Advertisment

ଭାରତକୁ ବଡ଼ ପ୍ରସ୍ତାବ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଭାରତର ଶକ୍ତି ଆଗରେ ପାକିସ୍ତାନ କିଛି ନୁହେଁ ବୋଲି ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ବୁଝି ସାରିଛନ୍ତି। ଖାସ ଏହି କାରଣ ପାଇଁ ସେ ଭାରତକୁ ବଡ଼ ପ୍ରସ୍ତାବ ଦେଇଛନ୍ତି।

Pak PM

Pak PM

Advertisment

ଭାରତର ଅପରେସନ ସିନ୍ଦୂରରେ ଘାଇଲା ପାକିସ୍ତାନ ପ୍ରଥମେ ଡହଳ ବିକଳ ହୋଇ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲା। ଯୁଦ୍ଧ ବିରତି ଲାଗୁ ହେବା ପରେ ନିଜର ବିଜୟ ନେଇ ବାହସ୍ଫୋଟ ମାରୁଥିବା ପାକିସ୍ତାନ ଏବେ ଲାଇନକୁ ଆସିଛି। ଭାରତର ଶକ୍ତି ଆଗରେ ପାକିସ୍ତାନ କିଛି ନୁହେଁ ବୋଲି ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ବୁଝି ସାରିଛନ୍ତି। ଖାସ ଏହି କାରଣ ପାଇଁ ସେ ଭାରତକୁ ବଡ଼ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ଭାରତକୁ ତୋଡ଼ ଦେଖାଉଥିବା ଶେହବାଜ ଏବେ ନୂଆଦିଲ୍ଲୀ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା କରିବାକୁ ରାଜି ଥିବା କହିଛନ୍ତି।

Advertisment

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା କାମରା ଏୟାର ବେସ୍‌କୁ ଯାଇଥିବା ଶେହବାଜ କହିଛନ୍ତି ଯେ “ଆମେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ।” ଏୟାର ବେସ୍‌ରୁ ଭାରତକୁ ଶାନ୍ତି ଆଲୋଚନାର ପ୍ରସ୍ତାବ ଦେବା ବେଳେ ଶେହବାଜଙ୍କ ପାଖରେ ଉପ ପ୍ରଧାନମନ୍ତ୍ରୀ ଈଶାକ ଡର, ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ, ଆର୍ମି ମୁଖ୍ୟ ଜେନେରାଲ ଆସୀମ ମୁନିର, ଏୟାର ଚିଫ ମାର୍ଶଲ ଜାହିର ଅହମଦ ବାବେର ସିଦ୍ଧୁଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ଓ ସେନାର ଉଚ୍ଚ ପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଭାରତ ସହ ବିବାଦ ସମୟରେ ଲଢ଼େଇ କରିଥିବା ଅଧିକାରୀ ଓ ସୈନ୍ୟମାନଙ୍କୁ ଶେହବାଜ ଏୟାରବେସରେ ଭେଟିଛନ୍ତି।

ଶାନ୍ତି ପ୍ରତିଷ୍ଠା ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିବା ଶେହବାଜ ସର୍ତ୍ତ ମଧ୍ୟ ରଖିଛନ୍ତି। ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା କଶ୍ମୀର ପ୍ରସଙ୍ଗ ଶାନ୍ତି ପ୍ରତିଷ୍ଠାର ସର୍ତ୍ତରେ ସାମିଲ ହେବ ବୋଲି ସେ କହିଛନ୍ତି। ଭାରତ ସବୁବେଳେ କହି ଆସିଛି ଯେ କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନ ସହ ଆଲୋଚନା କେବଳ ଆତଙ୍କବାଦ ପ୍ରସଙ୍ଗରେ ହେବ।

Advertisment

ଗୁରୁବାର ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ପାକିସ୍ତାନ ସହ କଶ୍ମୀର ପ୍ରସଙ୍ଗରେ ଅଲୋଚନା କରିବାକୁ ଭାରତ ରାଜି। କିନ୍ତୁ ଏହି ଆଲୋଚନା କେବଳ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ଅଞ୍ଚଳ ଫେରାଇବା ସମ୍ପର୍କରେ ହେବ।

India Pakistan Jammu Kashmir Shehbaz Sharif
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe