Advertisment

ଅଭିବୃଦ୍ଧି ନୁହେଁ ବନ୍ଧୁକ? ପ୍ରତିରକ୍ଷା ବଜେଟ ୨୦% ବଢ଼ାଇଲା କାଙ୍ଗାଳ ପାକିସ୍ତାନ

ଏକ ପ୍ରକାରର କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନ କିନ୍ତୁ ଅଭିବୃଦ୍ଧିକୁ ଆଦୌ ଗୁରୁତ୍ୱ ଦେଉ ନାହିଁ। ବିକାଶ ଅପେକ୍ଷା ନିଜର ସାମାରିକ ଖର୍ଚ୍ଚକୁ ପାକିସ୍ତାନ ପ୍ରାଧ୍ୟାନ୍ୟ ଦେଉଛି।

Pakistan

Pakistan

Advertisment

ପାକିସ୍ତାନର ଋଣ ଭାର ୭୬ ହଜାର ବିଲିୟନ ପିକେଆର ବା ୨୭୦ ବିଲିୟନ ଡଲାରରେ ପହଞ୍ଚି ସାରିଲାଣି। ଚଳିତ ଆର୍ଥିକ ବର୍ଷରେ ଋଣର ପରିମାଣ ନୂଆ ରେକର୍ଡ କରିଛି। ଆର୍ଥିକ ସଙ୍କଟ, ଖାଦ୍ୟାଭାବ ଓ ଆଭ୍ୟନ୍ତରୀଣ ବିଦ୍ରୋହର ସମ୍ମୁଖୀନ ହେଉଥିବା ପାକିସ୍ତାନ ବିଭିନ୍ନ ରାଷ୍ଟ୍ରକୁ ସହଯୋଗ ମାଗୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଦେଶ ଗସ୍ତରେ ଯିବା ବେଳେ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ହାତ ପତାଇ ଆର୍ଥିକ ସହାୟତା ମାଗୁଛନ୍ତି।

Advertisment

ତଥାପି ଏକ ପ୍ରକାରର କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନ କିନ୍ତୁ ଅଭିବୃଦ୍ଧିକୁ ଆଦୌ ଗୁରୁତ୍ୱ ଦେଉ ନାହିଁ। ବିକାଶ ଅପେକ୍ଷା ନିଜର ସାମାରିକ ଖର୍ଚ୍ଚକୁ ପାକିସ୍ତାନ ପ୍ରାଧ୍ୟାନ୍ୟ ଦେଉଛି। ନିକଟରେ ଭାରତ ଠାରୁ ଅପରେସନ ସିନ୍ଦୂର ଜରିଆରେ ମାତ ଖାଇଥିବା ପାକିସ୍ତାନ ଏବେ ନିଜର ସାମାରିକ ଶକ୍ତିକୁ ଆହୁରି ସଶକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛି।

ଏଥିପାଇଁ ପାକିସ୍ତାନର ଶରିଫ ସରକାର ଦେଶର ପ୍ରତିରକ୍ଷା ବଜେଟକୁ ୨୦% ବୃଦ୍ଧି କରିଛନ୍ତି। କିନ୍ତୁ ଦେଶର ମୋଟ ବ୍ୟୟ ବା ଖର୍ଚ୍ଚର ପରିମାଣକୁ ୭% ହ୍ରାସ କରିଛନ୍ତି। ପାକିସ୍ତାନର ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ତାଙ୍କର ୬୨ ବିଲିୟନ ଡଲାର ପ୍ରସ୍ତାବରେ ଦେଶର ଅଭିବୃଦ୍ଧି ଆଗାମୀ ଆର୍ଥିକ ବର୍ଷରେ ୪.୨% ରହିବ ବୋଲି ଆଶା କରିଛନ୍ତି।

Advertisment

୨୦୨୩ରେ ପାକିସ୍ତାନ ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା ବେଳେ ଏବେ ଏଥିରେ ସ୍ଥିରତା ଆସିଥିବା ସେ ଦାବି କରିଛନ୍ତି। ମୁଦ୍ରାସ୍ଫୀତି ୭.୫% ଓ ଅଭିବୃଦ୍ଧି ହାର ୪.୨% ରହିବ ବୋଲି ପାକିସ୍ତାନ ସରକାର ଆକଳନ କରିଛନ୍ତି। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ମାତ୍ର ୨.୭% ରହିବ।

ବଜେଟ ବେଳେ ଅଭିବୃଦ୍ଧି ହାର ୩.୬% ରହିବ ବୋଲି ଆକଳନ କରାଯାଇଥିଲା। ପାକିସ୍ତାନ ଅଭିବୃଦ୍ଧି ମାମଲାରେ ବହୁତ ପଛରେ ରହିଛି। ୨୦୨୪ରେ ଦକ୍ଷିଣ ଏସିଆନ ରାଷ୍ଟ୍ରଗୁଡ଼ିକ ହାରାହାରି ୫.୮% ବେଗରେ ଅଭିବୃଦ୍ଧି କରିଛନ୍ତି। ୨୦୨୫ରେ ଏହା ୬% ରହିବ ବୋଲି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଆଶା ରଖିଛି।

ପାକିସ୍ତାନର ନୂଆ ବଜେଟରେ ପ୍ରତିରକ୍ଷା ବିଭାଗ ପାଇଁ ୨.୫୫ ଟ୍ରିଲିୟନ ଟଙ୍କା ବା ୯ ବିଲିୟନ ଡଲାରର ବ୍ୟୟବରାଦ କରାଯାଇଛି। ପୂର୍ବରୁ ଏହା ୨.୧୨ ଟ୍ରିଲିୟନ ରହିଥିଲା। ସାମରିକ ପେନସନ ପାଇଁ ପାକିସ୍ତାନ ସରକାର କରିଥିବା ୭୪୨ ବିଲିୟନ ପାକିସ୍ତାନୀ ମୁଦ୍ରା ବା ୨.୬୩ ବିଲିୟନ ଡଲାରକୁ ଏଥିରୁ ବାଦ ଦିଆଯାଇଛି। ଏହାକୁ ମିଶାଇଲେ ପ୍ରତିରକ୍ଷା ବଜେଟର ପରିମାଣ ୩.୨୯୨ ଟ୍ରିଲିୟନ ପାକିସ୍ତାନୀ ମୁଦ୍ରା ବା ୧୧.୬୭ ବିଲିୟନ ଡଲାରରେ ପହଞ୍ଚିବ।

Pakistan Pak Defence Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe