Advertisment

ଏଲ୍ଓସିରେ ତୋପ ପରୀକ୍ଷା କଲା ପାକିସ୍ତାନ

ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା (LoC) ନିକଟରେ କେତେକ ତୋପ ପରୀକ୍ଷା କରିଛି ପାକିସ୍ତାନ। ଏଲ୍ଓସିରେ ପାକିସ୍ତାନର ସାମରିକ ପରୀକ୍ଷଣକୁ ସମର୍ଥନ କରି ଉନ୍ନତମାନର ବଙ୍କର ନିର୍ମାଣ କରିବା ସହ ଅତ୍ୟାଧୁନିକ ଯୋଗାଯୋଗ ସିଷ୍ଟମ୍‌ ଯୋଗାଇ ଦେଇଛି ଚାଇନା।

Symbolic image

Symbolic image

Advertisment

ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା (LoC) ନିକଟରେ କେତେଗୁଡ଼ିଏ ତୋପ ପରୀକ୍ଷା କରିଛି ପାକିସ୍ତାନ। ଏହି ପରୀକ୍ଷଣରେ ଚାଇନା କମ୍ପାନୀ ଦ୍ୱାରା ବିକଶିତ SH-15 ଓ 155MM ହୋୱିଜର ତୋପ ସମେତ ବିଭିନ୍ନ ତୋପ ସିଷ୍ଟମ ରହିଛି।

Advertisment

ଭାରତୀୟ ଅଧିକାରୀଙ୍କ ସୂଚନା ମୁତାବକ, ଉପସାଗରୀୟ ଏବଂ ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକ ସମେତ ଦୀର୍ଘ ଦିନର ସହଯୋଗୀ ତୁର୍କୀ ସହିତ ପ୍ରତିରକ୍ଷା ସମ୍ପର୍କକୁ ଦୃଢ଼ କରୁଛି ପାକିସ୍ତାନ। ଚାଇନା କମ୍ପାନୀ ସହଯୋଗରେ ଉପସାଗରୀୟ ରାଷ୍ଟ୍ର ସହିତ ମିଶି 155MM ତୋପ ଉତ୍ପାଦନ କରୁଛି ପଡ଼ୋଶୀ ଦେଶ। ନିକଟରେ ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଅଞ୍ଚଳରେ ଏହି 155MM ତୋପ ଗୁଡ଼ିକର ପରୀକ୍ଷଣ କରାଯାଇଥିବା ଭାରତୀୟ ଅଧିକାରୀ କହିଛନ୍ତି। ଏତିକି ନୁହେଁ, ସର୍ବାଧିକ ୩୦ କି.ମି. ଫାୟାରିଂ ରେଞ୍ଜ୍ ଏବଂ ମିନିଟ୍‌କୁ ହାରାହାରି ୬ ରାଉଣ୍ଡ ଫାୟାରିଂ କରିବାର କ୍ଷମତା ରଖିଥିବା SH-15 ତୋପ ମଧ୍ୟ ଏଲ୍ଓସି ଅଞ୍ଚଳରେ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।

ପରୀକ୍ଷଣ କରାଯାଉଥିବା ତୋପଗୁଡ଼ିକ ମଧ୍ୟରେ M109 ମଧ୍ୟ ରହିଛି, ଯାହାର ଫାୟାରିଙ୍ଗ୍ ରେଞ୍ଜ ୨୪ କିଲୋମିଟର ଅଟେ। ଏହା ମଧ୍ୟ କେବଳ ୪୦ ସେକେଣ୍ଡରେ ୬ ସେଲ ଫାୟାରିଂ କରିପାରିବ। M109 ତୋପ ପଶ୍ଚିମ ୟୁରୋପୀୟ ଦେଶରୁ ପାକିସ୍ତାନ କିଣିଥିବାବେଳେ ଏହାର ଭର୍ସନ ବଢ଼ାଇବା ପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି। 

Advertisment

ତେବେ ଏଲ୍ଓସିରେ ପାକିସ୍ତାନର ସାମରିକ ପରୀକ୍ଷଣକୁ ଚାଇନା ସମର୍ଥନ କରୁଥିବା ଭାରତୀୟ ଅଧିକାରୀ କହିଛନ୍ତି। ଏଠାରେ ପାକିସ୍ତାନର ପରୀକ୍ଷଣ ପାଇଁ ଚାଇନା ପକ୍ଷରୁ ଉନ୍ନତମାନର ବଙ୍କର ନିର୍ମାଣ କରାଯିବା ସହ ଅତ୍ୟାଧୁନିକ ଯୋଗାଯୋଗ ସିଷ୍ଟମ୍‌ ଯୋଗାଇ ଦିଆଯାଉଛି।

Pakistan Artillery Test Artillery Test Near LOC LoC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe