Advertisment

ପାକିସ୍ତାନରେ ଫୁଟିଲା ଗୁଳି, ଟଳିଲେ ସାମ୍ବାଦିକ

ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ଜଣେ ଖଦରଦାତାଙ୍କୁ ବିଚ୍‌ ବଜାରରେ ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ଖବରଦାତାଜଣକ ହେଲେ ଖଲିଲ ଜିବ୍ରାନ।

author-image
Niharika Rout
Tension In Pakistan

Tension In Pakistan

ଅଶାନ୍ତ ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ଖବରଦାତା। ଏଠାରେ ସାମ୍ବାଦିକଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଉଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ପାକିସ୍ତାନର ଉତ୍ତର- ପଶ୍ଚିମ ପ୍ରାନ୍ତରେ ଥିବା ଖୈବର ପଖତୁନଖ୍ୱାବ ଅଞ୍ଚଳରେ ଘଟିଛି। ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ଜଣେ ଖଦରଦାତାଙ୍କୁ ବିଚ୍‌ ବଜାରରେ ହତ୍ୟା କରିଛନ୍ତି।

Advertisment

ହତ୍ୟାର ଶିକାର ହୋଇଥିବା ଖବରଦାତାଜଣକ ହେଲେ ଖଲିଲ ଜିବ୍ରାନ। ସେ ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ କାମ କରୁଥିବା ବେଳେ ଘର ପାଖରେ ହିଁ ଗୁଳି କରି ତାଙ୍କୁ ହତ୍ୟା କରାଯାଇଛି। ଏହି ଫାୟାରିଂରେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ଏହି ଅଘଟଣ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି।

ଖବର ପାଇ ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରି ଦେଇଛି। ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ପତ୍ତା ମିଳି ନ ଥିବା ଜଣାଯାଇଛି।

Advertisment

ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ପାକିସ୍ତାନରେ ନୂଆ ନୁହେଁ। ଗତ ମାସରେ ମଧ୍ୟ ପ୍ରେସ୍‌ ଫ୍ରିଡମ ଦିବସରେ ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ଏକ ବୋମା ବିସ୍ଫୋରଣ ହୋଇ ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ।

Pakistan Firing