Advertisment

ଆଗୁଆ ନିର୍ବାଚନ ମୁଡରେ ସରକାର, ଭଙ୍ଗ ହେବ ପାକିସ୍ତାନ ସଂସଦ

ଏହି ସମୟରେ ସଂସଦକୁ ଭଙ୍ଗ କରାଯିବ ଓ କାମ ଚଳା ସରକାର ଦାୟିତ୍ୱରେ ରହିବେ। ଏପରି ସ୍ଥିତିରେ ଦେଶ ସାଧାରଣ ନିର୍ବାଚନ ଆଡ଼କୁ ଯିବ ବୋଲି ସରକାର କହିଛନ୍ତି।

Pakistan

Pakistan

Advertisment

ପାକିସ୍ତାନରେ ଖୁବଶୀଘ୍ର ସାଧାରଣ ନିର୍ବାଚନ ହୋଇପାରେ। ବର୍ତ୍ତମାନ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ମେଣ୍ଟ ସରକାର ଶୀଘ୍ର ନିର୍ବାଚନ ଅନୁଷ୍ଠିତ କରାଇବା ମୁଡରେ ରହିଛି। ଏଥିପାଇଁ ଶରିଫ ସରକାର ଜାତୀୟ ଆସେମ୍ବ୍ଲି ବା ପାକିସ୍ତାନ ସଂସଦର ଅବସରକାଳୀନ ଅଧିବେଶନ ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Advertisment

ଏହି ସମୟରେ ସଂସଦକୁ ଭଙ୍ଗ କରାଯିବ ଓ କାମ ଚଳା ସରକାର ଦାୟିତ୍ୱରେ ରହିବେ। ଏପରି ସ୍ଥିତିରେ ଦେଶ ସାଧାରଣ ନିର୍ବାଚନ ଆଡ଼କୁ ଯିବ ବୋଲି ସରକାର କହିଛନ୍ତି।

ପାକିସ୍ତାନ ସରକାରଙ୍କ ସୂତ୍ର ଅନୁସାରେ, ଶୁକ୍ରବାର ଠାରୁ ସଂସଦର ଅଧିବେଶ ଆରମ୍ଭ ହେବ। ଏହି ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଓ ନିର୍ବାଚନ ସଂସ୍କାର ସମ୍ପର୍କିତ ନିଷ୍ପତ୍ତି ନିଆଯିବ। ଏହାବାଦ ସାଂସଦମାନେ ସେମାନଙ୍କ ବିଦାୟୀକାଳୀନ ଭାଷଣ ମଧ୍ୟ ଦେବେ। ଜାତୀୟ ଆସେମ୍ଲି ଭଙ୍ଗ ନହେବା ଯାଏ ଏହି ଅଧିବେଶ ଚାଲିବ। ଅଧିବେଶନର ଏଜେଣ୍ଡାକୁ ଖୁବଶୀଘ୍ର ଅନୁମୋଦନ ପାଇଁ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ପାଖକୁ ପଠାଯିବ।

Advertisment

ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ଜାତୀୟ ଆସେମ୍ବ୍ଲିରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ସଂସ୍କାର ବିଲ୍‌ ଜୁଲାଇ ୨୪ରେ ପାରିତ କରାଯିବ। ଜୁଲାଇ ୨୬ରେ ଏହାକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ।

ଶରିଫ ଓ ତାଙ୍କ କ୍ୟାବିନେଟର କିଛି ବରିଷ୍ଠ ମନ୍ତ୍ରୀମାନେ ଜାତୀୟ ଆସେମ୍ବ୍ଲିର କାର୍ଯ୍ୟକାଳ ବୃଦ୍ଧି ନ କରିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏପରି ଖବର ଆସିଛି। ଏମାନଙ୍କ ମତରେ ଜାତୀୟ ଓ ୨ଟି ପ୍ରୋଭିନସିଆଲ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହାକୁ ଭଙ୍ଗ କରାଯିବା ଉଚିତ। ଏଥିସହ ବିଭିନ୍ନ ରାଜନୀତିକ ଦଳକୁ ପ୍ରଚାର କରିବା ପାଇଁ ୩୦ ଦିନର ସମୟ ଦେବା ସପକ୍ଷରେ ସେମାନେ କହିଛନ୍ତି।

ପାକିସ୍ତାନ ଆଇନ ମନ୍ତ୍ରୀ ଅଜାମ ନଜୀର ତରାର କହିଛନ୍ତି, “ନ୍ୟାଶନାଲ ଆସେମ୍ବ୍ଲିର କାର୍ଯ୍ୟକାଳ ଆଦୌ ବୃଦ୍ଧି କରାଯିବ ନାହିଁ। ଆସେମ୍ବ୍ଲି ତା’ର କାର୍ଯ୍ୟକାଳ ଶେଷ କରିଛି। ଆସେମ୍ବ୍ଲିକୁ ଶୀଘ୍ର ଭଙ୍ଗ କରି ଖୋଲିବା ପାଇଁ ଆମ ପାଖରେ ବିକଳ୍ପ ରହିଛି।”

ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି ମଧ୍ୟ ଶୀଘ୍ର ନିର୍ବାଚନ ସପକ୍ଷରେ ରହିଛନ୍ତି। ଏହାଦ୍ୱାରା ରାଜନୀତିକ ଓ ଅର୍ଥନୀତିକ ସ୍ଥିରତା ଆସିପାରିବେ ବୋଲି ସେ ଆଶା ରଖିଛନ୍ତି।

Pakistan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe