Nawaz sharif
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ବିଶ୍ୱ ଠାରୁ ଟଙ୍କା ଭିକ ମାଗୁଥିବା ବେଳେ ଭାରତ ଜହ୍ନରେ ପହଞ୍ଚିଛି ଓ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିଛି। ପାକିସ୍ତାନର ପୂର୍ବତନ ଜେନାରାଲ ଓ ବିଚାରପତିମାନଙ୍କ ପାଇଁ ପାକିସ୍ତାନ ଅର୍ଥନୀତିକ ସ୍ତରରେ ଦୁର୍ବଳ ହୋଇ ଯାଇଥିବା ସେ ଅଭିଯୋଗ କରିଛନ୍ତି।
ବିଗତ କିଛି ବର୍ଷ ହେଲାଣି ପାକିସ୍ତାନ ଆର୍ଥିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଛି। ଦେଶର ମୁଦ୍ରାସ୍ଫୀତି ଦୁଇ ସଂଖ୍ୟାରେ ପହଞ୍ଚିଥିବା ବେଳେ ଗରିବ ଲୋକମାନେ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଶରିଫ ଦଳୀୟ ବୈଠକରେ କହିଛନ୍ତି, “ଆଜିକା ଦିନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାଣ୍ଠି ପାଇଁ ଦେଶ ଦେଶ ବୁଲୁଛନ୍ତି। କିନ୍ତୁ ଭାରତ ଜହ୍ନରେ ପହଞ୍ଚି ଥିବା ବେଳେ ଜି-୨୦ ସମ୍ମିଳନୀ ଆୟୋଜନ କରିଛି।
ଭାରତ ଭଳି କାହିଁକି ପାକିସ୍ତାନ ବିକାଶ କରିପାରି ନାହିଁ? ଏଥିପାଇଁ କିଏ ଦାୟୀ?” ଶରିଫ ଲଣ୍ଡନରେ ଥିବା ବେଳେ ଭିଡିଓ କନଫରେନ୍ସିଂ ଜରିଆରେ ପାର୍ଟିର ନେତାଙ୍କୁ ସମ୍ବୋଧନ କରିବା ବେଳେ ଏପରି କହିଛନ୍ତି।
ଶରିଫ ଆହୁରି କହିଛନ୍ତି, “ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ଭାରତ ପାଖରେ ଗୋଟିଏ ବିଲୟନ ଡଲାରର ପାଣ୍ଠି ଥିଲା। କିନ୍ତୁ ଏବେ ଭାରତର ବିଦେଶ ପାଣ୍ଠି ୬୦୦ ବିଲିୟନ ଡଲାରରେ ପହଞ୍ଚି ଗଲାଣି। ଭାରତ ଆଜି କେଉଁଠି ପହଞ୍ଚିଥିବା ବେଳେ ପାକିସ୍ତାନ ପଛରେ ପଡ଼ି କେବଳ ଭିକ ମାଗିବାରେ ଲାଗିଛି।”
ଜୁଲାଇ ମାସରେ ଆଇଏମଏଫ ପାକିସ୍ତାନକୁ ୧.୨ ବିଲିୟନ ଡଲାରର ସହାୟତା କରିଥିଲା। ଏହାକୁ ଆଧାର କରି ଶରିଫ ଏପରି କଥା କହିଛନ୍ତି। ଏଥିସହ ପାକିସ୍ତାନର ଆର୍ଥିକ ସ୍ଥିତି ପାଇଁ ସେ ପାକିସ୍ତାନର ଏକାଧିକ ପୂର୍ବତନ ଜେନେରାଲ ଓ ବିଚାରପତିମାନଙ୍କୁ ମଧ୍ୟ ଦାୟୀ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1695139644.jpg)