Advertisment

କୋଇଲା ଖଣି ପାଇଁ ପାକିସ୍ତାନରେ ଫୁଟିଲା ଗୁଳି; ଚାଲିଗଲା ୧୬ ଜୀବନ

ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବାରୁ ଘଟଣାସ୍ଥଳରେ ୧୬ ଜଣ ଟଳି ପଡ଼ିଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author-image
Niharika Rout
Pakistan

Pakistan

ପୁଣି ଥରେ ଅଶାନ୍ତ ହୋଇ ଉଠିଛି ପାକିସ୍ତାନ । ଗୁଳି ଫୁଟିବା ସହ ହୋଇଛି ରକ୍ତାକ୍ତ ସଂଘର୍ଷ । ଏଥିରେ ୧୬ ନିରୀହ ଜୀବନ ଚାଲି ଯାଇଥିବା ବେଳେ ବହୁ ଜଣ ଗୁରୁତର ହୋଇ ମରଣ ସହ ସଂଘର୍ଷ କରୁଛନ୍ତି। ଏପରି ଏକ ଅଘଟଣ ଗତକାଲି ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳର ଏକ କୋଇଲା ଖାଦାନରେ ଘଟିଥିଲା ।

Advertisment

ପେଶୱାରଠାରୁ ପ୍ରାୟ ୩୫ କିମି ଦୂରରେ ଥିବା କୋହାଟ ଜିଲ୍ଲାର ଡାରା ଆଡାମ ଖେଲ କୋହଟ ଅଞ୍ଚଳରେ ଗତକାଲି ଏହି ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଏକ ଖଣିର ସୀମାକୁ ନେଇ ସନିଖେଲ ଏବଂ ଜରଧୁନ ଖେଲ ନାମକ ୨ ଜନଜାତି ସମ୍ପ୍ରଦାୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା।

ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବାରୁ ଘଟଣାସ୍ଥଳରେ ୧୬ ଜଣ ଟଳି ପଡ଼ିଛନ୍ତି। ସେହିପରି ବହୁ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଓ ଅନ୍ୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣାରେ ଡାରା ଆଦାମ ଖେଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ଡାରା ଆଡାମ ଖେଲ କୋହଟ କୋଇଲା ଖଣିର ସୀମାକୁ ନେଇ ସନିଖେଲ ଏବଂ ଜରଧୁନ ଖେଲ ଜନଜାତିଙ୍କ ମଧ୍ୟରେ ବିଗତ କିଛି ବର୍ଷ ଧରି ବିବାଦ ଲାଗି ଆସୁଛି। ଏହି ସମସ୍ୟାର ସମାଧାନ ପାଇଁ ଅନେକ ସମନ୍ୱୟ ବୈଠକ ବସିଥିଲେ ବି ସମାଧାନର ବାଟ ବାହାରି ପାରୁନି। ଫଳରେ ଏହି ଘଟଣାକୁ ନେଇ ବାରମ୍ବାର ୨ ଗୋଷ୍ଠୀ ମୁହାଁମୁହିଁ ହେଉଥିବା ବେଳେ ବିଭିନ୍ନ ସମୟରେ ଜୀବନ ହାନୀ ହେଉଛି।

Firing Pakistan Coal Mines Deadbody