Advertisment

ପାକିସ୍ତାନର ଗୋଟେ ଅଣ୍ଡାକୁ ୨୧ ଟଙ୍କା

ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫରୁ ଲୋନ କରିଥିବା କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି।

egg

egg

Advertisment

ପାକିସ୍ତାନରେ ସ୍ଥିତି ଭୟଙ୍କର । କ୍ଷୀର ଦାମ ୨୧୦ ଟଙ୍କା ରହିଥିବା ବେଳେ ଚିକେନ ଦାମ୍‌ ୯୦୦ ଟଙ୍କାରେ ପହଞ୍ଚିଛି । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫରୁ ଲୋନ କରିଥିବା କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଏପରି ପରିସ୍ଥିତି ମଧ୍ୟରେ ଦେଶର କ୍ଷୀରର ମୂଲ୍ୟ ଲିଟର ପିଛା ୧୫୦ ଟଙ୍କା ହୋଇଥିବା ବେଳେ ଚାଉଳ କିଲୋ ରହିଛି ୨୧୩ ଟଙ୍କା। ଜିନିଷ ଏତେ ମହଙ୍ଗା ହୋଇଛି ଯେ, ସାଧାରଣ ଲୋକ ପେଟ ପୋଷିବା ମୁସ୍କିଲ ହୋଇପଡିଛି । କରାଚୀ କ୍ଷୀର ରିଟେଲର ଆସୋସିଏସନ ମିଡ଼ିଆ କୋଡିନେଟର ୱାହିଦ ଗାଦି ଦାବି କରିଛନ୍ତି ଯେ, ୧୦୦୦ ରୁ ଅଧିକ ଦୋକାନୀ କ୍ଷୀର ବିକ୍ରି କରୁଛନ୍ତି । ଏଗୁଡ଼ିକ ପ୍ରକୃତରେ ହୋଲସେଲର, ଦୁଗ୍ଧ ଚାଷୀଙ୍କ ଦୋକାନ ଏବଂ ଆମର ସଦସ୍ୟ ନୁହଁନ୍ତି। ଦୁଗ୍ଧ ବ୍ୟବସାୟୀ ଏବଂ ହୋଲସେଲରଙ୍କ ଦ୍ୱାରା ଘୋଷିତ ମୂଲ୍ୟ ବୃଦ୍ଧି ଯଦି ପ୍ରତ୍ୟାବର୍ତ୍ତନ ନହୁଏ, ତେବେ ଖୁଚୁରା ବ୍ୟବସାୟୀ କ୍ଷୀର ଦାମ ୨୧୦ ଟଙ୍କାରୁ ୨୨୦ ଟଙ୍କା ପ୍ରତି ଲିଟର ବିକ୍ରି କରୁଛନ୍ତି ।

Advertisment

ସେହିପରି ଅଣ୍ଡା‌ ଗୋଟାକ ୨୧ ଟଙ୍କା ହୋଇଥିବା ବେଳେ ଚିକେନ୍‌ କିଲୋ ୫୫୦ ଟଙ୍କା, କମଳା କିଲୋ ୧୬୯ ଟଙ୍କା, ଆଳୁ କିଲୋ ୬୬ ଟଙ୍କା ଓ ଟମାଟର୍‌ କିଲୋ ୧୨୬ ଟଙ୍କା ରହିଛି। ପାକିସ୍ତାନର ବିଦେଶୀ ଋଣ ୯୭ ବିଲିୟନ୍‌ ଡଲାରରୁ ଅଧିକ ରହିଛି, ଯେଉଁଥିରେ ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ, ବିଭିନ୍ନ ଦେଶ, ବିଦେଶୀ ବାଣିଜ୍ୟିକ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ବଣ୍ଡ ବଜାର ଅନ୍ତର୍ଭୁକ୍ତ। ଏହା ଦେଶର ଜିଡିପିର ୮୦ ପ୍ରତିଶତ ଅଟେ। କୁକୁଡ଼ାମାନଙ୍କୁ ଦିଆଯାଉଥିବା ଶସ୍ୟ ମଧ୍ୟ ମହଙ୍ଗା ହେଇଛି। ମଣିଷ ଖାଇବାକୁ ପାଉ ନଥିବା ବେଳେ ପାକିସ୍ତାନରେ କୁକୁଡ଼ାମାନଙ୍କୁ ଦିଆଯାଉଥିବା ଶସ୍ୟ ମଧ୍ୟ ମହଙ୍ଗା ହୋଇଛି।

୫୦ କିଲୋଗ୍ରାମ ଶସ୍ୟ ପାଇଁ ୭,୨୦୦ ଟଙ୍କା ଦେବାକୁ ପଡିବ । ଯେଉଁଥିପାଇଁ ଚିକେନ ଦାମ୍‌ ବୃଦ୍ଧି ପାଇଛି । ଅନ୍ୟପଟେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ବି ହ୍ରାସ ପାଇଛି। ଏବେ ଗୋଟାଏ ଡଲାର ମୂଲ୍ୟ ପାକିସ୍ତାନୀ ଟଙ୍କା ୨୭୭.୭୧ ସହ ସମାନ ହେବ। ତେବେ ଯେଉଁଭଳି ଭାବେ ପାକିସ୍ତାନ ଋଣଭାରରେ ବୁଡ଼ିବାରେ ଲାଗିଛି, ନିଜକୁ ନିଜେ ଦେବାଳିଆ ଘୋଷଣା କରିବା ବ୍ୟତୀତ ପାକିସ୍ତାନ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ।

Advertisment
Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe