Advertisment

ନରମିଲେ ପାକିସ୍ତାନ ସରକାର, ପ୍ୟାକେଜ୍‌ ପରେ ବି ପିଓକେରେ ଥମୁନି ଉତ୍ତେଜନା

ପାକିସ୍ତାନର ଶେହୱାଜ ଶରିଫଙ୍କ ସରକାର ପିଓକେ ପାଇଁ ୨୩ ଅରବ ଟଙ୍କାର ବଜେଟ ମଞ୍ଜୁର କରିଛି। ସ୍ଥାନୀୟ ସରକାର ମଧ୍ୟ ବିଦ୍ୟୁତ୍‌ ଦର ଓ ବ୍ରେଡର ଦାମକୁ ହ୍ରାସ କରିଛି। ଏହାପରେ ବି ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

Tension in POK

Tension in POK

Advertisment

ଦରଦାମ ବୃଦ୍ଧିକୁ ନେଇ ଗତ ୪ ଦିନ ହେଲା ପାକିସ୍ତାନ ଅଧିକୃତ କଶ୍ମୀରରେ ଜାରି ରହିଥିବା ଉତ୍ତେଜନା ଥମିବା ନାଁ ଧରୁନି। ଲୋକେ ରାଜରାସ୍ତାକୁ ଓହ୍ଲାଇ ହିଂସାତ୍ମକ ଘଟଣା ଘଟାଉଥିବା ବେଳେ ଏହାକୁ ପ୍ରଶମିତ କରିବାକୁ ସହାୟତା ରାଶି ଘୋଷଣା କରିଛି ପାକିସ୍ତାନ ସରକାର। ପାକିସ୍ତାନର ଶେହୱାଜ ଶରିଫଙ୍କ ସରକାର ପିଓକେ ପାଇଁ ୨୩ ଅରବ ଟଙ୍କାର ବଜେଟ ମଞ୍ଜୁର କରିଛି। ସ୍ଥାନୀୟ ସରକାର ମଧ୍ୟ ବିଦ୍ୟୁତ୍‌ ଦର ଓ ବ୍ରେଡର ଦାମକୁ ହ୍ରାସ କରିଛି। ଏହାପରେ ବି ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

Advertisment

ଶୁକ୍ରବାର ପିଓକେର ମୁଜାଫରବାଦରେ ସଟର ଡାଉନ୍‌ ଏବଂ ଚକ ଜାମ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି ସମୟ ମଧ୍ୟରେ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପଥର ମାଡ କରିଥିଲେ। ପୁଲିସ ଏହାର ପ୍ରତିଶୋଧ ନେବାକୁ ଯାଇ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ଛାଡିବା ସହ ଗୁଳି ମାଡ କରିଥିଲା। ଏହି ସଂଘର୍ଷରେ ଜଣେ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୯ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ।

ଏହି ଉତ୍ତେଜନା ଥମିବା ନାଁ ନ ଧରୁ ନ ଥିବା ବେଳେ ସୋମବାର ବି ପୁଲିସ୍‌ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ମୃତକଙ୍କ ସଂଖ୍ୟା ୩ରୁ ଊର୍ଦ୍ଧ୍ୱ ହେଲାଣି। ସେମାନଙ୍କ ମଧ୍ୟରେ ଦୁଇ ଜଣ ପ୍ରଦର୍ଶନକାରୀ ଓ ଜଣେ ପୁଲିସ୍‌ ଏସ୍‌ଆଇ ଅଛନ୍ତି। ଏହି ହିଂସାକାଣ୍ଡରେ ଆହତଙ୍କ ସଂଖ୍ୟା ଶହେ ଅତିକ୍ରମ କରି ସାରିଲାଣି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୨ରୁ ଅଧିକ ନେତା ଓ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ୍‌ ।

Advertisment

ବିକ୍ଷୋଭ ପ୍ରଦର୍ଶନକାରୀ ସୋମବାର ଦରକୋଟରୁ ବାହାରି ମୁଜଫରବାଦରେ ପ୍ରବେଶ କରିଥିବା ବେଳେ ବିଧାନସଭା ଘେରାଉ କରିବାକୁ ଯୋଜନା କରିଥିଲେ। ଫଳରେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପିଓକେରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଉଦ୍ୟମ ଚଳାଇଥିବା ବେଳେ ତାହା ସମ୍ପୂର୍ଣ୍ଣ ଶାନ୍ତ ହୋଇ ନ ଥିବା ଜଣାଯାଇଛି। ଗତକାଲି ପ୍ରଦର୍ଶନକାରୀ ଓ ସ୍ଥାନୀୟ ସରକାର ସହ ଆଲୋଚନା ପରେ ସେ ତତ୍କାଳ ୨୩ ଅରବ ଟଙ୍କାର ମଞ୍ଜୂରୀ ପ୍ରଦାନ କରିଛନ୍ତି।

Pakistan Tension Situation POK Protest In POK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe