Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅମାନବୀୟ କାଣ୍ଡ, ବର୍ଷା ବେଳେ ଅଧିକାରୀଠାରୁ ଛଡ଼ାଇନେଲେ ଛତା

ଶେହବାଜ ଶରିଫ ଦୁଇ ଦିନିଆ ପ୍ୟାରିସ ଗସ୍ତରେ ଯାଇଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
shehbaz-sharif

shehbaz-sharif

ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। କୌଣସି ମହାନ କାମ କରି ସେ ଚର୍ଚ୍ଚା ପରିସରକୁ ଆସିନାହାନ୍ତି। ବରଂ ଜଣେ ପ୍ରୋଟୋକଲ ଅଧିକାରୀଙ୍କଠାରୁ ଛତା ଛଡ଼ାଇ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବର୍ଷା ହେଉଥିବାରୁ ପ୍ରୋଟୋକଲ ଅଧିକାରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଛତା ଧରି ଗାଡ଼ି ବାହାରେ ଠିଆ ହୋଇଥିଲେ। ଶେହବାଜ ଗାଡ଼ିରୁ ବାହାରି ବେଳେ ଅଧିକାରୀ ଜଣଙ୍କ ତାଙ୍କୁ ଛତା ଦେଖାଇଥିଲେ। ହେଲେ ମହିଳା ଅଧିକାରୀ ଜଣଙ୍କ ଛତା ଦେଖାଇବା ଟିକେ ଭୁଲ କରିଦେବାରୁ ଶେହବାଜ ତାଙ୍କ ହାତରୁ ଛତା ଛଡ଼ାଇ ନେଇଥିଲେ। ନିଜେ ଏକାକୀ ଛତା ନେଇ ପଳାଇଥିଲେ। ମହିଳା ଅଧିକାରୀ ଜଣଙ୍କ ବର୍ଷାରେ ଓଦା ହୋଇ ଯାଇଥିଲେ। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭିଡିଓକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଏ ଏହାକୁ ପ୍ରଶଂସା କରିଛନ୍ତି ତ କିଏ ଏହାକୁ ଲଜ୍ଜ୍ୟାଜନକ ଘଟଣା ବୋଲି କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଶେହବାଜ ଶରିଫ ଦୁଇ ଦିନିଆ ପ୍ୟାରିସ ଗସ୍ତରେ ଯାଇଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା। 

Video Viral Shehbaz Sharif