Advertisment

ISI ହେଲା ଅଧିକ ପାୱାରଫୁଲ୍‌, ମିଳିଲା ଏହି କ୍ଷମତା

ପାକିସ୍ତାନ ଗୁଇନ୍ଦା ଏଜେନ୍ସି ISI କୁ ମିଳିଲା ଅଧିକ କ୍ଷମତା। ଏଣିକି ଏଜେନ୍ସି ପୂରା ଦେଶରେ ଯେ କୌଣସି ବ୍ୟକ୍ତିଙ୍କର ଫୋନ୍‌ କଲ୍‌କୁ ଟ୍ରାସ୍‌ ଓ ରେକର୍ଡ କରି ପାରିବ ।

ISI

ISI

Advertisment

ପାକିସ୍ତାନ ଗୁଇନ୍ଦା ଏଜେନ୍ସି ISI କୁ ମିଳିଲା ଅଧିକ କ୍ଷମତା। ଏଣିକି ଏଜେନ୍ସି ପୂରା ଦେଶରେ ଯେ କୌଣସି ବ୍ୟକ୍ତିଙ୍କର ଫୋନ୍‌ କଲ୍‌କୁ ଟ୍ରାସ୍‌ ଓ ରେକର୍ଡ କରି ପାରିବ । ଏଥିନିମନ୍ତେ କୌଣସି ଅନୁମତି ଦରକାର ନାହିଁ। ପାକିସ୍ତାନ ସରକାର ISIକୁ ଏହି କ୍ଷମତା ପ୍ରଦାନ କରିଛନ୍ତି ।

Advertisment

ପାକିସ୍ତାନ ସରକାର ଦ୍ୱାରା ଏହି ନୂଆ ନିୟମ ଲାଗୁ ହେବା ସହ ଏନେଇ ବିଜ୍ଞପ୍ତି ବି ଜାରି ହୋଇଛି। ପାକିସ୍ତାନର ଦୂରସଞ୍ଚାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ତେଣୁ ପାକିସ୍ତାନ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିବା ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଏଣିକି ISI ମନଇଚ୍ଛା ଯେକୌଣସି ବ୍ୟକ୍ତିଙ୍କ କଲ୍‌କୁ ରେକର୍ଡ କରିବା ସହ ତାହାକୁ ଟ୍ରାସ୍‌ କରି ପାରିବ । ଏହାକୁ ଆଇନଗତ ମଞ୍ଜୁରୀ ମିଳି ଯାଇଛି।

ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ISIର ଗ୍ରେଡ-୧୮ ରାଙ୍କ କିମ୍ବା ତଊର୍ଦ୍ଧ୍ୱ ରାଙ୍କର ଅଧିକାରୀ କୌଣସି କଲ୍‌ କିମ୍ବା ମେସେଜକୁ ଅଟକାଇବା ସହ ତାହାର ପତ୍ତା ଲଗାଇ ପାରିବେ। ବିଦେଶୀ ଶକ୍ତିମାନଙ୍କୁ ପ୍ରତିହତ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପକ୍ଷରୁ କୁହାଯାଇଛି।

Advertisment

ISIକୁ ଅଧିକ ପାୱାରଫୁଲ୍‌ କରାଯିବା ନେଇ ଅସନ୍ତୋଷ ଝାଡ଼ିଛନ୍ତି ପାକିସ୍ତାନର ବିରୋଧୀ ଦଳ। ଏନେଇ ପାକିସ୍ତାନର ତହରିକ-ଏ- ଇନସାଫ(PTI)ଦଳର ନେତା ଓମର ଆୟୁବ କହିଛନ୍ତି, ସରକାର ଏବେ ଏହି ନିୟମ ପ୍ରଣୟନ କରି ବେଶ ଖୁସି ଅଛନ୍ତି। ମାତ୍ର ଏକଥା ବି ମନେ ରଖିବା ଉଚିତ ଯେ ଶାସନରୁ ଯିବା ପରେ ସେମାନଙ୍କ ନେତାଙ୍କ ବିରୋଧରେ ବି ଏହି ISI କାର୍ଯ୍ୟ କରି ସେମାନଙ୍କ ଫୋନ୍‌କୁ ରେକର୍ଡ କରିବ ।

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe