Advertisment

ISI ମୁଖ୍ୟ ହେଲେ ଲେ‍ଫ୍ଟନାଣ୍ଟ ଜେନେରାଲ ଅସୀମ ମଲିକ

୨୦୨୧ ପରେ ପ୍ରଥମଥର ପାଇଁ ଆଇଏସଆଇ ମୁଖିଆ ପଦରେ ଏପରି ପରିବର୍ତ୍ତନ ହୋଇଛି।

ISI

ISI

Advertisment

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ମୁଖିଆ ଭାବେ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସୀମ ମଲିକଙ୍କୁ ନିଯୁକ୍ତି ମିଳିଛି। ୨୦୨୧ ପରେ ପ୍ରଥମଥର ପାଇଁ ଆଇଏସଆଇ ମୁଖିଆ ପଦରେ ଏପରି ପରିବର୍ତ୍ତନ ହୋଇଛି। ସ୍ଥାନୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ତେବେ ପାକିସ୍ତାନ ସେନା ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ।

Advertisment

ଆଇଏସଆଇ ରାଜନୀତିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ଆଇଏସଆଇର ଜଣେ ପୂର୍ବତନ ମୁଖ୍ୟ ଜେଲରେ ଥିବା ଇମ୍ରାନ ଖାନଙ୍କୁ ସମର୍ଥନ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ଏହାର ଜବାବରେ ଇମ୍ରାନ ଖାନଙ୍କ କହିବା କଥା ଯେ ବର୍ତ୍ତମାନର ଆଇଏସଆଇ ମୁଖ୍ୟ ନବୀଦ ଅଞ୍ଜୁମ ତାଙ୍କ ବିରୋଧରେ କାର୍ଯ୍ୟ କରୁଥିଲେ।

ଏକାଧିକ ଜଜ ମଧ୍ୟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଇମ୍ରାନ ଖାନଙ୍କ ବିରୋଧରେ ଥିବା ମାମଲାରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ଆଇଏସଆଇ ଏଜେଣ୍ଟମାନେ ଚାପ ପକାଉଥିବା ଅଭିଯୋଗ କରିଥିଲେ।

Advertisment

ଏସବୁ ଭିତରରେ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସୀମ ମଲିକଙ୍କୁ ଆଇଏସଆଇର ମୁଖିଆ କରାଯାଇଛି। ସେ ସେପ୍ଟେମ୍ବର ୩୦ରେ ଆଇଏସଆଇ ମୁଖିଆ ଭାବେ ଦାୟିତ୍ୱ ନେବେ। ନିୟମ ଅନୁସାରେ ଆଇଏସଆଇ ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରିଥାଆନ୍ତି। କିନ୍ତୁ ସେ ସେନା ମୁଖ୍ୟଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଆନ୍ତି।

Pakistan ISI Agent Arrest ISI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe