Advertisment

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ; କିଏ ଧରିବ ଶାସନ ମଙ୍ଗ?

ଆଜି ପାକିସ୍ତାନରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। କିଏ ହେବେ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

author-image
Niharika Rout
Election

Election

ଆଜି ପାକିସ୍ତାନରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। କିଏ ହେବେ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଏଥର ପାକିସ୍ତାନ ନିର୍ବାଚନରେ ମୁଖ୍ୟ ମୁକାବିଲା ନୱାଜ ଶରିଫଙ୍କ ପାର୍ଟି ମୁସଲିମ୍‌ ଲିଗ୍‌ ‘ଏନ୍‌’ ଓ ବିଲାୱଲ ଭୁଟ୍ଟୋଙ୍କ ପାର୍ଟି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)  ମଧ୍ୟରେ ହେବ ।

Advertisment

 ‘ତେହରକ୍ ଇ ଇନସାଫ୍’ ର ପ୍ରାର୍ଥୀ ଇମ୍ରାନ ଖାନ୍ କେବଳ ନାମକୁ ମାତ୍ର ନିର୍ବାଚନ ଲଢ଼ୁଛନ୍ତି। ଇମ୍ରାନଙ୍କ ଦଳକୁ ଅବୈଧ୍ୟ ଘୋଷଣା କରାଯିବା ପରେ ସମସ୍ତ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି। ତା’ ସହ ଇମ୍ରାନଙ୍କ ଦଳର ନେତାଙ୍କୁ ନିର୍ବାଚନୀ ପ୍ରଚାରର ବି ସୁଯୋଗ ଦିଆଯାଇନି।

ଏଥର ପାକିସ୍ତାନ ନିର୍ବାଚନ ଫଳାଫଳ ନୱାଜ୍ ସରିଫଙ୍କ ସପକ୍ଷରେ ଯାଇପାରେ ବୋଲି ଆକଳନ କରାଯାଉଛି। କାରଣ ସେନାର ଅଦୃଶ୍ୟ ସମର୍ଥନ ତାଙ୍କ  ସହ ରହିଛି। ନୱାଜଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଓ ମାମଲା ହଠାତ୍ ଗତବର୍ଷ ଉଭେଇ ବି ଯାଇଛି। ତେଣୁ ନୱାଜ୍ ସରିଫ୍ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ଏକରକମ ହେବା ନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Advertisment

ଆଜି ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ମତଦାନ ନିମନ୍ତେ ୨୬ କୋଟି ବାଲାଟ ପେପର ଛପା ଯାଇଛି। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

ପାକିସ୍ତାନରେ ଯେଉଁ ଦିନ ନିର୍ବାଚନ ହୁଏ, ସେହି ଦିନ ହିଁ ରେଜଲ୍ଟ ବାହାରିବାର ପରମ୍ପରା ରହିଛି। ତେଣୁ ଆଜି ହିଁ ପାକିସ୍ତାନ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ତେଣୁ ଆଜିଠୁ କିଏ ପାକିସ୍ତାନ ଶାସନ ମଙ୍ଗ ଧରିବା ତାହା ସ୍ପଷ୍ଟ ହୋଇଯିବ।

Pakistan Election