Advertisment

ଇସ୍ରାଏଲ ଓ ଇରାନ ଲଢ଼େଇରେ ଫସିଲା ପାକିସ୍ତାନ

ଇରାନକୁ ଖୋଲା ସମର୍ଥନ କରୁଥିବା ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିବା ପରେ ଇସଲାମାବାଦ ଏବେ ପଛ ଘୁଞ୍ଚା ଦେଇଛି। ଇରାନକୁ ପାକିସ୍ତାନ ପକ୍ଷରୁ ସେଭଳି କୌଣସି ପ୍ରକାରର ପ୍ରତିଶ୍ରୁତି ଦିଆଯାଇ ନଥିବା ଇସଲାମାବାଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Iran

Iran

Advertisment

ଇରାନ ଓ ଇସ୍ରାଏଲ ମଧ୍ୟରେ ଗତ ୪ ଦିନ ହେଲା ଘମାଘୋଟ ଲଢ଼େଇ ଜାରି ରହିଛି। ଶୁକ୍ରବାର ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକର ଜବାବ ଇରାନ ଦେବାରୁ ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଆଶଙ୍କା ପ୍ରକାଶ ପାଇଛି। ଏପରି ସ୍ଥିତିରେ ଇରାନକୁ ସମର୍ଥନ କରି ଫସି ଯାଇଛି ପାକିସ୍ତାନ। ଇସ୍ରାଏଲ କରିଥିବା ଆକ୍ରମଣକୁ ପାକିସ୍ତାନ ଖୋଲା ବିରୋଧ କରି ଇରାନର ସାଥ ଦେଇଥିଲା।

Advertisment

ଯଦି ଇସ୍ରାଏଲ କୌଣସି ପରମାଣୁ ଅସ୍ତ୍ର ଇରାନ ଉପରେ ମାଡ଼ କରିବ, ତା’ହେଲେ ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇ ତେଲ ଅଭିଭ ଉପରେ ଆଣବିକ ଯୁଦ୍ଧାସ୍ତ୍ର ମାଡ଼ କରିବ ବୋଲି ତେହରାନକୁ ପ୍ରତିଶ୍ରୁତି ଦେଇଛି। ଏ ସମ୍ପର୍କରେ ଇରାନର ଜଣେ ବରିଷ୍ଠ ଅଧିକାରୀ ଦାବି କରିବା ପରେ ପାକିସ୍ତାନର ଅଡ଼ୁଆ ବଢ଼ିଥିଲା।

ଇରାନକୁ ଖୋଲା ସମର୍ଥନ କରୁଥିବା ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିବା ପରେ ଇସଲାମାବାଦ ଏବେ ପଛ ଘୁଞ୍ଚା ଦେଇଛି। ଇରାନକୁ ପାକିସ୍ତାନ ପକ୍ଷରୁ ସେଭଳି କୌଣସି ପ୍ରକାରର ପ୍ରତିଶ୍ରୁତି ଦିଆଯାଇ ନଥିବା ଇସଲାମାବାଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Advertisment

ଆଇଆରଜିସି କମାଣ୍ଡର ତଥା ଇରାନର ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ ଜେନେରାଲ ମୋହଶୀନ ରେଜାଇ ଗୋଟିଏ ଇରାନୀୟ ଗଣମାଧ୍ୟମକୁ କହିଥିଲେ ଯେ “ପାକିସ୍ତାନ ଆମକୁ କହିଛି ଯେ ଯଦି ଇସ୍ରାଏଲ କୌଣସି ପ୍ରକାରର ଆଣବିକ ବୋମା ଇରାନ ଉପରେ ମାଡ଼ କରିବ, ତା’ହେଲେ ପାକିସ୍ତାନ ମଧ୍ୟ ଆଣବିକ ବୋମା ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ କରିବ।” ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇଛି।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆସିଫ ଏପରି ଦାବିକୁ ଖଣ୍ଡନ କରିଛନ୍ତି। ଏଥିସହ ଇସଲାମାବାଦ ପକ୍ଷରୁ ଇରାନକୁ ସେଭଳି କୌଣସି ପ୍ରତିଶ୍ରୁତି ଦିଆ ଯାଇ ନଥିବା ସେ ସ୍ପଷ୍ଟ କରିଛନ୍ତି। ଯଦିଓ ପାକିସ୍ତାନ ପକ୍ଷରୁ ଇରାନକୁ କୌଣସି ଆଣବିକ ସହାୟତାର ପ୍ରତିଶ୍ରୁତି ଦିଆଯାଇ ନାହିଁ, କିନ୍ତୁ ଇସ୍ରାଏଲ ସହ ଲଢ଼େଇରେ ଇସଲାମାବାଦ ସଂପୂର୍ଣ୍ଣ ଭାବେ ତେହରାନ ସହ ରହିଥିବା କଥା କହିଛନ୍ତି।

ଜୁନ ୧୪ରେ ପ୍ରତିରକ୍ଷା ମନ୍ତ୍ରୀ ଆସିଫ ପାକିସ୍ତାନ ସଂସଦକୁ କହିଥିଲେ ଯେ ଇସ୍ରାଏଲ ବିରୋଧରେ ବିଶ୍ୱର ମୁସଲିମ ରାଷ୍ଟ୍ରଗୁଡ଼ିକ ଏକାଠି ହେବା ଦରକାର। ନଚେତ ମୁସଲିମ ରାଷ୍ଟ୍ରଗୁଡ଼ିକର ଅବସ୍ଥା ଇରାନ ଓ ପାଲେଷ୍ଟାଇନ ଭଳି ହେବ। ଇସ୍ରାଏଲ ପକ୍ଷରୁ ଇରାନ, ୟେମେନ ଓ ପାଲେଷ୍ଟାଇନକୁ ଟାର୍ଗେଟ କରାଯାଇଛି। ଏପରି ସ୍ଥିତିରେ ମୁସଲିମ ରାଷ୍ଟ୍ରଗୁଡ଼ିକୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଥିଲେ।

Iran Israel Conflict Iran Israel War Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe