Advertisment

ଗ୍ୱାଦର ପୋର୍ଟରେ ଚାଲିଥିବା ଲଢ଼େଇ ଶେଷ, ୮ ଆତଙ୍କବାଦୀ ନିହତ

ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ନହିତ ଆତଙ୍କବାଦୀମାନେ ବାଲୋଚିସ୍ତାନ ଲିବେରେସନ ଆର୍ମିର ସଦସ୍ୟ ବୋଲି ଜଣାପଡ଼ିଛି।

Attack

Attack

Advertisment

ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଗ୍ୱାଦର ପୋର୍ଟରେ ଆତଙ୍କବାଦୀମାନେ ଦୀର୍ଘ ସମୟ ଧରି ଜାରି ରଖିଥିବା ହମଲା ଶେଷ ହୋଇଛି। ବେଶ କିଛି ଘଣ୍ଟାର ବିସ୍ଫୋରଣ ଓ ଗୁଳି ବିନିମୟ ପରେ ସବୁ କିଛି ଶାନ୍ତ ହୋଇଛି।

Advertisment

ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ନହିତ ଆତଙ୍କବାଦୀମାନେ ବାଲୋଚିସ୍ତାନ ଲିବେରେସନ ଆର୍ମିର ସଦସ୍ୟ ବୋଲି ଜଣାପଡ଼ିଛି।

ଆଜି ଅପରାହ୍ନରେ କିଛି ବନ୍ଧୁକଧାରୀ ଗ୍ୱାଦର ପୋର୍ଟ ଅଥୋରିଟି କମ୍ପ୍ଲେକ୍ସରେ ଧସେଇ ପଶିଥିଲେ। ଏହାପରେ ଗୁଳି ମାଡ଼ର ଶବ୍ଦ ହୋଇଥିଲା। କିଛି ସମୟ ପରେ ବିସ୍ଫୋରଣ ଶବ୍ଦ ଲୋକମାନେ ଶୁଣିଥିଲେ। ଏହି କମ୍ପ୍ଲେକ୍ସରେ ପାସପୋର୍ଟ ଅଫିସ, ପାକିସ୍ତାନ ନିର୍ବାଚନ କମିଶନଙ୍କ ଅଫିସ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଫିସ ଗୁଡ଼ିକ ରହିଛି। ତେଣୁ ଆତଙ୍କବାଦୀମାନେ ଏହାକୁ ସିଜ କରିବାକୁ ଚାହିଁଥିଲେ।

Advertisment

ତେବେ ଆକ୍ରମଣର ଖବର ମିଳିବା ମାତ୍ରେ ପୁଲିସ୍‌ ଓ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ପୂରା ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀମାନେ କମ୍ପ୍ଲେକ୍ସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ। ବେଶ କିଛି ଘଣ୍ଟା ଧରି ଦୁଇ ପକ୍ଷଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସମସ୍ତ ୮ ଆତଙ୍କବାଦୀ ନିହତ ହୋଇଥିବା ସେନା ପକ୍ଷରୁଚ କୁହାଯାଇଛି। 

ସିନ୍ଧ ମୁଖ୍ୟମନ୍ତ୍ରୀ ସୟିଦ ମୁରାଦ ଅଲୀ ଶାହ ଘଟଣାକୁ ନିନ୍ଦା କରିଛନ୍ତି। ଏଥିସହ ସୁରକ୍ଷାକର୍ମୀଙ୍କ ଅପରେସନରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିବା ସେ କହିଛନ୍ତି।

ଗ୍ୱାଦର ପୋର୍ଟ ହେଉଛି ପାକିସ୍ତାନ-ଚାଇନା ଇକୋନୋମିକ କରିଡରର ଅଂଶ ବିଶେଷ। ଚାଇନା ବେଲ୍ଟ ଆଣ୍ଡ ରୋଡ କାର୍ଯ୍ୟକ୍ରମ ଜରିଆରେ ପ୍ରାକୃତିକ ସମ୍ପଦରେ ଭରପୂର ବାଲୋଚିସ୍ତାନରେ ବିପୁଳ ଅର୍ଥ ନିବେଶ କରିଛି। ସେହିପରି ଚାଇନା ଟଙ୍କା ଖର୍ଚ୍ଚ କରି ଗ୍ୱାଦର ପୋର୍ଟକୁ ବିକଶିତ କରୁଛି।

ତେବେ ଚାଇନା ନିବେଶ କରିଥିବା ସ୍ଥାନରେ ବାରମ୍ବାର ଆତଙ୍କୀ ହମଲା ବେଜିଂକୁ ଚିନ୍ତାରେ ପକାଇଛି। ପାକିସ୍ତାନ ହମଲା ସତ୍ତ୍ୱେ କରିଡର ପ୍ରକଳ୍ପ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି।

Pakistan Terror Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe