ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ତୃତୀୟ ଥର ପାଇଁ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ।

Narendra Modi & Shehbaz Sharif

ନରେନ୍ଦ୍ର ମୋଦି ଓ ଶେହବାଜ ସରିଫ

Debibandita Barick
  • Published: Monday, 10 June 2024
  • Updated: 10 June 2024, 02:26 PM IST

ଶୁଭେଚ୍ଛା ବାର୍ତ୍ତା ଚର୍ଚ୍ଚା ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଗତକାଲି ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ସରିଫ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ସୋଶାଲ ମିଡିଆ ଏକ୍ସରେ ସରିଫ ଏକ ପୋଷ୍ଟ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା।

ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନରେନ୍ଦ୍ର ମୋଦିଙ୍କୁ ଅନେକ ବିଦେଶୀ ରାଷ୍ଟ୍ରମୁଖ୍ୟ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ପାକିସ୍ତାନ ମୋଦିଙ୍କୁ ବିଜୟୀ ପାଇଁ ଶୁଭେଚ୍ଛା ଜଣାଇନଥିଲା।

ଏହି ସମୟରେ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମମତାଜ ଜହରା ବଲୋଚ ଏକ ସରକାରୀ ବିବୃତ୍ତିରେ କହିଥିଲେ ଯେ, ସେମାନଙ୍କର(ଭାରତ) ନିର୍ବାଚନ ପ୍ରକ୍ରିୟା ଉପରେ ଆମର ମତାମତା ଦେବା ଠିକ ନୁହେଁ। ନିଜର ପ୍ରତିନିଧିଙ୍କୁ ବାଛିବାର ଅଧିକାର କେବଳ ଭାରତୀୟଙ୍କର ଅଛି।

ଭାରତରେ ବର୍ତ୍ତମାନ ସରକାର ଗଠନ ପ୍ରକ୍ରିୟା ଚାଲିଛି। ଏଯାଏଁ କେହି ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। ତେଣୁ ଏବେଠାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଠିକ ହେବନାହିଁ ବୋଲି ମମତାଜ କହିଥିଲେ।

ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବ କାର୍ଯ୍ୟକ୍ରମକୁ ଅନେକ ପଡୋଶୀ ରାଷ୍ଟ୍ରମୁଖ୍ୟଙ୍କୁ ଶେବହାଜ ସରିଫଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଗତକାଲି ଶପଥ ଉତ୍ସବରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ପ୍ରଚଣ୍ଡ, ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥ, ସିସେଲ୍ସର ଉପରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିଥିଲେ। ଏପରିକି ବିବାଦ ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଧ୍ୟ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story