Advertisment

ୟୁନିର୍ଭସିଟିରେ ହୋଲି ଖେଳ ବେଳେ ଗଣ୍ଡଗୋଳ, ୧୫ରୁ ଅଧିକ ଛାତ୍ର ଆହତ

ପଞ୍ଜାବ ୟୁନିର୍ଭସିଟିର ଲ’ କଲେଜରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକାଠି ହୋଇଥିଲେ।

Holi Celebrations

Holi Celebrations

Advertisment

ହୋଲି ଖେଳକୁ ନେଇ ବିବାଦ। ଆରମ୍ଭ ହେଲା ଗଣ୍ଡଗୋଳ। ମାରପିଟ୍ ହୋଇ ୧୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ପାକିସ୍ତାନର ପଞ୍ଜାବ ୟୁନିର୍ଭସିଟି ପରିସରରେ ଘଟିଛି ଏଭଳି କିଛି ଘଟଣା। 

Advertisment

ସୋମବାର ଦିନ ପଞ୍ଜାବ ୟୁନିର୍ଭସିଟିର ଲ’ କଲେଜରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକାଠି ହୋଇଥିଲେ। ତେବେ ଇସ୍‌ଲାମିକ୍ ଜାମିଆ ଟୁଲ୍‌ବାର ସଦସ୍ୟମାଦେ ଆସି ସେମା‌ନଙ୍କୁ ଅଟକାଇଥିଲେ। ଫ‌ଳରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏପରିକି ମାରପିଟ୍ ଯାଏଁ କଥା ଯାଇଥିଲା। ଏଥିରେ ୧୫ ଜଣ ଛ‌ାତ୍ର ଆହତ ହୋଇଛନ୍ତି। 

ଆହତମାନଙ୍କ ମଧ୍ୟରୁ ଜଣେ ଯୁବକ କହିଛନ୍ତି, ଇସ୍‌ଲାମିକ୍ ଜାମିଆ ଟୁଲ୍‌ବାର ସଦସ୍ୟମାନେ ଆସି ଗଣ୍ଡଗୋଳ କରିଥିଲେ। ରଙ୍ଗ ଖେଳିବାକୁ ମନା କରିଥିଲେ। ଆମେ ସେମାନଙ୍କୁ ସାମ୍ନା କରିବାରୁ ୟୁନିଭରସିଟିର ଗାର୍ଡ ଆମକୁ ଆକ୍ରମଣ କରିଥିଲେ। ଆମେ ଉଭୟ ଆଇଜେଟୁର ସଦସ୍ୟ ଓ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣିଛୁ। ମାତ୍ର ଏଯାଏ ପୁଲିସ୍ ଷ୍ଟେସନ୍‌ରେ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ।

Advertisment

ଜଣେ ପ୍ରତ୍ୟକ୍ଷଦର୍ଶୀ ତଥା ପଞ୍ଜାବ ୟୁନିଭରସିଟିର ଛାତ୍ର କାସିଫ୍ ବ୍ରୋହିଙ୍କ କହିବା ମୁତାବକ,  ଛାତ୍ରମାନେ ରଙ୍ଗ ଖେଳିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନଙ୍କ ନିକଟରୁ ଅନୁମତି ଆଣିଥିଲେ।

Holi Punjab University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe