Advertisment

Donald Trump: ଭାରତର ଚିନ୍ତା ବଢ଼ାଇବା ଭଳି ବୟାନ ଦେଲେ ଟ୍ରମ୍ପ: ପାକିସ୍ତାନ-ଚାଇନା କରୁଛନ୍ତି ପରମାଣୁ ପରୀକ୍ଷା

ଟ୍ରମ୍ପ ଦାବି କରିଛନ୍ତି ଯେ ଯେଉଁ ସବୁ ଦେଶଗୁଡ଼ିକ ପାଖରେ ଆଣବିକ ଯୁଦ୍ଧାସ୍ତ୍ର ରହିଛି, ସେମାନେ ଏହାର ପରୀକ୍ଷା କରୁଛନ୍ତି। ସେମାନେ ଏ ସମ୍ପର୍କରେ କିଛି ବି ଆଲୋଚନା କରୁନାହାନ୍ତି। ଚାଇନା ଓ ପାକିସ୍ତାନ ଗୁପ୍ତ ଭାବେ ବିସ୍ଫୋରଣ କରି ସାରିଛନ୍ତି ବୋଲି ସେ କହିଛନ୍ତି।

Trump

ଶରିଫ, ଟ୍ରମ୍ପ ଓ ଜିନପିଙ୍ଗ

Advertisment

ଭାରତର ଚିନ୍ତା ବଢ଼ାଇବା ଭଳି ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତର ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚାଇନା ଏବେ ପରମାଣୁ ଯୁଦ୍ଧାସ୍ତ୍ରର ପରୀକ୍ଷା କରୁଥିବା ଟ୍ରମ୍ପ(Donald Trump) ଗୋଟିଏ ସାକ୍ଷାତକାରରେ ମତ ରଖିଛନ୍ତି। କେବଳ ପାକିସ୍ତାନ(Pakistan) କିମ୍ବା ଚାଇନା(China) ନୁହନ୍ତି, ରୁଷ ଓ ଉତ୍ତର କୋରିଆ ମଧ୍ୟ ଆଣବିକ ଯୁଦ୍ଧ ବୋମାର ପରୀକ୍ଷା କରିଥିଲେ ବୋଲି ଟ୍ରମ୍ପ କହିବା ପରେ ହଇଚଇ ସୃଷ୍ଟି ହୋଇଛି। 

Advertisment

କିଛି ଦିନ ତଳେ ଟ୍ରମ୍ପ ଦୀର୍ଘ ୩୩ ବର୍ଷ ପରେ ଆମେରିକା ସେନାକୁ ଦେଶର ପରମାଣୁ ଯୁଦ୍ଧାସ୍ତ୍ରର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଥିବା ଟ୍ରମ୍ପ ଏପରି ବୟାନ ଦେଇଛନ୍ତି। 

ଟ୍ରମ୍ପ ଦାବି କରିଛନ୍ତି ଯେ ଯେଉଁ ସବୁ ଦେଶଗୁଡ଼ିକ ପାଖରେ ଆଣବିକ ଯୁଦ୍ଧାସ୍ତ୍ର ରହିଛି, ସେମାନେ ଏହାର ପରୀକ୍ଷା କରୁଛନ୍ତି। ସେମାନେ ଏ ସମ୍ପର୍କରେ କିଛି ବି ଆଲୋଚନା କରୁନାହାନ୍ତି। ଚାଇନା ଓ ପାକିସ୍ତାନ ଗୁପ୍ତ ଭାବେ ବିସ୍ଫୋରଣ କରି ସାରିଛନ୍ତି ବୋଲି ସେ କହିଛନ୍ତି। 

Advertisment

ଟ୍ରମ୍ପ ସାକ୍ଷାତକାରରେ କହିଛନ୍ତି, “ରୁଷ ପରୀକ୍ଷା କରୁଛି ଓ ଚାଇନା ପରୀକ୍ଷା କରୁଛି। କିନ୍ତୁ ସେମାନଙ୍କ ପାଖରେ ରିପୋର୍ଟର ନାହାନ୍ତି। ତେଣୁ ସେମାନେ ଏ ସମ୍ପର୍କରେ କିଛି ବି କହୁନାହାନ୍ତି। ଆପଣ ଜାଣିଛନ୍ତି ଯେ ଆମେ ଗୋଟିଏ ଖୋଲା ସମାଜ। ଆମେ ଭିନ୍ନ। ଆମେ ଏ ସମ୍ପର୍କରେ ସମସ୍ତଙ୍କୁ କହୁଛୁ। ସେମାନେ କରୁଥିବା ଟେଷ୍ଟିଂ ସମ୍ପର୍କରେ ଲେଖିବାକୁ ସେମାନଙ୍କ ପାଖରେ କୌଣସି ରିପୋର୍ଟର ନାହାନ୍ତି। ଉତ୍ତର କୋରିଆ ଓ ପାକିସ୍ତାନ ମଧ୍ୟ ଆଣବିକ ଯୁଦ୍ଧାସ୍ତ୍ରର ପରୀକ୍ଷା କରୁଛନ୍ତି।

ସେମାନେ(ଆଣବିକ ଯୁଦ୍ଧାସ୍ତ୍ର ରଖିଥିବା ଦେଶ) କେବେ ବି କାହାକୁ କିଛି କହିବେ ନାହିଁ। ସେମାନେ ଅଣ୍ତରଗ୍ରାଉଣ୍ଡରେ ପରୀକ୍ଷା କରନ୍ତି। ଏହି ସମୟରେ ଲୋକମାନେ ମଧ୍ୟ କ’ଣ ହେଉଛି କିଛି ଜାଣି ପାରନ୍ତି ନାହିଁ। ସେମାନେ କେବଳ କିଛି ଭାଇବ୍ରେସନ ଅନୁଭବ କରନ୍ତି।’’

ସମାନ ସାକ୍ଷାତକାରରେ ଭାରତ-ପାକିସ୍ତାନ ଆଣବିକ ଯୁଦ୍ଧ ସ୍ଥିତିରେ ପହଞ୍ଚି ଯାଇଥିଲେ ଓ ଏହାକୁ ସେ ବାଣିଜ୍ୟ ଓ ଟାରିଫ ଦ୍ୱାରା ବନ୍ଦ କରିଥିବା କଥା ଦୋହରାଇଛନ୍ତି। ଯଦି ସେ ଯୁଦ୍ଧ ବନ୍ଦ ନ କରିଥାଆନ୍ତେ, ତା’ହେଲେ ଲକ୍ଷାଧିକ ଲୋକ ପ୍ରାଣ ହରାଇ ଥାଆନ୍ତେ ବୋଲି ସେ ଦାବି କରିଛନ୍ତି। 

ଟ୍ରମ୍ପ କହିଛନ୍ତି, “ପାକିସ୍ତାନ ସହ ଗୋଟିଏ ଆଣବିକ ଯୁଦ୍ଧ କରିବାକୁ ଭାରତ ଯାଉଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଦମ୍ଭ ଦେଖାଇ ଛିଡ଼ା ହୋଇଥିଲେ। ଯଦି ଡୋନାଲ୍ଡ ଟ୍ରମ୍ପ ଏଥିରେ ହସ୍ତକ୍ଷେପ କରି ନଥାଆନ୍ତା, ତା’ହେଲେ ଲକ୍ଷାଧିକ ଲୋକ ଜୀବନ ହରାଇ ଥାଆନ୍ତେ। ତା’ହା ଗୋଟିଏ ଖରାପ ଯୁଦ୍ଧ ଥିଲା। ଯୁଦ୍ଧ ବିମାନ ଏଣେତେଣେ ଖସିଥିଲା। ମୁଁ ସେମାନଙ୍କୁ କହିଥିଲି ଯେ ଯଦି ତୁମେମାନେ ଯୁଦ୍ଧ ବନ୍ଦ ନ କରିବ, ତା’ହେଲେ ଆମେରିକା ତୁମମାନଙ୍କ ସହ ବ୍ୟବସାୟ ବନ୍ଦ କରିଦେବ।”

ଭାରତ ପାଇଁ ଚିନ୍ତାର ବିଷୟ! 

ଯଦି ଚାଇନା ଓ ପାକିସ୍ତାନ ସତରେ ଆଣବିକ ଯୁଦ୍ଧାସ୍ତ୍ରର ପରୀକ୍ଷା କରୁଛନ୍ତି, ତା’ହେଲେ ଏହା ଭାରତ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ। କାରଣ ଭାରତ ସବୁବେଳେ ନିଜେ କେବେ ହେଲେ ଆଗ ପରମାଣୁ ଅସ୍ତ୍ର ବ୍ୟବହାର ନୀତିରେ ରହିଛି। ଏଥିସହ ୧୯୯୮ ପରଠାରୁ ଦେଶ ଆଣବିକ ପରୀକ୍ଷା ମଧ୍ୟ କରିନାହିଁ। 

ଭାରତ ପାଖରେ ଏବେ ପ୍ରାୟ ୧୮୦ଟି ଆଣବିକ ଯୁଦ୍ଧାସ୍ତ୍ର ରହିଛି। ଏହା ଚାଇନାର ୬୦୦ ଠାରୁ ଯଥେଷ୍ଟ କମ। ସେହିପରି ପାକିସ୍ତାନ ରଖିଥିବା ୧୭୦ ଆଣବିକ ଯୁଦ୍ଧାସ୍ତ୍ର ସଂଖ୍ୟା ସହ ପ୍ରାୟ ସମାନ।

ଏପରି ସ୍ଥିତିରେ ପାକିସ୍ତାନ ଓ ଚାଇନା ନିଜ ନିଜର ପରମାଣୁ କ୍ଷମତା ବଢ଼ାଇବା ନିଶ୍ଚିତ ଭାବେ ଭାରତ ପାଇଁ ବଡ଼ ବିପଦ ଆଣିପାରେ। ଏହାକୁ ଦୃଷ୍ଟି ରଖି ଭାରତ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। 

Pakistan China Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe