Advertisment

PMLN ଅଧ୍ୟକ୍ଷ ପଦ ଛାଡ଼ିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ନୱାଜ ଶରିଫଙ୍କ ନାଁକୁ ନେଇ ଚର୍ଚ୍ଚା

ପାକିସ୍ତାନ ମୁସଲିମ ଲିଗ୍‌- ନୱାଜ( PMLN)ର ଅଧ୍ୟକ୍ଷ ପଦ ଛାଡ଼ିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ଶରିଫ । ଫଳରେ ପୁଣି ଥରେ ତାଙ୍କ ବଡ଼ ଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଏହି ପଦ ସମ୍ଭାଳିବା ନେଇ ଚର୍ଚ୍ଚା ଜୋର ଧରିଛି।

nawaz-sharif with brother pak-pm-shehbaz-sharif

nawaz-sharif with brother pak-pm-shehbaz-sharif

Advertisment

ପାକିସ୍ତାନ ମୁସଲିମ ଲିଗ୍‌- ନୱାଜ( PMLN)ର ଅଧ୍ୟକ୍ଷ ପଦ ଛାଡ଼ିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ଶରିଫ । ଫଳରେ ପୁଣି ଥରେ ତାଙ୍କ ବଡ଼ ଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଏହି ପଦ ସମ୍ଭାଳିବା ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଗତ ୨୦୧୭ ମସିହାରେ ପାନାମା ପେପର୍ସ ଘୋଟାଲା ସାମନାକୁ ଆସିବା ପରେ ବିଦେଶରେ ଅବୈଧ ସମ୍ପତ୍ତି ଥିବା ନେଇ ନୱାଜଙ୍କ ନାଁ ସାମନାକୁ ଆସିଥିଲା। ଏନେଇ ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ନାଁରେ ଭ୍ରଷ୍ଟାଚାର ମାମଲା ରୁଜୁ ହୋଇଥିବା ବେଳେ ପାକିସ୍ତାନ ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା। ନିଜ ରାୟରେ ପାକିସ୍ତାନ ସୁପ୍ରିମକୋର୍ଟ ନୱାଜ ଶରିଫଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ସମେତ ପାର୍ଟି ଅଧ୍ୟକ୍ଷ ପଦ ଛାଡ଼ିବାକୁ ପଡ଼ିଥିଲା।

ଏହାପରେ ଶେହୱାଜ ଶରିଫ ପାର୍ଟି ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ମାତ୍ର ଗତ ବର୍ଷ ନଭେମ୍ବର ୨୯ରେ ଇସଲାମବାଦ ହାଇକୋର୍ଟ ନୱାଜ ଶରିଫଙ୍କୁ ଦୋଷମୁକ୍ତ କରିଛନ୍ତି। ଏହା ରାଷ୍ଟ୍ର ପତି ତାଙ୍କ ସମର୍ପଣ ଭାବନାକୁ ଦର୍ଶାଉଛି ବୋଲି ଶେହୱାଜ ଶରିଫ କହିଛନ୍ତି। ଏଥିସହ ସେ କହିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ମୋ’ ଭାଇ ମୋତେ ପାର୍ଟି ଅଧ୍ୟକ୍ଷ ପଦ ସମ୍ଭାଳିବାର ଦାୟିତ୍ୱ ଅର୍ପଣ କରିଥିଲେ। ଏହି ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ପାପର ଭାବେ ମୁଁ ତୁଲାଇବାକୁ ଚେଷ୍ଟା କରିଛି।

Advertisment

ତେଣୁ ଏବେ ପୁଣି ଥରେ ସେ ନିଜ ପୂର୍ବ ଦାୟିତ୍ୱ ତୁଲାଇବା ସହ ପାର୍ଟିକୁ ନୂଆ ମାର୍ଗଦର୍ଶନ କରିବାର ଆବଶ୍ୟକତା ପଡ଼ିଲାଣି। ତେଣୁ ମୁଁ ଏହି ପଦ ତ୍ୟାଗ କରୁଥିବା ସେ ଉଲ୍ଲେଖ କରିଛନ୍ତି। ତେବେ ନୱାଜ ଶରିଫ ପାର୍ଟି ଅଧ୍ୟକ୍ଷ ପଦ ତୁଲାଇବା ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe