Advertisment

Pakistan: ନିଜ ଲୋକଙ୍କ ଉପରେ ଗୁଳି ଚଳାଇଲା ପାକିସ୍ତାନ, ଗଲାଣି ୧୧ ଜଣଙ୍କ ଜୀବନ

ବିକ୍ଷୋଭକାରୀମାନେ ପଞ୍ଜାବ ପ୍ରଦେଶ ପୁଲିସ୍‌କୁ ଇସ୍ରାଏଲର ଗୁଣ୍ଡା ବୋଲି କହିଛନ୍ତି। ବିକ୍ଷୋଭକାରୀଙ୍କ ଉପରକୁ ପୁଲିସ୍‌ ଆଖିବୁଜା ଗୁଳି ଚଳାଇବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସଂଗଠନର ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଟିଏଲପି କହିଛି।

Pakistan

ବିକ୍ଷୋଭ

Advertisment

ଜିହାଦ ମାନସିକତା ରଖିଥିବା ପାକିସ୍ତାନ ପୁଲିସ୍‌ ଓ ସେନା ନିଜ ଦେଶର ସାଧାରଣ ଲୋକଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି। ବିକ୍ଷୋଭ ଶୋଭାଯାତ୍ରା କରି ରାଜଧାନୀ ଇସଲାମାବାଦ ଅଭିମୁଖେ ଯାଉଥିବା ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଛି ପାକିସ୍ତାନ ପୁଲିସ। 

Advertisment

ପୁଲିସ୍‌ ଓ ଇସଲାମିକ ସଂଗଠନ ତେହରୀକ-ଇ-ଲାବାଇକ ବା ଟିଏଲପି ମଧ୍ୟରେ ଆଜି ବି ଲାହୋରରେ ହିଂସାତ୍ମକ ସଂଘର୍ଷ ଦାଖିବିବାକୁ ମିଳିଛି। ବିକ୍ଷୋଭକାରୀମାନେ ଶୋଭାଯାତ୍ରା କରି ରାଜଧାନୀ ଅଭିମୁଖେ ଯାଉଛନ୍ତି। ସେମାନେ ସେଠାରେ ପାଲେଷ୍ଟାଇନ ସପକ୍ଷରେ ସମାବେଶ କରିବାକୁ ଯୋଜନା କରିଛନ୍ତି। ହେଲେ ସେମାନଙ୍କୁ ଅଧାରେ ଅଟକାଇବାକୁ ଫୁଲଦମରେ ଲାଗି ପଡ଼ିଛି ପାକିସ୍ତାନ(Pakistan) ପୁଲିସ୍‌ ଓ ସେନା। 

ବିକ୍ଷୋଭକାରୀମାନେ ପଞ୍ଜାବ ପ୍ରଦେଶ ପୁଲିସ୍‌କୁ ଇସ୍ରାଏଲର ଗୁଣ୍ଡା ବୋଲି କହିଛନ୍ତି। ବିକ୍ଷୋଭକାରୀଙ୍କ ଉପରକୁ ପୁଲିସ୍‌ ଆଖିବୁଜା ଗୁଳି ଚଳାଇବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସଂଗଠନର ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଟିଏଲପି କହିଛି। 

Advertisment

ସଂଗଠନର ଜଣେ ପୁଲିସ୍‌ ବର୍ବରତା ସମ୍ପର୍କରେ ସୂଚନା ଦେଉଥିବା ବେଳେ ତାଙ୍କ ପଛ ପଟୁ ଗୁଳି ମାଡ଼ ହେଉଥିବାର ଭିଡିଓ ବି ସାମ୍ନାକୁ ଆସିଛି। ସେ କହିଛନ୍ତି, “୧୧ ଜଣ ଟିଏଲପି ଲୋକଙ୍କୁ ଆଜି ସକାଳୁ ଇତି ମଧ୍ୟରେ ହତ୍ୟା କରାଯାଇ ସାରିଲାଣି। ନିୟମିତ ଭାବେ ଗୁଳିମାଡ଼ ଚାଲିଛି।” 

ଗାଜାରେ ଇସ୍ରାଏଲ ଚଳାଇଥିବା ନରସଂହାର ବିରୋଧରେ ଗୁରୁବାର ଠାରୁ ବିକ୍ଷୋଭ(Protest) ଶୋଭାଯାତ୍ରା ଆରମ୍ଭ ହୋଇଛି। ଶନିବାର ଏହା ଭୟଙ୍କର ରୂପ ନେବା ସହ ବିକ୍ଷୋଭକାରୀଙ୍କ ଉପରେ ପୁଲିସ୍‌ ଏକାଧିକ ସ୍ଥାନରେ ଲୁହବୁହା ଗ୍ୟାସ, ପାଣି, ଲାଠି ଓ ଶେଷରେ ଗୁଳିମାଡ଼ କରିଛି। ଏହାର ଜବାବରେ ବିକ୍ଷୋଭକାରୀମାନେ ପୁଲିସ୍‌ ଉପରକୁ ପଥର ମାଡ଼ ବି କରିଛନ୍ତି। ଏଥିରେ ଏକାଧିକ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ପାକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଲାହୋରର ଆଜାଦୀ ଚୌକ ଠାରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ଏଠାରେ ବିକ୍ଷୋଭକାରୀ ଏକାଧିକ ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏଥିଯୋଗୁ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଅନେକ ଅଞ୍ଚଳରେ ପୁଲିସ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ବ୍ୟାରିକେଡ, ଲୁହା ବାଡ଼ ଓ କଣ୍ଟେନର୍ସ ଖଞ୍ଜିଛି। କିଛି ସ୍ଥାନରେ ସଡ଼କ ପଥକୁ ଖୋଲୀ ମଧ୍ୟ ଦିଆଯାଇଛି।

ଟିଏଲପିର ମୁଖ୍ୟ ସାଦ ରିଜବୀଙ୍କ ନେତୃତ୍ୱରେ ହଜାର ହଜାର ଲୋକ ଇସଲାମାବାଦ ଅଭିମୁଖେ ଯାଉଛନ୍ତି। ସେମାନେ ସେଠାରେ ଆମେରିକା ଦୂତାବାସକୁ ଘେରାଉ କରିବାକୁ ଯୋଜନା କରିଛନ୍ତି।

କିନ୍ତୁ ଇସଲାମାବାଦ ଠାରୁ ୩୭୦ କିମି ଦୂର ଲାହୋର ଠାରେ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରାଯାଉଛି। ସ୍ଥିତିକୁ ଦେଖି ଆମେରିକା ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ସତର୍କତା ‌ଅବଲମ୍ବନ କରିବାକୁ କୁହାଯାଇଛି। 

Pakistan Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe