Advertisment

Pakistan Army Officer: ଭାରତକୁ ଉସକାଇବା ଭଳି ବୟାନ ଦେଲେ ପାକିସ୍ତାନ ସେନା ଅଧିକାରୀ

ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ଆର୍ମି ଅଫିସର ଚୌଧୁରୀ ଭାରତ ବିରୋଧରେ ଧମକପୂର୍ଣ୍ଣ ବୟାନ ଦେଇଛନ୍ତି। ଯଦି ମଜା ନ ଆସିବ, ତା’ହେଲେ ଆପଣମାନେ ନିଜର ଟଙ୍କା ଫେରସ୍ତ ପାଇବେ ବୋଲି ସେ କଟାକ୍ଷ କରି କହିଛନ୍ତି।

author-image
Hemant Lenka
ISPR

ଅହମଦ ଶରିଫ ଚୌଧୁରୀ

ପାକିସ୍ତାନୀ(Pakistan Army Officer) ଆଇଏସ୍‌ପିଆରର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ ପୁଣିଥରେ କାବୁଲ ସହ ଇସଲାମାବାଦର ଚାଲିଥିବା ବିବାଦରେ ଭାରତକୁ ଯୋଡ଼ିଛନ୍ତି। ସାମ୍ବାଦିକ ସମ୍ମିଳନରେ ଜଣେ ମହିଳା ସାମ୍ବାଦିକଙ୍କୁ ଆଖି ମାରି ବିବାଦରେ ଥିବା ଚୌଧୁରୀ ଭାରତ ବିରୋଧରେ ବୟାନ ଦେବାକୁ ମଧ୍ୟ ପଛାଇ ନାହାନ୍ତି। 

Advertisment

ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ଆର୍ମି ଅଫିସର ଚୌଧୁରୀ ଭାରତ ବିରୋଧରେ ଧମକପୂର୍ଣ୍ଣ ବୟାନ ଦେଇଛନ୍ତି। ଯଦି ମଜା ନ ଆସିବ, ତା’ହେଲେ ଆପଣମାନେ ନିଜର ଟଙ୍କା ଫେରସ୍ତ ପାଇବେ ବୋଲି ସେ କଟାକ୍ଷ କରି କହିଛନ୍ତି। ଏହି ଲୋକକଥାକୁ ସାଧାଣତଃ ପ୍ରତିପକ୍ଷଙ୍କୁ କଟାକ୍ଷ କରିବା ବେଳେ ବ୍ୟବହାର କରାଯାଏ। ଚୌଧୁରୀ ଏପରି ଶବ୍ଦ ପ୍ରୟୋଗ କରି ଭାରତକୁ କଟାକ୍ଷ କରିଛନ୍ତି। 

ସେ କହିଛନ୍ତି, “୨୦୨୬ କେମିତି ବିତିବ, ତାହା ଆମେ କେମିତି ଛିଡ଼ା ହେଉଛେ ଓ କେମିତି ପ୍ରତିକ୍ରିୟା ଦେଉଛେ, ତା’ ଉପରେ ନିର୍ଭର କରିବ। ଆମ ପ୍ରତିପକ୍ଷରୁ ଆଭିମୁଖ୍ୟ ପୂରା ସ୍ପଷ୍ଟ। ଭାରତ କେବେ ହେଲେ ଆପଣମାନଙ୍କ ଅସ୍ଥିତ୍ୱକୁ ଗ୍ରହଣ କରିବ ନାହିଁ। ସେମାନେ କହୁଛନ୍ତି ଯେ ଆମ ଶତ୍ରୁର ଶତ୍ରୁ ଆମ ବନ୍ଧୁ।

Advertisment

ଏପରି ସ୍ଥିତିରେ ଆମ ଭାଗ୍ୟ ଆମ ହାତରେ। ଆମ ନେତୃବୃନ୍ଦ(ଉଭୟ ରାଜନୀତିକ ଓ ସାମରିକ)ଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ। ଆମେ ସବୁବେଳେ କହି ଆସିଛୁ ଯେ ପାକିସ୍ତାନ ହେଉଛି ଉପରବାଲାର ଉପହାର। ତୁମେମାନେ ଯାହା ଇଚ୍ଛା କର। ଯେଉଁ ବାଟେ ଆସିବା କଥା ଆସ। ଏକାକୀ ଆସ କିମ୍ବା ଏକାଠି ସମସ୍ତଙ୍କୁ ନେଇ ଆସ। ଯଦି ଏହା ଆନନ୍ଦଦାୟକ ନହେବ, ଆପଣମାନେ ନିଜର ଟଙ୍କା ନିଶ୍ଚିତ ଫେରସ୍ତ ପାଇବେ।” ଭାରତ ଇସାରାରେ କାବୁଲ କାମ କରୁଥିବା କଥାକୁ ଦୋହରାଇ ସେ ଏପରି ମତ ରଖିଛନ୍ତି। 

ଏହାପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଅଭିଯୋଗ କରିଥିଲେ ଯେ ଆଫଗାନିସ୍ତାନ ସମେତ ଭାରତ ଓ ବ୍ୟାନ ହୋଇଥିବା ଟିଟିପି ମିଳିତ ଭାବେ ପାକିସ୍ତାନ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। 

Pakistan