Advertisment

ପାକିସ୍ତାନ ସ୍ଥିତି ବେହାଲ: ଇତିହାସରେ ପ୍ରଥମଥର ୩୦୦ ପାର କଲା ତୈଳ ଦର

ବର୍ତ୍ତମାନ ପାକିସ୍ତାନର କାମଚଳା ସରକାର ପ୍ରଧାନମନ୍ତ୍ରୀ ଅନୱର ହକ କକର ପେଟ୍ରୋଲ ଦାମ ଲିଟର ପିଛା ୧୪.୯୧ ଟଙ୍କା ଓ ହାଇସ୍ପିଡ ଡିଜେଲର ଲିଟର ପିଛା ଦାମ ୧୮.୪୪ ଟଙ୍କା ମହଙ୍ଗା କରିଛନ୍ତି।

Pakistan

Pakistan

Advertisment

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଏବେ ଆହୁରି ଖରାପ ହୋଇଛି। ଦେଶରେ ବିଜୁଳି ଦର ହୁହୁ ହୋଇ ବଢ଼ୁଥିବା ବେଳେ ଅନେକ ସ୍ଥାନରେ ଲୋକମାନେ ବାଧ୍ୟ ହୋଇ ଅନ୍ଧାରରେ ରହୁଛନ୍ତି। ବିଜୁଳି ଦର ବଢ଼ିବା ଓ ଆର୍ଥିକ ଦୂରାବସ୍ଥା ଯୋଗୁ ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦର ନୂଆ ରେକର୍ଡ କରିଛି। ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ତୈଳ ଦର ୩୦୦ ପାକିସ୍ତାନ ମୁଦ୍ରା ପାର କରିଛି। ଦର ବୃଦ୍ଧି ପାକିସ୍ତାନବାସୀଙ୍କ ମେରୁଦଣ୍ଡକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛି।

Advertisment

ବର୍ତ୍ତମାନ ପାକିସ୍ତାନର କାମଚଳା ସରକାର ପ୍ରଧାନମନ୍ତ୍ରୀ ଅନୱର ହକ କକର ପେଟ୍ରୋଲ ଦାମ ଲିଟର ପିଛା ୧୪.୯୧ ଟଙ୍କା ଓ ହାଇସ୍ପିଡ ଡିଜେଲର ଲିଟର ପିଛା ଦାମ ୧୮.୪୪ ଟଙ୍କା ମହଙ୍ଗା କରିଛନ୍ତି। ବର୍ଦ୍ଧିତ ଦର ପରେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୩୦୫.୩୬ ଓ ଡିଜେଲ ଲିଟର ପିଛା ୩୧୧.୮୪ ଟଙ୍କାରେ ବିକ୍ରି ହେବାରେ ଲାଗିଛି।

ପାକିସ୍ତାନ ସରକାର ଗୋଟିଏ ବିବୃତିରେ କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଦାମ ବଢ଼ିଥିବା ବେଳେ ମୁଦ୍ରା ବଦଳରେ ଥିବା ତାରତମ୍ୟ ଯୋଗୁ ସରକାର ବାଧ୍ୟ ହୋଇ ତୈଳ ଦଳ ମହଙ୍ଗା କରିଛନ୍ତି। ତେବେ ସରକାରଙ୍କ ଏପରି ଆଭିମୁଖ୍ୟକୁ ଲୋକମାନେ ଜୋରଦାର ବିରୋଧ କରିଛନ୍ତି।

Advertisment

ନିକଟରେ ଶତାଧିକ ଲୋକ ବିଜୁଳି ବିଲ୍‌ ବୃଦ୍ଧି ବିରୋଧରେ ବିଶାଳ ବିକ୍ଷୋଭ କରିଥିଲେ। ମୁଲତାନ, ଲାହୋର ଓ କରାଚି ଠାରେ ଶତାଧିକ ଲୋକ ଏକାଠି ହୋଇ ଦର ବୃଦ୍ଧି ବିରୋଧରେ ନାରାବାଜୀ କରିଥିଲେ। ସେମାନେ ନିଜ ନିଜର ବିଜୁଳି ବିଲ୍‌କୁ ପୋଡ଼ି ଥିଲେ।

ବିଜୁଳି ବିତରଣକାରୀ କମ୍ପାନୀର ଅଧିକାରୀମାନଙ୍କ ଘେରାର ମଧ୍ୟ କରିଥିଲେ। ସରକାର ଲୋକଙ୍କ ଆକ୍ରୋଶ ଦେଖି ବୈଠକ କରିଥିଲେ ମଧ୍ୟ ଏଯାଏ କୌଣସି ପ୍ରକାରର ସୁଫଳ ମିଳି ନାହିଁ। ବରଂ ତୈଳ ଦର ବୃଦ୍ଧି ହୋଇଛି।

ଗୋଟିଏ ପଟେ ପାକିସ୍ତାନ ରାଜନୀତିକ ଅସ୍ଥିରତା ମଧ୍ୟରେ ଗତି କରୁଥିବା ବେଳେ ଅନ୍ୟପଟେ ଅର୍ଥନୀତିକ ସଙ୍କଟ ସ୍ଥିତିକୁ ପୂରା ବେହାଲ କରି ଦେଇଛି। ଦେଶରେ ମୁଦ୍ରାସ୍ଫୀତି ବା ମହଙ୍ଗା ଦର ୨୧.୩% ରହିଛି। ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। ତେଣୁ ସ୍ଥିତି ଆଗକୁ ଆହୁରି ବିଗିଡ଼ିବାର ଆଶଙ୍କା ପ୍ରକାଶ ପାଇଛି।

Pakistan Petrol Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe