Advertisment

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କ ପରଲୋକ

ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ୭୯ ବର୍ଷୀୟ ପରବେଜ ମୁଶାରଫ

ଅଦ୍ୟତନ ହୋଇଛି
Pervez Musharraf

Pervez Musharraf

Advertisment

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରବେଜ ମୁଶାରଫଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମୁଶାରଫ ରବିବାର ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

Advertisment

ମୁଶାରଫଙ୍କ ମୃତଦେହକୁ ପାକିସ୍ତାନ ନିଆଯିବ କି ନାହିଁ, ତାହା ପଡ଼ିନାହିଁ। ଯଦିଓ ତାଙ୍କ ପରିବାର ଲୋକେ ତାଙ୍କୁ ପାକିସ୍ତାନ ନେଇଯିବା ପାଇଁ ଗତ ବର୍ଷେ ହେଲା ପ୍ରୟାସ କରି ଚାଲିଥିଲେ।

ଗତ ବର୍ଷ ମୁଶାରଫଙ୍କ ଅଫିସିଆଲ୍ ଆକାଉଣ୍ଟରୁ ପରିବାର ଲୋକେ ଏକ ଟ୍ୱିଟ୍‌ କରିଥିଲେ। ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଉ ଉନ୍ନତି ପରିଲକ୍ଷିତ ହେବାର ସମ୍ଭାବନା ନାହିଁ ବୋଲି ସେମାନେ ଲେଖିଥିଲେ।

Advertisment

୨୦୦୭ ମସିହାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ନାଁ ରହିଥିଲା। ମୁଶାରଫ ୮ ବର୍ଷ ହେଲା ଦୁବାଇରେ ରହି ଆସୁଥିଲେ।

୧୯୯୯ ମସିହାରେ ନିର୍ବାଚିତ ନୱାଜ ସରିଫ୍ ସରକାରଙ୍କୁ ଗାଦିଚ୍ୟୁତ କରି କ୍ଷମତାକୁ ଆସିଥିଲେ ମୁଶାରଫ। ଏହାପରେ ୨୦୦୧ରୁ ସେ ପାକିସ୍ତାନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ ।

୧୯୯୮ ମସିହାରେ ମୁଶାରଫ୍ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ତତକାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ତାଙ୍କୁ ତିନି ସେନାର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲେ ।

୧୯୯୯ ମସିହାରେ ମୁଶାରଫ ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରିଥିଲେ। କାରଗିଲରେ ଅନୁପ୍ରବେଶ କରିବାକୁ ପାକିସ୍ତାନ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଭାରତ ଏହାର କଡ଼ା ଜବାବ ଦେଇଥିଲା। କାରଗିଲ ଯୁଦ୍ଧରେ ଭାରତର ବିଜୟ ହୋଇଥିଲା। 

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟା ମାମଲାରେ ମୁଶାରଫଙ୍କୁ ୨୦୧୬ରେ ପଳାତକ ଘୋଷଣା କରାଯାଇଥିଲା । ତା’ ପରଠାରୁ ସେ ଦୁବାଇରେ ରହି ଆସୁଥିଲେ। ୨୦୧୯ ମସିହାରେ ଦେଶଦ୍ରୋହ ମାମଲାରେ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ପରେ ଏହି ଦଣ୍ଡାଦେଶ ପ୍ରତ୍ୟାହୃତ ହୋଇଥିଲା।  

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe