Advertisment

ଭାରତ ସହ ଆଲୋଚନା କରିବାକୁ ପାକିସ୍ତାନ ବିକଳ, ପୁଣି ପ୍ରସ୍ତାବ ଦେଲେ ଶରିଫ

ପୁଣି ଥରେ ଭାରତ ସହ ପାକିସ୍ତାନ ଫଳପ୍ରଦ ଆଲୋଚନା କରିବାକୁ ଚାହୁଁଛି। ଏନେଇ ଖୋଦ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରସ୍ତାବ ଦେଇଛନ୍ତି।

Pakistan

Pakistan

Advertisment

ଅପରେସନ ସିନ୍ଦୂରରେ ଘାଇଲା ହୋଇ ତୋଡ଼ ଦେଖାଉଥିବା ପାକିସ୍ତାନ ଏବେ ନିଜର ସ୍ୱର ବଦଳାଇଛି। ଭାରତୀୟ ସେନାର ପରାକ୍ରମ ଦେଖି ପାକିସ୍ତାନ ଏବେ ଆଲୋଚନା କରିବାକୁ ବିକଳ ହୋଇ ଉଠିଛି। ପୂର୍ବରୁ ଏକାଧିକ ଥର ଭାରତ ସହ ଆଲୋଚନା କରିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା। ଏବେ ପୁଣି ଥରେ ଭାରତ ସହ ପାକିସ୍ତାନ ଫଳପ୍ରଦ ଆଲୋଚନା କରିବାକୁ ଚାହୁଁଛି। ଏନେଇ ଖୋଦ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରସ୍ତାବ ଦେଇଛନ୍ତି।

Advertisment

ପହଲଗାମ ନରସଂହାର ପରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏଥିସହ ସିନ୍ଦୁ ଜଳ ଚୁକ୍ତିକୁ ବାତିଲ କରିବା ସହ ପାକିସ୍ତାନ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କ ମଧ୍ୟ ଭାରତ ଚ୍ଛିନ୍ନ କରି ଦେଇଛି। ଭାରତର ଏପରି କଡ଼ା ଆଭିମୁଖ୍ୟରେ ଛାନିଆ ପାକିସ୍ତାନ ଏବେ ଆଲୋଚନାକୁ ବିକଳ୍ପ ଭାବେ ବାଛିଛି।

ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି, “ଭାରତ ସହ ସମସ୍ତ ପ୍ରକାରର ବିବାଦୀୟ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ। ଜମ୍ମୁ-କଶ୍ମୀର, ଜଳ, ଶିଳ୍ପ ଓ ଆତଙ୍କବାଦ ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିବାକୁ ଆମେ ରାଜି।” ତେବେ ଆଲୋଚନା ନେଇ ଭାରତ ପୂର୍ବରୁ ହିଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ପାକିସ୍ତାନ ସହ ଯଦି ଭବିଷ୍ୟତରେ କେବେ ଆଲୋଚନା ହେବ, ତା’ହେଲେ ଦୁଇ ଦେଶ କେବଳ ପାକିସ୍ତାନ ଅଧିକୃତ କଶ୍ମୀରକୁ ଫେରାଇ ଆଣିବା ଉପରେ କଥା ହେବେ ବୋଲି ନୂଆଦିଲ୍ଲୀ କହିଛି।

Advertisment

ନିକଟରେ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ସ୍ପଷ୍ଟ କରିଥିଲେ ଯେ ପାକିସ୍ତାନ ସୀମା ପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ଯାଏ ସିନ୍ଧୁ ଜଳ ଚୁକ୍ତି ବାତିଲ ରହିବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉକ୍ତି “ଆତଙ୍କବାଦ ଓ ଆଲୋଚନା ଏକାଠି ହୋଇପାରିବ ନାହିଁ। ଆତଙ୍କବାଦ ଓ ବ୍ୟବସାୟ ଏକାଠି ଚାଲି ପାରିବ ନାହିଁ। ପାଣି ଓ ରକ୍ତ ଏକାଠି ବହି ପାରିବ ନାହିଁ ”କୁ ଦୋହରାଇଥିଲେ।

ଭାରତ କେବଳ ପିଓକେ ଉପରେ ଆଲୋଚନା ଚାହୁଁଥିବା ବେଳେ ପାକିସ୍ତାନ ସମସ୍ତ ପ୍ରକାରର ପ୍ରସଙ୍ଗରେ କଥା ହେବାକୁ ପ୍ରସ୍ତୁତ ଥିବା କହିଛି। ପ୍ରଥମଥର ପାଇଁ ଶରିଫ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ପ୍ରସ୍ତାବ ଦେଇ ନାହାନ୍ତି। ଏହାପୂର୍ବରୁ ଗତ ମାସରେ ସେ ଯେତେବେଳେ ଇରାନ ଓ ଆଜେରବୈଜାନ ଯାଇଥିଲେ ସେତେବେଳେ ମଧ୍ୟ ପାକିସ୍ତାନ ସମସ୍ତ ପ୍ରକାରର ବିବାଦୀୟ ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଥିଲେ।

Pakistan Shehbaz Sharif India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe