Advertisment

ଭାରତ ଆସିବା ପୂର୍ବରୁ ବଡ଼ ବୟାନ ଦେଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ମେ’ ୪ ଓ ୫ରେ ଅନୁଷ୍ଠିତ ହେବାକୁ ଥିବା ଏସ୍‌ସିଓ ବୈଠକରେ ପାକିସ୍ତାନ ପକ୍ଷରୁ ବିଲାୱଲ ଯୋଗଦେବେ ବୋଲି ଗୁରୁବାର ସେଠାକାର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଥିଲା।

Pakistan

Pakistan

Advertisment

ଗୋଆରେ ଆୟୋଜିତ ଏସ୍‌ସିଓ ବୈଠକରେ ଯୋଗଦେବା ପାଇଁ ଆସନ୍ତା ମାସରେ ଭାରତ ଆସିବାକୁ ଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି ଆଜି ବଡ଼ ବୟାନ ଦେଇଛନ୍ତି। ଏସ୍‌ସିଓ ଚାର୍ଟର ପ୍ରତି ପାକିସ୍ତାନ ଅତ୍ୟନ୍ତ ପ୍ରତିଶ୍ରୁତିବଦ୍ଧ ଥିବାରୁ ଭାରତରେ ହେବାକୁ ଥିବା ବୈଠକରେ ଯୋଗଦାବାକୁ ସେ ଆସୁଛନ୍ତି। ଏହାକୁ କେହି ବି ଦ୍ୱିପାକ୍ଷିକ ସମ୍ପର୍କ ଭାବେ ବିବେଚନା ନ କରନ୍ତୁ ବୋଲି ବିଲାୱଲ କହିଛନ୍ତି।

Advertisment

ଦୁନିଆ ନ୍ୟୁଜରେ ପ୍ରସାରିତ କାର୍ଯ୍ୟକ୍ରମରେ ବିଲାୱଲ ତାଙ୍କ ଭାରତ ଗସ୍ତ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସେ ଗୋଆରେ ଆସନ୍ତା ମାସରେ ହେବାକୁ ଥିବା ଏସସିଓ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ପାକିସ୍ତାନର ପ୍ରତିନିଧିତ୍ୱ କରିବେ।

ଆମେ ସବୁ ବେଳେ ଏସ୍‌ସିଓ ନିୟମକୁ ସମ୍ମାନ କରିଥାଉ। ଆମ ଭାରତ ଗସ୍ତ ଏହାର ପ୍ରତିଫଳନ। ଏହି ଗସ୍ତକୁ କେହି ବି ଗୋଟିଏ ଦ୍ୱିପାକ୍ଷିକ ସମ୍ପର୍କ ଭାବେ ବିବେଚନା କରନ୍ତୁ ନାହିଁ। କେବଳ ଏସ୍‌ସିଓ ବୈଠକ ଭାରତରେ ହେଉଛି ବୋଲି ସେଠାକୁ ଗସ୍ତ କରିବାକୁ ପଡ଼ୁଛି ବୋଲି ବିଲାୱଲ କହିଛନ୍ତି।

Advertisment

ମେ’ ୪ ଓ ୫ରେ ଅନୁଷ୍ଠିତ ହେବାକୁ ଥିବା ଏସ୍‌ସିଓ ବୈଠକରେ ପାକିସ୍ତାନ ପକ୍ଷରୁ ବିଲାୱଲ ଯୋଗଦେବେ ବୋଲି ଗୁରୁବାର ସେଠାକାର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଥିଲା। ଏହାପରେ ବିଲାୱଲଙ୍କ ବୟାନ ସାମ୍ନାକୁ ଆସିଛି।

୧୨ ବର୍ଷର ବ୍ୟବଧାନ ପରେ ପାକସ୍ତାନର କୌଣସି ବୈଦେଶିକ ମନ୍ତ୍ରୀ ଭାରତ ଆସୁଛନ୍ତି। ଶେଷଥର ପାଇଁ ୨୦୧୧ରେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହିନା ରବ୍ବାନି ଖର ଭାରତ ଗସ୍ତରେ ଆସିଥିଲେ।

ଭାରତ ଏବେ ଏସ୍‌ସିଓର ଅଧ୍ୟକ୍ଷତା କରୁଛି। ପରମ୍ପରା ଅନୁଯାୟୀ ଭାରତ ସରକାର ଏସ୍‌ସିଓ ରାଷ୍ଟ୍ରଗୁଡ଼ିକର ବୈଦଶିକ ମନ୍ତ୍ରୀଙ୍କୁ ଗୋଆରେ ଆୟୋଜିତ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଏସ୍‌ସିଓରେ ପାକିସ୍ତାନ ସମେତ ଚାଇନା ମଧ୍ୟ ରହିଛି। ତେଣୁ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। 

ପାକିସ୍ତାନ ଭଳି ଚାଇନାର ବୈଦେଶିକ ମନ୍ତ୍ରୀ କ୍ୱିନ ଗାଙ୍ଗ ଓ ତାଙ୍କ ରୁଷ ପ୍ରତିପକ୍ଷ ସେରଗେୟ ଲାଭାରୋଭ ମଧ୍ୟ ଗୋଆ ବୈଠକରେ ଯୋଗଦେବେ।

Pakistan China India Russia Goa SCO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe