Advertisment

ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପାକିସ୍ତାନର ପ୍ରସ୍ତାବ

ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନରେ ଟ୍ରମ୍ପ ଉଭୟ କୂଟନୀତିକ ଓ ବ୍ୟକ୍ତିଗତ ନେତୃତ୍ୱର ପରିଚୟ ଦେଇଥିଲେ। ବିବାଦ ସାମାଧାନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାକିସ୍ତାନ ଦାବି କରି ତାଙ୍କୁ ନୋବେଲ ପୁରସ୍କାର ମିଳିବା ସପକ୍ଷରେ ଯୁକ୍ତି ରଖିଛି।

author-image
Hemant Lenka
Donald Trump

Donald Trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବଲ ଶାନ୍ତି ପୁରସ୍କାର ମିଳିବା ସପକ୍ଷରେ ଓକିଲାତି କରିଛି ପାକିସ୍ତାନ। ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ୍ସରେ ଟ୍ରମ୍ପଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିତବା ଦରକାର ବୋଲି ଇସଲାମାବାଦ କହିଛି। ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନରେ ଟ୍ରମ୍ପ ଉଭୟ କୂଟନୀତିକ ଓ ବ୍ୟକ୍ତିଗତ ନେତୃତ୍ୱର ପରିଚୟ ଦେଇଥିଲେ। ବିବାଦ ସାମାଧାନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାକିସ୍ତାନ ଦାବି କରି ତାଙ୍କୁ ନୋବେଲ ପୁରସ୍କାର ମିଳିବା ସପକ୍ଷରେ ଯୁକ୍ତି ରଖିଛି।

Advertisment

ଏ ସମ୍ପର୍କରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ଏଥିରେ ଟ୍ରମ୍ପଙ୍କୁ ବିଶ୍ୱ ଗୁରୁ କୁହାଯାଇ ଭୂୟସୀ ପ୍ରଶଂସା କରାଯାଇଛି। ନିକଟରେ ଟ୍ରମ୍ପ ହ୍ୱାଇଟ ହାଉସରେ ପାକିସ୍ତାନର ‘ଜେହାଦୀ’ ସେନା ମୁଖ୍ୟ ଆସିମ ମୁନିରଙ୍କ ସହ ଲଞ୍ଚ କରିଥିଲେ। ଉଭୟଙ୍କ ଆଲୋଚନା ପରେ ପାକିସ୍ତାନ ସରକାର ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇବା ନିମନ୍ତେ ମନୋନୀତ କରିଛନ୍ତି। 

ପାକିସ୍ତାନ ପୂର୍ବରୁ ଟ୍ରମ୍ପ ନିଜ ତରଫରୁ ବାରମ୍ବାର ଭାରତ ଓ ପାକିସ୍ତାନ ବିବାଦର ସମାଧାନ ତାଙ୍କ ମଧ୍ୟସ୍ଥତା ଯୋଗୁ ସମାଧାନ ହୋଇ ଥିବା କହି ଚାଲିଛନ୍ତି। ଭାରତ ସରକାର ଏହାକୁ ଖଣ୍ଡନ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇ ଏ ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ତଥାପି ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ବିବାଦ ସମାଧାନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ଏବେ ପାକିସ୍ତାନ ମଧ୍ୟ ତାଙ୍କୁ ସମର୍ଥନ କରି ନୋବେଲ ଶାନ୍ତି ପୁରସ୍କାର ସପକ୍ଷରେ ଓକିଲାତି କରିଛି।

Advertisment

ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଟ୍ରମ୍ପଙ୍କୁ ମଧ୍ୟ ଶୁକ୍ରବାର ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ-ପାକିସ୍ତାନ ବିବାଦର ସମାଧାନ ଠାରୁ ଆରମ୍ଭ କରି ଗଙ୍ଗୋ ଓ ରୱାଣ୍ଡା ମଧ୍ୟରେ ଚୁକ୍ତି ସ୍ଥାପନ ପାଇଁ ନେଇଥିବା ପଦକ୍ଷେପ ଯୋଗୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ରହିଛନ୍ତି। ସେ ନୋବେଲ ଶାନ୍ତି ପୁରସ୍କାର ଏକାଧିକ ଥର ପାଇବାକୁ ଯୋଗ୍ୟ ବୋଲି ଯୁକ୍ତି ରଖିଛନ୍ତି।

ସେ କହିଛନ୍ତି, “ଏହି ପୁରସ୍କାର ମୋତେ ୪ କିମ୍ବା ୫ ଥର ମିଳିବା କଥା। କିନ୍ତୁ ସେମାନେ ମୋତେ ନୋବେଲ ଶାନ୍ତି ପୁରସ୍କାର ଦେବେ ନାହିଁ। କାରଣ ସେମାନେ ଏହାକୁ କେବଳ ଉଦାରବାଦୀକୁ ଦେଇଥାଆନ୍ତି। ସେମାନେ ମୋତେ ପୁରସ୍କାର ନ ଦେଲେ କିଛି ବି ଫରକ ପଡ଼ିବ ନାହିଁ। ମୁଁ ମୋର କାମ କରି ଚାଲିବି।”

Pakistan Donald Trump Nobel Peace Prize