Advertisment

ମୁନିରଙ୍କୁ ବଡ଼ ପ୍ରମୋସନ ଦେଲା ଅଲାଜୁକ ପାକିସ୍ତାନ

ଭାରତ ଆଗରେ ମାଟି କାମୁଡ଼ିବା ପରେ ମେ’ ୧୦ ତାରିଖରେ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ଆଗେଇ ଆସିଥିଲା। ହେଲେ ପାକିସ୍ତାନ ସଶସ୍ତ୍ର ବଳ ସଫଳତାର ସହ ମୁନିରଙ୍କ ନେତୃତ୍ୱରେ ଭାରତ ସହ ଲଢ଼େଇ କରିଥିବାରୁ ଏବେ ତାଙ୍କୁ ପ୍ରମୋସନ ମିଳିଥିବା ସେଠାକାର ଗଣମାଧ୍ୟମ ଦାବି କରିଛି।

Munir

Munir

Advertisment

ଅପରେସନ ସିନ୍ଦୂରରେ ଭାରତ ଠାରୁ ମାତ ଖାଇ ଅସ୍ତ୍ରବିରତି ପାଇଁ ନେହୁରା ହୋଇଥିବା ପାକିସ୍ତାନ ଅଲାଜୁକଙ୍କ ଭଳି ନିଷ୍ପତ୍ତି ନେଇଛି। ଚୋର ମୁହଁ ଟାଣ ଭଳି ଭାରତର ପ୍ରଚଣ୍ଡ ଜବାବର ମୁକାବିଲା କରିବାରେ ବିଫଳ ହୋଇଥିବା ପାକିସ୍ତାନର ସ୍ଥଳ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କୁ ପାକିସ୍ତାନ ସରକାର ପ୍ରମୋସନ ଦେଇଛି। ପାକିସ୍ତାନ ସରକାର ମୁନିରଙ୍କୁ ଫିଲ୍ଡ ମାର୍ଶଲ ପଦରେ ଅବସ୍ଥାପିତ କରିଛନ୍ତି। ଏହା ପାକିସ୍ତାନର ସର୍ବୋଚ୍ଚ ସାମରିକ ରାଙ୍କ ବା ପାହ୍ୟା।

Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଫିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଦେଶର କ୍ୟାବିନେଟ ମୁନିରଙ୍କୁ ଫିଲ୍ଡ ମାର୍ଶଲ କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ମୋହର ମାରିଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁନିରଙ୍କ ପ୍ରମୋସନ ସମ୍ପର୍କରେ କଥାବାର୍ତ୍ତା ହୋଇଥିଲା। ଏହାପରେ ତାଙ୍କୁ ପ୍ରମୋସନ ଦିଆଯାଇଛି।

ଭାରତ ଠାରୁ ଅପରେସନ ସିନ୍ଦୂରରେ ପାକିସ୍ତାନ ଧୂଳି ଚାଟିଥିଲେ ହେଁ ବିଜୟ ଉତ୍ସବ ପାଳିଥିଲା। ଭାରତର ପ୍ରଚଣ୍ଡ ହମଲାର ଜବାବ ଦେବାକୁ ପାକିସ୍ତାନ ସେନା ସକ୍ଷମ ହୋଇ ନଥିଲା। ଏଥିପାଇଁ ଭାରତ ସହ ପାକିସ୍ତାନ ନିଜ ଆଡ଼ୁ ଯୁଦ୍ଧ ବିରତି ପାଇଁ ଆଗେଇ ଆସିଥିଲା। ଭାରତ ଆକ୍ରମଣରେ ପାକିସ୍ତାନର ୧୧ଟି ଏୟାର ବେସ୍‌ ଧ୍ୱଂସ ହୋଇଥିବା ବେଳେ ଏକାଧିକ ଏୟାର ଡିଫେନ୍ସ ସିଷ୍ଟମ ଗୁଣ୍ଡ ହୋଇଯାଇଛି।

Advertisment

ଭାରତ ଆଗରେ ମାଟି କାମୁଡ଼ିବା ପରେ ମେ’ ୧୦ ତାରିଖରେ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ଆଗେଇ ଆସିଥିଲା। ହେଲେ ପାକିସ୍ତାନ ସଶସ୍ତ୍ର ବଳ ସଫଳତାର ସହ ମୁନିରଙ୍କ ନେତୃତ୍ୱରେ ଭାରତ ସହ ଲଢ଼େଇ କରିଥିବାରୁ ଏବେ ତାଙ୍କୁ ପ୍ରମୋସନ ମିଳିଥିବା ସେଠାକାର ଗଣମାଧ୍ୟମ ଦାବି କରିଛି।

ପାକିସ୍ତାନ ସେନା, ସରକାର ଓ ମିଡିଆ ନିଜର ବିଜୟ ଦାବି କରୁଥିବା ବେଳେ ଭାରତ ସ୍ୟାଟେଲାଇଟ ଛବି ଏବଂ ଫଟୋ ଦ୍ୱାରା ପାକିସ୍ତାନର ସବୁ ମିଛର ପର୍ଦ୍ଦାଫାସ କରିଥିଲା। ଭାରତର ଆକ୍ରମଣରେ ପାକିସ୍ତାନ କେଉଁଠି କେତେ କ୍ଷତି ସହିଛି, ସେକଥା ମଧ୍ୟ ପୂରା ବିଶ୍ୱ ଦେଖିଛି। ତଥାପି ପାକିସ୍ତାନ ଅଲାଜୁକଙ୍କ ଭଳି ନିଜ ସେନା ମୁଖ୍ୟଙ୍କ ପ୍ରମୋସନ କରିଛି।

Pakistan India Pakistan War Asim Munir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe