍ତିକୁ ବାତିଲ କରି ଦେଇଛନ୍ତି। ପାକିସ୍ତାନକୁ ପାଣି ଛଡ଼ା ଯିବ ନାହିଁ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶରିଫ ଚୌଧୁରୀ ଏପରି କଥା କହିଛନ୍ତି।

Advertisment

ଏହାପୂର୍ବରୁ ଲସ୍କର-ଇ-ତାଏବା ମୁଖ୍ୟ ହାଫିଜ ସୟିଦ ମଧ୍ୟ ଭାରତକୁ ଧମକ ଦେଇ ସମାନ କଥା କହିଥିଲା। ସେ କହିଥିଲା, “ଯଦି ତୁମେ ପାଣି ବନ୍ଦ କରିଦେବ, ଆମେ ତୁମର ନିଶ୍ୱାସ ବନ୍ଦ କରିଦେବୁ। ଏହାପରେ ଏସବୁ ନଦୀ ଗୁଡ଼ିକରେ ରକ୍ତ ବହିବ।” ହାଫିଜ ଓ ପାକିସ୍ତାନ ସେନା ମୁ‌ଖପାତ୍ର ଭାରତ ବିରୋଧରେ ସମାନ ଶବ୍ଦ ପ୍ରୟୋଗ କରିଥିବାରୁ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ପାର୍ଥକ୍ୟ ନଥିବା ମତ ପ୍ରକାଶ ପାଇବାରେ ଲାଗିଛି।

ଆଫଗାନ ରାଜନେତା ତଥା ପୂର୍ବତନ ସାଂସଦ ମାରିଅମ ସୋଲାଇମାନଖିଲ କହିଛନ୍ତି, ଯାହା ଜଣାପଡ଼ୁଛି ଶରିଫ ଚୌଧୁରୀ ଲସ୍କର ଇ ତାଏବାର ପ୍ରତିଷ୍ଠାତା ହାଫିଜ ସୟିଦର ଶବ୍ଦକୁ କପି କରିଛନ୍ତି। ମୁଁ ଭାବୁଛି ପାକିସ୍ତାନ ସେନା ପ୍ରତିଷ୍ଠିତ ଆତଙ୍କବାଦୀମାନଙ୍କୁ ନିଜ ତରଫରୁ ଲେଖାଯାଇଥିବା ଶବ୍ଦ ଗୁଡ଼ିକୁ ଶେୟାର କରାଯାଇଛି।

Pakistan Terrorist Hafiz Saeed