Advertisment

ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ହମ୍‌ଲା, ୧୫ ମୃତ

ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଅଛନ୍ତି।

author-image
Madhupriya Mistry
Ait Strike

Ait Strike

ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଘନ ଘନ ରକେଟ୍‌ ମାଡ଼ କଲା ପାକିସ୍ତାନ। ଘାଇଲା ହେଲା ଆଫଗାନିସ୍ତାନ। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଅଛନ୍ତି। କୁହାଯାଉଛି ଯେ ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଏୟାର ଷ୍ଟ୍ରାଇକ୍ ପାକ୍ଟିକା ପ୍ରଦେଶର ବାରମଲ ଜିଲ୍ଲାରେ ଅନେକଙ୍କୁ ଆଘାତ ଦେଇଛି।

Advertisment

ଆଫଗାନିସ୍ତାନ ଅଧିକାରୀଙ୍କ ଅନୁଯାୟୀ, ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ସେହିପରି ଅନେକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ ଉପରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକରେ ଅନେକ ଗାଁକୁ ମଧ୍ୟ ଟାର୍ଗେଟ କରାଯାଇଛି। ତେବେ ପାକିସ୍ତାନୀ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହି ଏୟାର ଷ୍ଟ୍ରାଇକକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହାନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ଯୁଦ୍ଧ ବିମାନ ଆଫଗାନିସ୍ତାନର କିଛି ସ୍ଥାନ ଉପରେ ବୋମା ପକାଇଛି। ଏହି ଏୟାର ଷ୍ଟ୍ରାଇକ୍ ବ୍ୟାପକ ଧ୍ୱଂସ ଘଟାଇଛି। ପାକିସ୍ତାନୀ ଏୟାର ଷ୍ଟ୍ରାଇକ୍ ପରେ ଏହି ଅଞ୍ଚଳରେ ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଛି।

Advertisment

ପାକିସ୍ତାନ ଦ୍ୱାରା ହୋଇଥିବା ଏହି ଆକ୍ରମଣ ପରେ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛି। ତାଲିବାନ ଏକ ବିବୃତ୍ତି ଜାରି କରି କହିଛି ଯେ ଆଫଗାନିସ୍ତାନକୁ ତା'ର ଜମି ଏବଂ ସାର୍ବଭୌମତ୍ୱ ରକ୍ଷା କରିବାର ସମସ୍ତ ଅଧିକାର ରହିଛି। ଏହି ଆକ୍ରମଣକୁ ନିନ୍ଦା କରି ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ପାକିସ୍ତାନୀ ଯୁଦ୍ଧ ବିମାନ ଦ୍ୱାରା ଯେଉଁ ଅଞ୍ଚଳରେ ବୋମା ମାଡ଼ କରାଯାଇଛି, ସେହି ଅଞ୍ଚଳରେ ୱାଜିରିସ୍ତାନୀ ଶରଣାର୍ଥୀ ମଧ୍ୟ ଥିଲେ।

ପାକିସ୍ତାନୀ ତାଲିବାନ କିମ୍ବା ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଗତ କିଛି ମାସ ମଧ୍ୟରେ ପାକିସ୍ତାନୀ ସୈନ୍ୟ ଉପରେ ଆକ୍ରମଣକୁ ବୃଦ୍ଧି କରିଛି ବୋଲି ଖାମା ପ୍ରେସ ରିପୋର୍ଟ କରିଛି। ଆଫଗାନିସ୍ତାନ ଏହି ଆତଙ୍କବାଦୀଙ୍କୁ ଶରଣ ଦେଇଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି। ତେବେ ଏହାକୁ ତାଲିବାଦ ରକ୍ଷା ମନ୍ତ୍ରଣାଳୟ ଖଣ୍ଡନ କରିଛି।

Afganistan Pakistan Air Strike