Advertisment

Middle East War: ରେକର୍ଡ ୧୮.୧୦ ଟଙ୍କା ‍ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ

ଦର ବୃଦ୍ଧି କାରଣରୁ ହାଇସ୍ପିଡ ଡିଜେଲର ଲିଟର ପିଛା ଦାମ ଆଗାମୀ ସପ୍ତାହରୁ ପିକେଆର ୩୩୫.୮୬ରେ ପହଞ୍ଚିବ। ପୂର୍ବରୁ ଏହା ୨୮୦.୮୬ ପିକେଆର ରହିଥିଲା। ଅର୍ଥାତ ଏକାଥରେ ଡିଜେଲ ଦାମ ୨୦% ବୃଦ୍ଧି ପାଇଛି।

author-image
Hemant Lenka
Petrol

ପେଟ୍ରୋଲ

Middle East War Updates: ଇରାନ ଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନ ସରକାର ପେଟ୍ରୋଲ  ଓ ଡିଜେଲର ଲିଟର ପିଛା ଦାମ ରେକର୍ଡ ପରିମାଣର ବୃଦ୍ଧି କରିଛନ୍ତି। ପେଟ୍ରୋଲ ଓ ହାଇସ୍ପିଡ ଡିଜେଲ ଦାମକୁ ରେକର୍ଡ ପିକେଆର ୫୫ ବା ଭାରତୀୟ ମୁଦ୍ରା ୧୮.୧୦ ଟଙ୍କା ବୃଦ୍ଧି କରିଛନ୍ତି। ପୂର୍ବରୁ କେବେ ହେଲେ ପାକିସ୍ତାନ ସରକାର ଏକାଥରେ ପେଟ୍ରୋଲ କିମ୍ବା ଡିଜେଲ ଦାମକୁ ଏତେ ବୃଦ୍ଧି କରି ନଥିଲେ। 

Advertisment

ପାକିସ୍ତାନର ପେଟ୍ରୋଲିୟମ ମନ୍ତ୍ରୀ ଅଲୀ ପରଭେଜ ମଲିକ, ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଈଶାକ ଦାର ଓ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ସାମ୍ବାଦିକ ସମ୍ମିଳନରେ ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ପାକିସ୍ତାନ ପାଖରେ ପର୍ଯ୍ୟାପ୍ତ ପରିମାଣର ତୈଳ ରହିଥିବା କହିଛନ୍ତି। 

ଦର ବୃଦ୍ଧି କାରଣରୁ ହାଇସ୍ପିଡ ଡିଜେଲର ଲିଟର ପିଛା ଦାମ ଆଗାମୀ ସପ୍ତାହରୁ ପିକେଆର ୩୩୫.୮୬ରେ ପହଞ୍ଚିବ। ପୂର୍ବରୁ ଏହା ୨୮୦.୮୬ ପିକେଆର ରହିଥିଲା। ଅର୍ଥାତ ଏକାଥରେ ଡିଜେଲ ଦାମ ୨୦% ବୃଦ୍ଧି ପାଇଛି।

Advertisment

ସମାନ ଭାବେ ପେଟ୍ରୋଲର ଲିଟର ପିଛା ଦାମ ୧୭% ବୃଦ୍ଧି ପାଇଛି। ପୂର୍ବରୁ ପାକିସ୍ତାନରେ ଗୋଟିଏ ଲିଟର ପେଟ୍ରୋଲର ଦାମ ୨୬୬.୧୬ ପିକେଆର ରହିଥିଲା। ଏବେ ଏହା ୩୨୧.୧୭ ପିକେଆରରେ ପହଞ୍ଚିଛି। 

ମନ୍ତ୍ରୀ ମଲିକଙ୍କ କହିବା କଥା ଯେ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦ ପୂରା ଅଞ୍ଚଳକୁ ଅସ୍ଥିରତା ମଧ୍ୟକୁ ଠେଲି ଦେଇଛି। ବିବାଦ କାରଣରୁ ବିଶ୍ୱ ଯୋଗାଣ ଓ ଦାମ ପ୍ରଭାବିତ ହୋଇଛି। ଗୋଟିଏ ପଡ଼ୋଶୀ ଦେଶରେ ସୃଷ୍ଟି ହୋଇଥିବା ନିଆଁ ପୂରା ଅଞ୍ଚଳକୁ ବ୍ୟାପି ଯାଇଛି। ଏହି ସଙ୍କଟ କେତେ ଦିନ ଲାଗି ରହିବ, ସେକଥା କାହାକୁ ବି ଜଣା ନଥିବା ସେ କହିଛନ୍ତି। 

ତାଙ୍କ କହିବା କଥା ଯେ ପାକିସ୍ତାନ ତୈଳ ଯୋଗାଣ ପାଇଁ ହର୍ମୁଜ ପ୍ରଣାଳୀ ଉପରେ ନିର୍ଭର କରେ। ବିବାଦ କାରଣରୁ ଏହି ରାସ୍ତାରେ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ଆଗକୁ ଏହି ରାସ୍ତାରେ ଯୋଗାଣ ହୋଇପାରିବ କି ନାହିଁ, ସେକଥା ମଧ୍ୟ କେହି ଜାଣି ନାହାନ୍ତି। 

Middle East war updates