Advertisment

ପୁଲିସକୁ ଚକମା ଦେଇ ଖସିଗଲେ ଇମ୍ରାନ୍ ଖାନ୍

ଖାଲି ହାତରେ ଫେରିଲା ପୁଲିସ।

author-image
Tapas Behera
undefined

Imran Khan

ପୁଲିସକୁ ଚକମା ଦେଇ ଖସିଗଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଇମ୍ରାନଙ୍କୁ ଗିରଫ ପାଇଁ କୋର୍ଟଙ୍କ ଗିରଫ ପରୱାନା ଧରି ପୁଲିସ ତାଙ୍କ ଘରେ ପହଞ୍ଚିବା ବେଳକୁ ଇମ୍ରାନ ଗାଏବ। ପରେ ଖାଲି ହାତରେ ଫେରିଲା ପୁଲିସ। ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନଙ୍କ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋର ସେସନ୍ସ କୋର୍ଟ। ତେଣୁ ଇମ୍ରାନଙ୍କୁ ଆଜି ଗିରଫ ପାଇଁ ତାଙ୍କ ଲହୋର ସ୍ଥିତ ଘରେ ପହଞ୍ଚିଥିଲା ଇସଲାମାବାଦ ପୁଲିସ। ସେପଟେ ପୂର୍ବରୁ ଏ ସମ୍ପର୍କରେ ସୂଚନା ପାଇ ତାଙ୍କ ଘର ଆଗରେ ବହୁ ସଂଖ୍ୟାରେ ଅନୁଗତ ତଥା ପିଟିଆଇର ବହୁ କର୍ମୀ ଏକାଠି ହୋଇଥିଲେ। ସେପଟେ ଇସାଲାମାବାଦ ପୋଲିସର ନୋଟିସ ମିଳିଛି, କିନ୍ତୁ ଏଥିରେ ଗିରଫ ପାଇଁ ନିର୍ଦ୍ଦେଶ ନଥିବା କଥା କହିଛନ୍ତି ପାକିସ୍ତାନ ତେହରିକ ଇ ଇନସାଫ୍ ଦଳର ଉପାଧ୍ୟକ୍ଷ।ଏ ସମ୍ପର୍କରେ ଆଇନଜୀବୀଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି

Advertisment

ବୋଲି ଇମ୍ରାନଙ୍କ ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଅର୍ଥ ହେରଫେର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏକ ପାକିସ୍ତାନୀ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତୋଷଖାନା କ୍ୟାବିନେଟର ଏକ ବିଭାଗ । ଯେଉଁଠାରେ ଅନ୍ୟ ଦେଶର ସରକାର, ଓ ବିଦେଶୀ ଅତିଥିଙ୍କ ଦ୍ୱାରା ଦିଆଯାଉଥିବା ପୁରସ୍କାରକୁ ରଖାଯାଇଥାଏ । ନିୟମ ମୁତାବକ କୌଣସି ଅନ୍ୟଦେଶ କିମ୍ବା ପ୍ରମୁଖଙ୍କ ଦ୍ୱାରା ମିଳିଥିବା ପୁରସ୍କାର ତୋଷଖାନାରେ ରଖାଯିବା ଜରୁରୀ ।

ଇମ୍ରାନ ଖାନ ୨୦୧୮ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆରବ ଦେଶ ଗସ୍ତ କରିଥିବା ବେଳେ ତାଙ୍କୁ ଅନେକ ଦାମୀ ପୁରସ୍କାର ମିଳିଥିଲା। ଏହାସହ ୟୁରୋପୀୟ ଦେଶର ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଇମ୍ରାନ ଖାନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ । ଏହାକୁ ଇମ୍ରାନ ଖାନ୍ ତୋଷଖାନାରେ ଜମା କରିଥିଲେ । କିଛିଦିନ ପରେ ଇମ୍ରାନ ଖାନ୍ ତୋଷଖାନାରୁ ଏହି ଉପହାରଗୁଡିକୁ ଶସ୍ତା ଦାମରେ କିଣି ତାକୁ ପୁଣି ଉଚ୍ଚା ଦାମରେ ବିକ୍ରି କରିଦେଇଥିଲେ । ଏସବୁ କରିବା ପାଇଁ ଇମ୍ରାନ ଖାନ ସରକାର ତାଙ୍କୁ ପୂର୍ଣ୍ଣ ଅନୁମତି ଦେଇଥିଲା ।

Advertisment
Pakistan