Advertisment

ମସୁଦ ଆଝାରର ଉପସ୍ଥିତି ନେଇ ବଡ଼ କଥା କହିଲେ ବିଲାବଲ ଭୁଟ୍ଟୋ

ଭୁଟ୍ଟୋଙ୍କ ପିପିପି ଏବେ ପାକିସ୍ତାନର ମେଣ୍ଟ ସରକାରର ଅଂଶ ବିଶେଷ। ଭୁଟ୍ଟୋ ମଧ୍ୟ ଏକଦା ପାକିସ୍ତାନର ବିଦେଶ ମନ୍ତ୍ରୀ ରହିଥିଲେ।

Bilabal

Bilabal

Advertisment

ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ନେତା ବିଲାବଲ ଭୁଟ୍ଟୋ ଜର୍ଦାରି କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ ମୁଖିଆ ମସୁଦ ଆଝାରର ଉପସ୍ଥିତି ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମସୁଦ ଆଝାର କେଉଁଠି ରହିଛି, ସେକଥା ପାକିସ୍ତାନ ଜାଣି ନାହିଁ। ଯଦି ଭାରତ ସେ ପାକିସ୍ତାନ ମାଟିରେ ରହିଥିବା ପ୍ରମାଣ ଦେବ, ତା’ହେଲେ ଇସଲାମାବାଦ ତା’କୁ ଗିରଫ କରିବାକୁ ଆଦୌ ପଛାଇବ ନାହିଁ ବୋଲି ଭୁଟ୍ଟୋ କହିଛନ୍ତି।

Advertisment

ଭୁଟ୍ଟୋ ଦାବି କରିଛନ୍ତି ଯେ “ଆଫଗାନ ଜିହାଦରେ ଆଝାରର ଭୂମିକା ରହିଛି। ତେଣୁ ପାକିସ୍ତାନ ଭାବୁଛି ଯେ ସେ ଆଫଗାନିସ୍ତାନରେ ରହିଛି। ଆଫଗାନିସ୍ତାନରେ ନାଟୋ ଯାହା କରିପାରିଲା ନାହିଁ, ସେକାମ ପାକିସ୍ତାନ କରିବା ଆଦୌ ସମ୍ଭବ ନୁହେଁ।”

ଭୁଟ୍ଟୋଙ୍କ ପିପିପି ଏବେ ପାକିସ୍ତାନର ମେଣ୍ଟ ସରକାରର ଅଂଶ ବିଶେଷ। ଭୁଟ୍ଟୋ ମଧ୍ୟ ଏକଦା ପାକିସ୍ତାନର ବିଦେଶ ମନ୍ତ୍ରୀ ରହିଥିଲେ। ଏବେ ସେ କହିଛନ୍ତି, “ଯଦି ଓ ଯେତେବେଳେ ଭାରତ ସରକାର ଆମ ସହ ମସୁଦ ଆଝାର ପାକିସ୍ତାନ ମାଟିରେ ରହିଥିବା ପ୍ରମାଣ ଶେୟାର କରିବ, ଆମେ ବେଶ ଖୁସିର ସହ ତାକୁ ଗିଫ କରିବୁ। ଏଯାଏ ଭାରତ ଆମକୁ ମସୁଦର ଉପସ୍ଥିତି ସମ୍ପର୍କରେ କୌଣସି ସୂଚନା ଦେଇ ନାହିଁ।”

Advertisment

ଆଝାର ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ୨୦୦୨ ସଂସଦ ଆକ୍ରମଣ ଠାରୁ ଆରମ୍ଭ କରି ୨୦୦୮ ମୁମ୍ବାଇ ଆକ୍ରମଣ, ୨୦୧୬ ପଠାନକୋଟ ଓ ୨୦୧୯ ପୁଲୱାମା ଆକ୍ରମଣ ପଛରେ ମାସୁଦ ରହିଥିଲା। ୨୦୧୯ରେ ମିଳିତ ଜାତିସଂଘ ପକ୍ଷରୁ ଆଝାରକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିଲା।

ଲସ୍କର-ଇ-ତାଏବାର ପ୍ରତିଷ୍ଠାତା ହାଫିଜ ସୟିଦ ପାକିସ୍ତାନରେ ମୁକ୍ତ ଭାବେ ବୁଲୁଥିବା ଖବର ଉପରେ ମଧ୍ୟ ଭୁଟ୍ଟୋ ମତ ରଖିଛନ୍ତି। ସେ କହିଛନ୍ତି ଯେ ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ। ହାଫିଜ ସୟିଦ ଏବେ ପାକିସ୍ତାନୀ ଜେଲରେ ଥିବା ସେ ସ୍ପଷ୍ଟ କରିଛନ୍ତି।

Masood Azhar Bilawal Bhutto Zardari Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe