Advertisment

ପୁଲିସ ଷ୍ଟେସନ ଉପରେ ଆଖିବୁଜା ଗୁଳିମାଡ଼, ୪ ପୁଲିସକର୍ମୀ ମୃତ

ଆକ୍ରମଣରେ ଡିଏସ୍‌ପି ସମେତ ୪ ପୁଲିସକର୍ମୀ ପ୍ରାଣ ହରାଇଛନ୍ତି।

ଅଦ୍ୟତନ ହୋଇଛି
Attack on Police Station

Attack on Police Station

Advertisment

ପୁଲିସ ଷ୍ଟେସନ ଉପରେ ଆତଙ୍କବାଦୀ ଆକ୍ରମଣ। ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ହେଲା ଗ୍ରେନେଡ୍ ମାଡ। ଏହି ଆକ୍ରମଣ ୪ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆଜି ସକାଳୁ ପାକିସ୍ତାନରେ ଘଟିଛି ଏଭଳି କିଛି ଘଟଣା।

Advertisment

ପାକିସ୍ତାନରେ ସକାଳୁ ସକାଳୁ ତାଲିବାନୀ ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଖାଇବର ପଖତୁନଖ୍ୱାରେ ଥିବା ପୁଲିସ ଷ୍ଟେସନ ଉପରକୁ ବଡ଼ ଧରଣର ଆକ୍ରମଣ ହୋଇଛି। ଆଖିବୁଜା ଗୁଳିମାଡ ସହ ଗ୍ରେନେଡ୍ ମାଡ ମଧ୍ୟ କରିଛନ୍ତି ଆତଙ୍କବାଦୀ। ଏପରିକି ପୁଲିସକର୍ମୀଙ୍କ ସହାୟତା ପାଇଁ ଆସିଥିବା ଏକ ଏପିସି ଗାଡିକୁ ମଧ୍ୟ ଉଡାଇ ଦେଇଛନ୍ତି।  

ଏହି ଆକ୍ରମଣରେ ଡିଏସ୍‌ପି ସମେତ ୪ ପୁଲିସକର୍ମୀ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏବେ ବି ଲକି ମାରୱାତ୍ ଅଞ୍ଚଳରେ ଗୁଳିମାଡ଼ ଜାରି ରହିଛି । ଏହି ଆକ୍ରମଣ ପାଇଁ ତେହେରିକ୍-ଏ-ତାଲିବାନ  ନିଜକୁ ଦାୟୀ କରିଛି। 

Advertisment

ସୂଚନା ମୁତାବକ, ଲକି ମାରୱାତ୍ ହେଉଛି ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଜିଲ୍ଲା ମୁଖ୍ୟାଳୟ। ପ୍ରାୟତଃ ପ୍ରତିଦିନ ଏଠାରେ ସାଂଘାତିକ ଆକ୍ରମଣ ଘଟୁଛି।  ଗୁରୁବାର ଘଟିଥିବା ଏହି ଘଟଣାରେ ପୁଲିସର ମୁଖପାତ୍ର ଏକ ବୟାନ ଜାରି କହିଛନ୍ତି ଯେ ଏହି ଅଞ୍ଚଳରେ ଏକ ପୁଲିସ୍ ଭ୍ୟାନ୍ ଉପରକୁ ପ୍ରଥମେ ଆଇଇଡି ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି ବିସ୍ଫୋରଣରେ ଡିଏସପି ଇକବାଲ ମହମ୍ମଦ ଏବଂ ତିନି ଜଣ ପୁଲିସ କନଷ୍ଟେବଳ ନିହତ ହୋଇଛନ୍ତି।

ପାକିସ୍ତାନର ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଡିଏସପି ଇକବାଲ ସଦର ପୁଲିସ ଫୋର୍ସ ସହିତ ପୋଲିସ ଷ୍ଟେସନ ଆଡକୁ ଯାଉଥିଲେ, ଏହି ସମୟରେ ରାସ୍ତା ଉପରେ ତାଙ୍କୁ ଆକ୍ରମଣ କରାଯାଇଥିଲା। 

ଉଲ୍ଲେଖଯୋଗ୍ୟ, ଲକି ମାରୱାତ୍‌ରେ କିଛି ଦିନ ପୂର୍ବେ ଜନଗଣନା କରିବାକୁ ଆସିଥିବା ଟିମ୍ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିଲେ। 

Pakistan Terror Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe