/odisha-reporter/media/post_attachments/uploadimage/library/16_9/16_9_0/IMAGE_1679136177.jpg)
Police entered Imran Khan House
ପାକିସ୍ତାନରେ ହାଇଡ୍ରାମା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଗିରଫ କରିବା ପାଇଁ ଲାଗି ପଡିଛି ପୁଲିସ। ଏହାରି ଭିତରେ ଆଜି ଇମ୍ରାନ୍ ଖାନ୍ଙ୍କ ଗେଟ୍ ଭାଙ୍ଗି ତାଙ୍କ ଲାହୋର ସ୍ଥିତ ଘରେ ପୁଲିସ ପଶିଛି। ଏହି ସମୟରେ ପିଟିଆଇ କର୍ମୀ ଓ ପୁଲିସ ପୁଣି ମୁହାଁମୁହିଁ ହୋଇଛନ୍ତି। ଫଳରେ ପିଟିଆଇ କର୍ମୀଙ୍କ ଉପରେ ପୁଲିସ ଲାଠି ମାଡ କରିଛି।
ତୋସଖାନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ସଙ୍କଟ ସଙ୍କଟ ଘନେଇବାରେ ଲାଗିଛି। ଇମ୍ରାନ ଆଜି ଲାହୋରରୁ ଇସଲାମାବାଦର କୋର୍ଟରେ ହାଜର ହେବାକୁ ଯାଉଥିଲେ। ତେବେ କୋର୍ଟକୁ ଯିବା ପୂର୍ବରୁ ତାଙ୍କ କର୍କେଡ୍କୁ ଇସଲାମାବାଦର ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଛି।
ଏହି ସମୟରେ ଇମ୍ରାନ ଘରେ ନଥିବାର ସୁଯୋଗ ପାଇ ପୁଲିସ ଲାହୋର ସ୍ଥିତ ଘରେ ପହଞ୍ଚିଛି। ବୁଲଡୋଜର ଜରିଆରେ ତାଙ୍କ ଘରର ଗେଟ୍ ଭାଙ୍ଗି ପୁଲିସ ଭିତରେ ପଶିଛି। ଏହି ସମୟରେ ପିଟିଆଇ କର୍ମୀଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଫଳରେ ପୁଲିସ ପିଟିଆଇ କର୍ମୀଙ୍କ ଉପରେ ପାଣି ମାଡ କରିବା ସହ ଲାଠି ଚାର୍ଜ ମଧ୍ୟ କରିଥିବା ଜଣାପଡିଛି।
چیئرمین عمران خان کا خصوصی بیان۔
#چلو_چلو_عمران_کے_ساتھpic.twitter.com/8c0l0aC5eC— PTI (@PTIofficial) March 18, 2023
ଇମ୍ରାନଙ୍କ ଲାହୋରସ୍ଥିତ ଘର ବାହାରେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ପୁଲିସ କହିବା ମୁତାବ, ଇମ୍ରାନ୍ଙ୍କ ଜମାନ ପାର୍କ ସ୍ଥିତ ଘର ଛାତରୁ ପୁଲିସ ଉପରକୁ ଗୁଳିମାଡ କରାଯାଇଥିଲା। ଏହାପରେ ସେଠାରେ ଉପସ୍ଥିତ ପିଟିଆଇ କର୍ମୀଙ୍କ ଉପରେ ଲାଠି ମାଡ଼ ହୋଇଥିବା ପୁଲିସ କହିଛି।
ସୂଚନା ମୁତାବକ, ନିର୍ବାଚନ ଆୟୋଗ ଦାଖଲ କରିଥିବା ଅଭିଯୋଗ ସହ ଜଡିତ ପ୍ରକ୍ରିୟାରେ ଇମ୍ରାନ ଖାନ ଏଡିଏସ୍ଜେ ଜାଫର ଇକବାଲଙ୍କ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କ କାର୍କେଡ୍ରେ ସାମିଲ ଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏଥିରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଇମ୍ରାନ୍। ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି।
ଏହି ଦୁର୍ଘଟଣା ବିଷୟରେ ଇମ୍ରାନ୍ ଭିଡିଓ ଜାରି କରି ସୂଚନା ଦେବା ସହ କହିଛନ୍ତି, ‘ମୁଁ ଇସଲାମାବାଦ ପହଞ୍ଚିବା ପରେ ସୋମନେ ମୋତେ ଗିରଫ କରିବେ। ମୋତେ ଗିରଫ କରିବା ପାଇଁ ସରକାର ପୂରା ଯୋଜନା କରିଛନ୍ତି। ମୋର ଗିରଫଦାରୀ ‘ଲଣ୍ଡନ ପ୍ଲାନ’ର ଅଂଶ। ନୱାଜ ସରିଫଙ୍କ କହିବାନୁସାରେ ମୋତେ ଗିରଫ କରାଯାଉଛି। ପଞ୍ଜାବ ପୁଲିସ ଜମାନ ପାର୍କସ୍ଥିତ ମୋର ଘରେ ଚଢ଼ାଉ କରିଛି। ସେଠାରେ ବୁସରା ବେଗମ ଏକା ଅଛନ୍ତି। ଏହା କେଉଁ ନିୟମ ଅନୁଯାୟୀ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।’
ଇମ୍ରାନ ଖାନ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ନିଜ ପ୍ରଧାନମନ୍ତ୍ରୀତ୍ୱ କାଳରେ ଇମ୍ରାନ ଖାନ ବିଦେଶୀ ପ୍ରତିପକ୍ଷଙ୍କଠାରୁ ପାଇଥିବା ଉପହାରକୁ ବେନିୟମ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନର ନିର୍ବାଚନ ଆୟୋଗ ଏହି ମାମଲାରେ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଗତ ସପ୍ତାହରେ ଜାମିନ ବୀହିନ ଗିରଫ ପରୱାନା ଜାରି ହୋଇଥିବା ବେଳେ ୧୬ ତାରିଖ ପର୍ଯ୍ୟନ୍ତ ୱାରେଣ୍ଟ ସ୍ଥଗିତ ରଖାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
