/odisha-reporter/media/post_attachments/uploadimage/library/16_9/16_9_0/Pakistan_1750145566.jpg)
Pakistan
ଅନଲାଇନରେ ସମାଲୋଚିତ ହେବାକୁ ସତେ ଯେମିତି ପାକିସ୍ତାନର ନେତା ଓ ମନ୍ତ୍ରୀମାନେ ପଣ କରିଛନ୍ତି। ପୂର୍ବରୁ ବାରମ୍ବାର ଅଜବ ଦାବି କରି ଟ୍ରୋଲର ଶିକାର ହୋଇଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଏବେ ଆଉ ଗୋଟିଏ ବୟାନ ଦେଇଛନ୍ତି। ଏଥିରେ ସେ ଆଇପିଏଲ ଫ୍ଲଡ ଲାଇଟ୍ ହ୍ୟାକ କରିଥିବା କଥା କହି ତୀବ୍ର ସମାଲୋଚିତ ହୋଇଛନ୍ତି।
ପାକିସ୍ତାନ ସଂସଦରେ ଭାଷଣ ଦେବା ବେଳେ ଆସିଫ ଦାବି କରିଛନ୍ତି ଯେ ତାଙ୍କ ଦେଶର ତଥାକଥିତ ସାଇବର ଯୋଦ୍ଧାମାନେ ଆଇପିଏଲ ସମୟରେ ଭାରତର ଗୋଟିଏ ଷ୍ଟାଡିୟମର ଫ୍ଲଡ ଲାଇଟକୁ ବନ୍ଦ କରି ଦେଇଥିଲେ। ସମ୍ଭବତଃ ସେ ମେ’ ୮ ତାରିଖରେ ଅଧାରୁ ବନ୍ଦ ହୋଇଥିବା ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ କଥା କହିଛନ୍ତି।
ଏହି ମ୍ୟାଚ୍ଟି ହିମାଚଳ ପ୍ରଦେଶରେ ଅନୁଷ୍ଠିତ ହେଉଥିଲା। ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହ ତିକ୍ତତା ଆରମ୍ଭରୁ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳର ଲାଇଟକୁ ବନ୍ଦ କରାଯାଇଥିଲା। ଏହିକ୍ରମରେ ଷ୍ଟାଡିୟମ ଫ୍ଲଡ ଲାଇଟ ବି ବନ୍ଦ ହୋଇଥିଲା। ତେଣୁ ମ୍ୟାଚ୍ ଅଧାରୁ ବାତିଲ ହୋଇଥିଲା। ଏହାର ଶ୍ରେୟ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଆସିଫ ନିଜ ଦେଶର ତଥାକଥିତ ସାଇବର ଯୋଦ୍ଧାମାନଙ୍କୁ ଦେଇଛନ୍ତି।
ସେ କହିଛନ୍ତି, “ଭାରତ ଏଯାଏ ମଧ୍ୟ ବୁଝି ପାରି ନାହିଁ ଯେ ଏସବୁ ପାକିସ୍ତାନର ସ୍ୱଦେଶୀ ଟେକ୍ନୋଲୋଜିର ଚମତ୍କାରିତା। ଆମ ସାଇବର ଯୋଦ୍ଧାମାନେ ଭାରତର ଉପରେ ଆଟାକ କରିଥିଲେ। ସେମାନେ ଭାରତର ଗୋଟିଏ କ୍ରିକେଟ ଷ୍ଟାଡିୟମର ଲାଇଟକୁ ଲିଭା ଦେଇଥିଲେ। ଲାଇଟ କଟିଥିଲା ଓ ଆଇପିଏଲ ମ୍ୟାଚ୍ ବନ୍ଦ ହୋଇଯାଇଥିଲା। ଭାରତର ଡ୍ୟାମରୁ ପାଣି ବାହାରିଥିଲା ଓ ସେମାନଙ୍କର ବୈଦ୍ୟୁତିକ ଗ୍ରୀଡ ଅଚଳ ହୋଇ ଯାଇଥିଲା। ଏସବୁ ଆକ୍ରମଣ ଥିଲା। ସାଇବର ଆଟାକର ଏହା ଅଂଶ ବିଶେଷ। ଏହି ଆଟାକ ଆମ ସାଇବର ଯୋଦ୍ଧାମାନେ କରିଥିଲେ।”
Pakistan Defence Minister: Our Cyber warriors did Wonder during this War with India - We Switched off FLOOD LIGHTS during IPL Match pic.twitter.com/k4eMe0uCMA
— Megh Updates 🚨™ (@MeghUpdates) June 14, 2025
ଆସିଫଙ୍କ ଏହି ୨୯ ସେକେଣ୍ଡର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଜଣେ ଲେଖିଛନ୍ତି, “ସାଇବର ବିଷୟବସ୍ତୁ ପାକିସ୍ତାନରେ ଭିନ୍ନ କି ନୁହେଁ?” ଆଉ ଜଣେ ଲେଖିଛନ୍ତି, “ଆପଣ ଜାଣିଛନ୍ତି କି ଆଇପିଏଲ ଫ୍ଲଡ ଲାଇଟ ୱାଇଫାଇରେ ଚାଲେ ନାହିଁ। ଫ୍ଲଡ ଲାଇଟ ଗୋଟିଏ ସୁରକ୍ଷିତ ବୈଦ୍ୟୁତିକ ବ୍ୟବସ୍ଥାରେ ଚାଲେ। ତୁମେ କେବେ ହେଲେ ଗୋଟିଏ ଘରୋଇ ରୁଟର ଦ୍ୱାରା ସେଗୁଡ଼ିକୁ ହ୍ୟାକ କରିପାରିବ ନାହିଁ।
ଷ୍ଟାଡିୟମ ଲାଇଟକୁ ସାଇବର ଆଟାକ ଦ୍ୱାରା ବନ୍ଦ କରି ଦେଇଥିବା ଦାବି କରିବାର ଅର୍ଥ ତୁମମାନଙ୍କର ପାଠପଢ଼ା ମଦ୍ରାସାରେ ହୋଇଥିବା ପ୍ରମାଣିତ ହୋଇଛି। ତୁମେମାନେ ସାଇନ୍ସ କ୍ଲାସ କରିନ। ପରବର୍ତ୍ତୀ ସମୟରେ ସ୍କୋରବୋର୍ଡକୁ ହ୍ୟାକ କରିବାକୁ ଉଦ୍ୟମ କର। ଅତିକମରେ ଏହାର ବଟନ ରହିଛି।”
ଯଦି ଲାଇଟର ସୁଇଚକୁ ବନ୍ଦ କରିବା ସାଇବର ବିଜୟ, ତା’ହେଲେ ମୋର ୩ ବର୍ଷୀୟ ପୁତୁରା ମଧ୍ୟ ବିଶ୍ୱ ପାଇଁ ବିପଦ। କାରଣ ସେ ଏକଦା ଜୁମ ମିଟିଂ ବେଳେ ମୋ ୱାଇଫାଇ ପ୍ଲଗକୁ ବାହାର କରି ଦେଇଥିଲା ବୋଲି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
