Advertisment

ଆତଙ୍କୀ ହମ୍‌ଲା ପରେ ସାମ୍ପ୍ରଦାୟିକ ହିଂସା, ୩୭ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

Violence in Pakistan

Violence in Pakistan

Advertisment

ଆତଙ୍କୀ ହମ୍‌ଲା ପରେ ଅଶାନ୍ତ ହୋଇପଡିଛି ଭାରତର ପଡୋଶୀ ଦେଶ ପାକିସ୍ତାନ। ଏଠାରେ ଆରମ୍ଭ ହୋଇଛି ସାମ୍ପ୍ରଦାୟିକ ହିଂସା। ଗତ ୨୪ ଘଣ୍ଟା ମଧ୍ୟରେ ଏଥିରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ରୁ ଅଧିକ ଆହତ ହୋଇଛନ୍ତି।

Advertisment

ପାକିସ୍ତାନର ଖାଇବର ପଖତୁନଖଓ୍ୱାରେ ଘଟିଛି ଏଭଳି କିଛି ଘଟଣା। ଏନେଇ ପୁଲିସ ସୂଚନା ଦେଇଛି। ଆଫଗାନିସ୍ତାନର ସୀମାବର୍ତ୍ତୀ କୁରାମ ଜିଲ୍ଲାରେ ଗୁରୁବାର ଏକ ଯାତ୍ରୀବାହୀ ଭ୍ୟାନ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଆଲିଜାଇ ଏବଂ ବାଗାନ ଆଦିବାସୀ ଗୋଷ୍ଠୀ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ଯାତ୍ରୀ ଭ୍ୟାନ ଉପରେ ହୋଇଥିବା ଆକ୍ରମଣରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ପୂରା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ଓ ପୁଲିସ ଲାଗିପଡିଛନ୍ତି। ଜଣେ ଶୀର୍ଷ ଅଧିକାରୀଙ୍କ କହିବା ମୁତାବକ, ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ସ୍ୱୟଂଚାଳିତ ଅସ୍ତ୍ର ବ୍ୟବହାର କରି ଟାର୍ଗେଟ କରୁଛନ୍ତି।

Advertisment

ହିଂସାକାଣ୍ଡରେ ଘର ଓ ଦୋକାନକୁ ଟାର୍ଗେଟ କରାଯାଇଥିଲା, ଯାହା ପରେ ବିଭିନ୍ନ ଗାଁର ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ପରିସ୍ଥିତି ବିଗିଡିବା ଦେଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଘରୋଇ ଶିକ୍ଷା ନେଟୱାର୍କର ସଭାପତି ମହମ୍ମଦ ହାୟତ ହାସନ ଏନେଇ ସୂଚନା ଦେଇଛନ୍ତି।

ଏହି ହିଂସା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ପୋଲିସ କହିଛି ଯେ ୬ ଜଣ ମହିଳାଙ୍କୁ ବନ୍ଦୀ କରି ରଖାଯାଇଥିବା ଖବର ରହିଛି।, କିନ୍ତୁ ସୀମିତ ସଂଯୋଗ ହେତୁ ଏନେଇ କିଛି ଅଧିକ ସୂଚନା ମିଳିନାହିଁ।

Pakistan Province Violence Khyber Pakhtunkhwa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe