Advertisment

Blast In Delhi: ଲାଲକିଲ୍ଲା ଆତ୍ମଘାତୀ ହମଲା ପଛରେ ପାକିସ୍ତାନ: ସ୍ୱୀକାର କଲେ ପାକିସ୍ତାନୀ ନେତା

ନିକଟରେ ହୋଇଥିବା ଲାଲକିଲ୍ଲା କାର ବିସ୍ଫୋରଣ ପଛରେ ପାକିସ୍ତାନ ରହିଥିବା ମଧ୍ୟ ସେ ସମସ୍ତଙ୍କୁ ଜଣାଇଛନ୍ତି। ଆତଙ୍କୀ ସଂଗଠନ ଗୁଡ଼ିକ ଲାଲକିଲ୍ଲରୁ କଶ୍ମୀରର ଜଙ୍ଗଲ ମଧ୍ୟରେ ଭାରତକୁ ହିଟ କରିବାକୁ ସକ୍ଷମ ହୋଇଥିବା ପାକିସ୍ତାନୀ ରାଜନେତା ଜଣଙ୍କ କହୁଥିବାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।

author-image
Hemant Lenka
Pakistan

ପାକିସ୍ତାନୀ ରାଜନେତା

ସୀମା ପାର ଆତଙ୍କବାଦୀକୁ ପାକିସ୍ତାନ(Pakistan) ପ୍ରୋତ୍ସାହିତ କରିଥାଏ ବୋଲି ପୁଣି ପ୍ରମାଣିତ ହୋଇଛି। ପାକିସ୍ତାନ ଅଧିକୃତ କଶ୍ମୀରର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱରଉଲ ହକ୍‌ ନିଜେ ଏକଥା ସ୍ୱୀକାର କରିଛନ୍ତି। ସେହିପରି ନିକଟରେ ହୋଇଥିବା ଲାଲକିଲ୍ଲା କାର ବିସ୍ଫୋରଣ ପଛରେ ପାକିସ୍ତାନ ରହିଥିବା ମଧ୍ୟ ସେ ସମସ୍ତଙ୍କୁ ଜଣାଇଛନ୍ତି।

Advertisment

ଆତଙ୍କୀ ସଂଗଠନ ଗୁଡ଼ିକ ଲାଲକିଲ୍ଲରୁ କଶ୍ମୀରର ଜଙ୍ଗଲ ମଧ୍ୟରେ ଭାରତକୁ ହିଟ କରିବାକୁ ସକ୍ଷମ ହୋଇଥିବା ପାକିସ୍ତାନୀ ରାଜନେତା ଜଣଙ୍କ କହୁଥିବାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନଭେମ୍ବର ୧୦ରେ ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲାରେ ଭୟଙ୍କର କାର୍‌ ବୋମା ବିସ୍ଫୋରଣ(Blast In Delhi) ହୋଇଥିଲା। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଡାକ୍ତର ଉମର ଉନ ନବି ‌ଆତ୍ମଘାତୀ କାର ବିସ୍ଫୋରଣ କରି ଏତେ ବଡ଼ କାଣ୍ଡ ଘଟାଇଥିଲା। ତେଣୁ ହକ ନିଜ ବୟାନରେ ଲାଲକିଲ୍ଲା ବିସ୍ଫୋରଣ କଥା କହିଛନ୍ତି। 

ସେହିପରି କଶ୍ମୀର ଜଙ୍ଗଲର ଅର୍ଥ ଏପ୍ରିଲ ୨୨ରେ ପହଲଗାମର ବୈସାରନ ଭ୍ୟାଲିରେ ହୋଇଥିବା ନରସଂହାରକୁ ହକ ଏଠାରେ ଉପସ୍ଥାପନ କରିଛନ୍ତି। ପାକିସ୍ତାନର ଶାହୀନମାନେ ଭାରତକୁ ଲାଲକିଲ୍ଲାରୁ କଶ୍ମୀରର ଜଙ୍ଗଲ ହିଟ କରିବାରେ ସଫଳ ହୋଇଥିବା ହକ ମତ ରଖିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ହକ କହିଛନ୍ତି ଯେ “ମୁଁ ପୂର୍ବରୁ କହିଥିଲି ଯେ ଯଦି ତୁମେ(ଭାରତ) ବଲୋଚିସ୍ତାନକୁ ରକ୍ତରଞ୍ଜିତ କରିବ, ତା’ହେଲେ ଆମେ ଭାରତକୁ ଲାଲକିଲ୍ଲାରୁ କଶ୍ମୀରର ଜଙ୍ଗଲଗୁଡ଼ିକରେ ହିଟ୍‌ କରିବୁ। ଆଲ୍ଲାଙ୍କ କୃପାରୁ ଆମେ ଏହା କରିପାରିଛୁ।

Advertisment

ଆମ ଶାହୀନମାନେ ଏହା କରିଛନ୍ତି। ଏବେ ବି ସେମାନେ ମୃତଦେହ ଗଣିବାରେ ସକ୍ଷମ ହୋଇପାରୁ ନାହାନ୍ତି। କିଛି ଦିନ ତଳେ ସଶସ୍ତ୍ର ଲୋକମାନେ ପ୍ରବେଶ କରିବା ସହ ଆକ୍ରମଣ(ଦିଲ୍ଲୀ) କରିଥିଲେ। ସମ୍ଭବତଃ ସେମାନେ ଏଯାଏ ସମସ୍ତ ମୃତଦେହ ଗଣିବାକୁ ସକ୍ଷମ ହୋଇ ପାରି ନାହାନ୍ତି।”

ବଲୋଚିସ୍ତାନରେ ଦେଖାଯାଉଥିବା ଅସ୍ଥିରତା ପାଇଁ ପାକିସ୍ତାନ ନିୟମିତ ଭାବେ ଭାରତକୁ ଦାୟୀ କରି ଆସୁଛି। ବାସ୍ତବରେ ଆର୍ଥିକ ସଙ୍କଟ ଓ ସୀମା ପାର ଆତଙ୍କବାଦ ପ୍ରସଙ୍ଗରୁ ଦୃଷ୍ଟି ହଟାଇବାକୁ ପାକିସ୍ତାନ ଏପରି କରୁଥିବା ନୂଆଦିଲ୍ଲୀ କହୁଛି। ତଥାପି ହକ ଏବେ ବି ବଲୋଚିସ୍ତାନ କଥା କହି ଭାରତକୁ ଟାର୍ଗେଟ କରିଛନ୍ତି।

ପ୍ରଥମଥର ପାଇଁ କୌଣସି ପାକିସ୍ତାନୀ ରାଜନେତା ଏପରି ବୟାନ ଦେଇ ନାହାନ୍ତି। ଏହାପୂର୍ବରୁ ଖାୟବର ପାଖତୁଖ୍ୱାର ମୁଖ୍ୟମନ୍ତ୍ରୀ ସୋହାଲି ଆଫ୍ରିଦି ପାକିସ୍ତାନ ସରକାରଙ୍କ ଆତଙ୍କ ନୀତିର ପର୍ଦ୍ଦାଫାସ କରିଥିଲେ। ନିଜର ରାଜନୀତିକ ଏଜେଣ୍ଡାର ପ୍ରଚାର କରିବା ପାଇଁ ପାକିସ୍ତାନ ସରକାର ନକଲି ଆତଙ୍କବାଦୀ ହମଲାର ସାହାରା ନେଉଥିବା ସେ କହିଥିଲେ। 

Pakistan Delhi Blast Blast In Delhi