IED Blast
ସୀମାରେ ହେଲା ଭୟଙ୍କର ବିସ୍ଫୋରଣ। ଖିନ୍ଭିନ୍ ହୋଇଗଲା କାର୍। ରିମୋଟ କଣ୍ଟ୍ରୋଲ ଜରିଆରେ ଏକ କାର୍କୁ ବିସ୍ଫୋରଣ କରି ଉଡାଇ ଦିଆଯାଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା।
ଆଫଗାନିସ୍ତାନ ସୀମାବର୍ତ୍ତୀ ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ମାମୋଣ୍ଡ ବାଜୌରର ଦାମଡୋଲା ଅଞ୍ଚଳରେ ଏକ କାର୍ରେ ଭୟଙ୍କର ବିସ୍ଫୋରଣ ହୋଇଛି। ରିମୋଟ କଣ୍ଟ୍ରୋଲ ଜରିଆରେ ଏହି ବିସ୍ଫୋରଣ କରାଯାଇଛି। ଏଥିରେ ପୂର୍ବତନ ସାଂସଦଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି।
ପୁଲିସ ସୂଚନା ମୁତାବକ, ବିସ୍ଫୋରଣ ବେଳେ ପାକିସ୍ତାନୀ ସଂସଦର ଉପର ଗୃହ ସିନେଟର ପୂର୍ବତନ ସଦସ୍ୟ ହିଦାୟତୁଲ୍ଲା ଉପ-ନିର୍ବାଚନରେ ​​ତାଙ୍କ ପୁତୁରା ନଜିବୁଲ୍ଲା ଖାନଙ୍କ ଲାଗି ପ୍ରଚାର କରିବା ପାଇଁ ସେଠାରେ ଉପସ୍ଥିତ ଥିଲେ। ଏତିକି ବେଳେ କାର୍ରେ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।
ସେପଟେ ଏହି ବିସ୍ଫୋରଣକୁ ନେଇ ଖାଇବର ପଖତୁନଖ୍ୱା ଅଞ୍ଚଳର ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର ଓ ମୁଖ୍ୟ ସଚିବ ନଦୀମ ଅସଲମ ଚୌଧରୀ ନିନ୍ଦା କରିଛନ୍ତି। ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ପୂର୍ବତନ ସିନେଟର ତଥା ଅନ୍ୟମାନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
କହିରଖୁ ଯେ, ଜୁଲାଇ ୧୨ରେ PK 22 ପ୍ରାଦେଶିକ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସେଠାରେ ଜୋରସୋର୍ରେ ପ୍ରାର୍ଥୀମାନେ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IED_Blast_1720062990.jpg)