Advertisment

ରାତାରାତି କୋଟି ପତି ହୋଇଗଲେ ମାଛ ଧରାଳୀ

ସେ ଧରିଥିବା ବିରଳ ମାଛ ମେଡିସିନ ପ୍ରସ୍ତୁତି ଓ ଉପକରଣରେ ବ୍ୟବହାର ହୋଇଥାଏ। ତେଣୁ ଅକ୍ସନ ମାଧ୍ୟରେ ସେ ମାଛ ବିକ୍ରି କରି କୋଟି କୋଟି ଟଙ୍କା ପାଇଛନ୍ତି।

Sowa Fish

Sowa Fish

Advertisment

ରାତାରାତି କୋଟି ପତି ହୋଇଯାଇଛନ୍ତି ପାକିସ୍ତାନର ଜଣେ ମାଛ ବିକାଳୀ। କରାଚିରେ ରହୁଥିବା ଏହି ମାଛ ବିକାଳୀଙ୍କର ଲାଗିଛି ଲଟେରୀ। ତାଙ୍କ ଜାଲରେ ପଡ଼ିଥିବା କିଛି ବିରଳ ମାଛକୁ ସେ ବିକ୍ରି କରି କୋଟି ପତି ହୋଇଯାଇଛନ୍ତି। ସେ ଧରିଥିବା ବିରଳ ମାଛ ମେଡିସିନ ପ୍ରସ୍ତୁତି ଓ ଉପକରଣରେ ବ୍ୟବହାର ହୋଇଥାଏ। ତେଣୁ ଅକ୍ସନ ମାଧ୍ୟରେ ସେ ମାଛ ବିକ୍ରି କରି କୋଟି କୋଟି ଟଙ୍କା ପାଇଛନ୍ତି।

Advertisment

ହଠାତ୍‌ କୋଟିପତି ହୋଇଯାଇଥିବା ମାଛ ଧରାଳୀ ଜଣଙ୍କ ହେଲେ ହାଜି ବାଲୋଜ। ସେ ଇବ୍ରାହିମ ହାୟଦେରୀ ଫିସିଂ ଗାଁରେ ରୁହନ୍ତି। ସେ ଓ ତାଙ୍କର କିଛି ଲୋକ ମିଳିତ ଭାବେ ମାଛ ଧରି ପରିବାର ଚଳାନ୍ତି। ଏହିକ୍ରମରେ ସୋମବାର ସେମାନେ ଆରବ ସାଗରରେ ମଧ୍ୟ ମାଛ ଧରୁଥିଲେ। ଏହି ସମୟରେ ସେମାନଙ୍କ ଜାଲରେ ପଡ଼ିଥିଲେ କିଛି ଗୋଲଡେନ ବା ସୋୱା ମାଛ।

ଏହାପରେ ସେମାନେ ଏହାକୁ କୂଳକୁ ଆଣିଥିଲେ। ଏହାକୁ ଠିକ ଭାବେ ରଖିବା ସହ ଶୁକ୍ରବାର ଅନୁଷ୍ଠିତ ଅକ୍ସନ ବେଳେ କରାଚି ବନ୍ଦରକୁ ବିକ୍ରି ପାଇଁ ନେଇଥିଲେ। ସେଠାରେ ହାଜି ସମସ୍ତ ମାଛକୁ ୭୦ ମିଲିୟନ ବା ୭ କୋଟି ଟଙ୍କାରେ ବିକ୍ରି କରିଛନ୍ତି।

Advertisment

ସୋୱା ମାଛ ଅତ୍ୟନ୍ତ ବିରଳ। ଏହାର ଦାମ ଯଥେଷ୍ଟ ଅଧିକ। ତା’ ପେଟରେ ଥିବା କିଛି ଜିନିଷ ମେଡିସିନ ତିଆରିରେ ବ୍ୟବହାର କରାଯାଏ। ସେହିପରି ମାଛରେ ଥିବା ଥ୍ରେଡ ଭଳି ଜିନିଷ ମଧ୍ୟ ସର୍ଜିକାଲ ପ୍ରକ୍ରିୟାରେ ଲାଗିଥାଏ। ତେଣୁ ଅକ୍ସନ ବେଳେ ଗୋଟିଏ ମାଛର ଦାମ ପ୍ରାୟ ୭ ମିଲିୟନ ବା ୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ସୋୱା ମାଛର ଓଜନ ପ୍ରାୟ ୨୦ରୁ ୪୦ କେଜି ମଧ୍ୟରେ ରହିଥାଏ। ଏହାର ଲମ୍ବ ୧.୫ ମିଟର।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୋୱା ମାଛର କିଛି ସାଂସ୍କୃତିକ ଓ ପାରମ୍ପରିକ ଗୁରୁତ୍ୱ ମଧ୍ୟ ରହିଛି। ଏହାକୁ ପାରମ୍ପରିକ ମେଡିସିନ ଓ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ।

ହାଜି ମାଛ ବିକ୍ରି କରି ୭ କୋଟି ଟଙ୍କା ପାଇଛନ୍ତି। ଏହାକୁ ତାଙ୍କ ସହ ମାଛ ଧରିବାକୁ ଯାଉଥିବା ୭ ଜଣଙ୍କ ମଧ୍ୟରେ ବାଣ୍ଟିବେ। ଏଥିସହ ନିଜର ଭାଗ ମଧ୍ୟ ନାବେ।

Big Fish Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe