/odisha-reporter/media/media_files/2025/12/10/army-2025-12-10-14-16-15.jpg)
ଜେନେରାଲ ଚୌଧୁରୀ ଓ ମହିଳା ସାମ୍ବାଦିକ
ସବୁ ବେଳେ ମିଛ କହି ଲୋକଙ୍କୁ ଭ୍ରମିତ କରୁଥିବା ପାକିସ୍ତାନ(Pakistan) ସେନାର ମୁଖପାତ୍ରଙ୍କ ଆଉ ଗୋଟିଏ ଅସଲ ଚରିତ୍ର ସାମ୍ନାକୁ ଆସିଛି। ଅଭଦ୍ରାମୀର ସୀମା ଟିପିଛନ୍ତି ପାକିସ୍ତାନ ଆଇଏସପିଆର ମହାନିର୍ଦ୍ଦେଶ ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ। ସେ ସର୍ବସମ୍ମୁଖରେ ଜଣେ ମହିଳା ସାମ୍ବାଦିକଙ୍କୁ ରାସ୍ତା କଡ଼ର ଟପ୍ପୋରି ଭଳି ଆଖି ମାରିଛନ୍ତି।
ମହିଳା ସାମ୍ବାଦିକ ଜଣଙ୍କ ପ୍ରେସ କନଫରେନ୍ସରେ ପ୍ରଶ୍ନ କରୁଥିବା ବେଳେ ଜେନେରାଲ ଅହମଦ ଶରିଫ ଚୌଧୁରୀ ତାଙ୍କୁ ଆଖି ମାରୁଥିବାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ସାମ୍ବାଦିକ ଅବସା କୋମଲ ମାଇକ ଧରି ଜେନେରାଲ ଅହମଦ ଶରିଫ ଚୌଧୁରୀଙ୍କୁ କିଛି ପ୍ରଶ୍ନ କରୁଛନ୍ତି। ଜେଲରେ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେନେରାଲ ଚୌଧୁରୀ ଜାତୀୟ ସୁରକ୍ଷା ପ୍ରତି ବିପଦ, ଦେଶ ବିରୋଧୀ ତତ୍ତ୍ୱ ଓ ସେ ଦିଲ୍ଲୀର କାଠ କଣ୍ଢେଇ ଭଳି କାମ କରୁଥିବା ଅଭିଯୋଗ କରିଥିବାରୁ କୋମଲ ସେହି ସମ୍ପର୍କରେ ପ୍ରଶ୍ନ କରିଥିଲେ।
ସେ ପଚାରିଥିଲେ ଯେ “ଏହା ଅତୀତ ଠାରୁ କେମିତି ଭିନ୍ନ କିମ୍ବା ଆମେ ଭବିଷ୍ୟତରେ କିଛି ପରିବର୍ତ୍ତନ ଆଶା କରିପାରିବୁ କି ନା ଏହା କେବଳ ଇମ୍ରାନ ଖାନଙ୍କ ବିରୋଧରେ ବୟାନବାଜୀ?’’ ଚୌଧୁରୀ କଥା ବୁଲାଇ ଇମ୍ରାନ ଖାନଙ୍କ ଉଦ୍ଦେଶ୍ୟରେ ୪ର୍ଥ ପଏଣ୍ଟ ଆଡ କରି ସେ ଜଣେ ମାନସିକ ରୋଗୀ ମଧ୍ୟ କହିଥିଲେ। ଏହା କହିବା ପରେ ସେ କୋମଲଙ୍କୁ ଚାହିଁ ସ୍ମିତ ହାସ୍ୟ ଦେଇଥିଲେ ଓ ଅଭଦ୍ରଙ୍କ ଭଳି ବାମ ଆଖି ମାରିଥିଲେ।
ଏହା ଦେଖି କୋମଲ ମଧ୍ୟ ସର୍ବସମ୍ମୁଖରେ ନିଜକୁ ଅସ୍ୱାଭିକ ମନେ କରିଥିଲେ। ଜେନେରାଲ ଅହମଦ ଶରିଫ ଚୌଧୁରୀଙ୍କ ଆଖି ମରା ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ସେ ସେନାରେ କାମ କରିବାକୁ ଯୋଗ୍ୟ ନୁହନ୍ତି ବୋଲି ଅନେକ ମତ ରଖିଛନ୍ତି।
ଭାରତର ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ସରକାରଙ୍କ ମିଛ ପ୍ରଚାରର ଦାୟିତ୍ୱ ଜେନେରାଲ ଅହମଦ ଶରିଫ ଚୌଧୁରୀ ହିଁ ପାଇଥିଲେ। ଭାରତର ଘନଘନ ଆକ୍ରମଣରେ ପାକିସ୍ତାନ ଘାଇଲା ହୋଇଥିଲେ ହେଁ ଚୌଧୁରୀ ସାମ୍ନାକୁ ଆସି ବାହାସ୍ଫୋଟ ମାରୁଥିଲେ। ତାଙ୍କ ମିଛ ବାରମ୍ବାର ପର୍ଦ୍ଦାଫାସ ହୋଇଥିଲେ ହେଁ ସେ ନିଜ ପ୍ରକୃତରେ ପରିବର୍ତ୍ତନ କରି ନଥିଲେ। ଏବେ ତାଙ୍କର ଅଭଦ୍ରାମୀ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
