Advertisment

ପାକିସ୍ତାନର ପାଲଟା ଜବାବ, ଇରାନର ଆତଙ୍କୀ ଠିକଣା ଉପରେ ଏୟାରଷ୍ଟ୍ରାଇକ୍

ଇରାନ୍‌ରେ ଥିବା ବାଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ ଏବଂ ବାଲୁଚିସ୍ତାନ ଲିବରେସନ୍ ଆର୍ମି ପୋଷ୍ଟ ଉପରେ ପାକିସ୍ତାନ ଆକ୍ରମଣ କରିଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Pakistan Strike Iran

Pakistan Strike Iran

Advertisment

ଇରାନ ଏୟାର୍‌ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେଲା ପାକିସ୍ତାନ। ଦେଲା ପାଲଟା ଜବାବ। ଇରାନ୍‌ର ଅନେକ ଆତଙ୍କୀ ଠିକଣା ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍‌ କରିଛି। ବାଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ ଏବଂ ବାଲୁଚିସ୍ତାନ ଲିବରେସନ୍ ଆର୍ମି ପୋଷ୍ଟ ଉପରେ ପାକିସ୍ତାନ ଆକ୍ରମଣ କରିଥିବା କୁହାଯାଉଛି।

Advertisment

ଇରାନ ମଙ୍ଗଳବାର ଦିନ ପାକିସ୍ତାନର ଜୈଶ ଅଲ-ଅଦଲ ଗୋଷ୍ଠୀର ମୁଖ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼ କରିବା ସହ ଡ୍ରୋନ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଆଜି ପାକିସ୍ତାନ ପକ୍ଷରୁ ମଧ୍ୟ ଇରାନର ଅନେକ ଆତଙ୍କୀ ଠିକଣା ଉପରେ ରକେଟ୍‌ ମାଡ଼ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ନେଇ ଇରାନ କିମ୍ବା ପାକିସ୍ତାନ ତରଫରୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜୈଶ ଅଲ-ଅଦଲ ଗୋଷ୍ଠୀ ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣକୁ ନେଇ ପରିଣାମ ଭୋଗିବ ବୋଲି ଚେତାବନୀ ଦେବାର ଗୋଟିଏ ଦିନ ପରେ ଇରାନ ଉପରେ ଆକ୍ରମଣ କରିଛି ପାକିସ୍ତାନ। ବିଏଲ୍‌ଏ ଆତଙ୍କବାଦୀ ଠିକଣାକୁ ଟାର୍ଗେଟ କରି ପାକିସ୍ତାନ ଆକ୍ରମଣ କରିଛି। ଇରାନରେ ବାଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ), ବାଲୁଚିସ୍ତାନ ଲିବରେସନ୍ ଫୋର୍ସ (ବିଏଲ୍ଏଫ୍) ପରି ବାଲୁଚି ବିଚ୍ଛିନ୍ନତାବାଦୀ ସନ୍ତ୍ରାସବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି। ଏମାନେ ପାକିସ୍ତାନ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ପାକିସ୍ତାନ ଦାବି କରିଛି।

Advertisment

ବାଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ), ବାଲୁଚିସ୍ତାନ ଲିବରେସନ୍ ଫୋର୍ସ ଇରାନ୍‌ରେ ରହି ପାକିସ୍ତାନ ବିରୋଧରେ ଷଡଯନ୍ତ୍ର କରିବା ସହ ଆକ୍ରମଣ କରୁଛନ୍ତି। ଏଭଳି ସଙ୍ଗଠନକୁ ଇରାଦ ଆଶ୍ରୟ ଦେଇ ସେମାନଙ୍କୁ ସହାୟତା କରୁଥିବା ପାକିସ୍ତାନ ଦାବି କରିଛି। ସେପଟେ ଏଭଳି ଦାବିକୁ ଇରାନ ସର୍ବଦ ଖଣ୍ଡନ କରିଆସିଛି।

ସୂଚନା ମୁତାବକ, ଏହାପୂର୍ବରୁ ପାକିସ୍ତାନର ଆତଙ୍କୀ ଠିକଣାକୁ ଟାର୍ଗେଟ କରି ଇରାନ୍‌ ଏୟାରଷ୍ଟ୍ରାଇକ୍ କରିଥିଲା। ଏଥିରେ ଦୁଇ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ତିନି ଜଣ ଆହତ ହୋଇଥିଲେ। ଏହି ଆକ୍ରମଣକୁ ନେଇ ପାକିସ୍ତାନ କଡା ନିନ୍ଦା କରିଥିଲା। ଏଥିସହ ଏଭଳି ଆକ୍ରମଣର ପରିଣାମ ଅତ୍ୟନ୍ତ ଭୟାନକ ହେବ ବୋଲି ପାକିସ୍ତାନ ଚେତାଇ ଦେଇଥିଲା। କେବଳ ସେତିକି ନୁହେଁ ଇରାନରେ ଥିବା ନିଜ ରାଷ୍ଟ୍ରଦୂତଙ୍କୁ ପାକିସ୍ତାନ ଫେରାଇ ଆଣିଥିଲା ଏବଂ ଇସ୍‌ଲାମାବାଦରେ ଅବସ୍ଥାପିତ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା ପାକିସ୍ତାନ।

Pakistan Iran Pakistan Attacked Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe