Advertisment

'ଏକ୍ସ'ରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଫସିଗଲେ ପାକ୍ ପ୍ରଧାନମନ୍ତ୍ରୀ

ପାକିସ୍ତାନରେ ବ୍ୟାନ୍ ହୋଇଛି ଏକ୍ସ। ଭିପିଏନ୍ ବ୍ୟବହାର କରି ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଅଡ଼ୁଆରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ।

ଅଦ୍ୟତନ ହୋଇଛି
Pakistan PM Shehbaz Sharif

Pakistan PM Shehbaz Sharif

Advertisment

ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ 'ଏକ୍ସ'ରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଫସିଯାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। କାରଣ ଚଳିତ ବର୍ଷ ହିଁ ପାକିସ୍ତାନରେ 'ଏକ୍ସ'କୁ ନିଷିଦ୍ଧ କରାଯାଇଛି। ଏହା ସତ୍ତ୍ୱେ ସେ ଭିପିଏନ୍ ବ୍ୟବହାର କରି ଏକ୍ସରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିପିଏନର ଏଭଳି ବ୍ୟବହାର ଆଇନଗତ ଭାବରେ ପାକିସ୍ତାନରେ ଅପରାଧ ବୋଲି ଧରାଯାଏ। ନିଜେ ପ୍ରଧାନମନ୍ତ୍ରୀ ଆଇନର ଉଲ୍ଲଂଘନ କରିଥିବାରୁ ଖୋଦ ପାକିସ୍ତାନୀମାନେ ହିଁ ତାଙ୍କୁ ପ୍ରବଳ ମାତ୍ରାରେ ସମାଲୋଚନା କରୁଛନ୍ତି।

Advertisment

ପାକ୍ ପ୍ରଧାନମନ୍ତ୍ରୀ ଶରିଫ୍ ନିଜ ଆଧିକାରୀକ 'ଏକ୍ସ' ହ୍ୟାଣ୍ଡେଲରେ ଲେଖିଛନ୍ତି, 'ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା। ମୁଁ ପାକିସ୍ତାନ ଓ ଆମେରିକା ସହଭାଗିତାକୁ ଆହୁରି ମଜବୁତ ତଥା ବ୍ୟାପକ କରିବା ପାଇଁ ଆଗାମୀ ପ୍ରଶାସନ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ପାଇଁ ଅପେକ୍ଷାରତ।'

Advertisment

ହେଲେ ସବୁଠାରୁ ବଡ଼ କଥା ହେଉଛି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ବ୍ୟବହାର କରିଥିବା 'ଏକ୍ସ' ପାକିସ୍ତାନରେ ବ୍ୟାନ୍ ହୋଇଛି। ଜାତୀୟ ସୁରକ୍ଷା ପ୍ରସଙ୍ଗ ଦର୍ଶାଇ ଚଳିତ ବର୍ଷ ପାକିସ୍ତାନର ସୂଚନା ମନ୍ତ୍ରୀ ଅତ୍ତଉଲ୍ଲା ତରାର ଦେଶରେ ସୋଶାଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'କୁ ବ୍ୟାନ ଘୋଷଣା କରିଥିଲେ। ବାଲୋଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ)ର ଆତଙ୍କବାଦୀମାନେ ଦେଶ ବିରୋଧୀ କାର୍ଯ୍ୟକଳାପ ବିସ୍ତାର ପାଇଁ 'ଏକ୍ସ' ବ୍ୟବହାର କରୁଥିବା ସେ କହିଥିଲେ।

ତେବେ ଦେଶରୁ ଏହି ସୋଶାଲ ମିଡିଆ ପ୍ଲାଟଫର୍ମ ଉପରୁ ପ୍ରତିବନ୍ଧକ ହଟିନଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଶରିଫ ଭିପିଏନ୍ ବ୍ୟବହାର କରି ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ତାଙ୍କ ପୋଷ୍ଟ ନିକଟରେ ଏକ କମ୍ୟୁନିଟି ନୋଟିସ ଆସିଯାଇଛି। ଯାହାକୁ ନେଇ ଖୋଦ ପାକିସ୍ତାନରେ ଅନେକ ଲୋକ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବାବେଳେ 'ଏକ୍ସ'ରେ ମଧ୍ୟ ଅନେକ ସରିଫଙ୍କ ପୋଷ୍ଟରେ କମେଣ୍ଟ ଦେଇ ଟ୍ରୋଲ କରୁଛନ୍ତି।

ଜଣେ ୟୁଜର ଶରିଫଙ୍କ ଏହି ପୋଷ୍ଟରେ ରିପ୍ଲାଇ ଦେଇ ଲେଖିଛନ୍ତି, 'ଯଦି ପାଖଣ୍ଡି ମାନଙ୍କର ମଣିଷ ଭଳି ଚେହେରା ଥିବ, ତେବେ ଏହା ଶେହବାଜ ଶରିଫଙ୍କ ଭଳି ଦେଖାଯିବ।' ଅନ୍ୟଜଣେ ଏଲନ ମସ୍କଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, 'ମିଷ୍ଟର ଟ୍ରମ୍ପ, ଏହି ଜୋକର ଆପଣଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭିପିଏନ୍ ବ୍ୟବହାର କରିଛି। କାରଣ ପାକିସ୍ତାନରେ ମସ୍କଙ୍କ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି।'

Pakistan Pakistan PM Shehbaz Sharif Donald Trump Shehbaz Sharif Shehbaz Sharif Congratulates Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe