Advertisment

ଜାତିସଂଘରେ ନୀରବ ପ୍ରାର୍ଥନା କଲେ ପାକିସ୍ତାନ ପ୍ରତିନିଧି, କିନ୍ତୁ ଇସ୍ରାଏଲ ପୀଡ଼ିତଙ୍କୁ ଭୁଲି ଗଲେ

ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏଥିରେ ଉଭୟ ପକ୍ଷରୁ ହଜାର ହଜାର ପ୍ରାଣ ହରାଇବାରେ ଲାଗିଛନ୍ତି। ଏନେଇ ମେହଦି ଚିନ୍ତା ପ୍ରକଟ କରିଛନ୍ତି।

author-image
Hemant Lenka
Pakistan

Pakistan

ମିଳିତ ଜାତିସଂଘର ମାନବାଧିକାର ପରିଷଦ(ୟୁଏନଏଚ୍‌ଆରସି)କୁ ସମ୍ବୋଧନ କରିବା ବେଳେ ପାକିସ୍ତାନର ସ୍ଥାୟୀ ସଦସ୍ୟ ଜମାଣ ମେହଦି ଇସ୍ରାଏଲକୁ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏଥିରେ ଉଭୟ ପକ୍ଷରୁ ହଜାର ହଜାର ପ୍ରାଣ ହରାଇବାରେ ଲାଗିଛନ୍ତି। ଏନେଇ ମେହଦି ଚିନ୍ତା ପ୍ରକଟ କରିଛନ୍ତି।

ସେ ଇସ୍ରାଏଲ ଆକ୍ରମଣେ ପ୍ରାଣ ହରାଇଥିବା ପାଲେଷ୍ଟାଇନର ସାଧାରଣ ଲୋକଙ୍କ ପାଇଁ ଜାତିସଂଘରେ ଗୋଟିଏ ମିନିଟର ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି। ତାଙ୍କ ସହ ଅନ୍ୟ ସଦସ୍ୟମାନେ ମଧ୍ୟ ନୀରବ ପ୍ରାର୍ଥନା କରିଥିଲେ। ହେଲେ ସେ ହମାସ ଆତଙ୍କୀଙ୍କ ଆକ୍ରମଣରେ ମୃତାହତ ହୋଇଥିବା ଇସ୍ରାଏଲ ଲୋକଙ୍କୁ ଆଦୌ ସହାନୁଭୂତି ପ୍ରଦର୍ଶନ କରି ନାହାନ୍ତି।

Advertisment

ସେ କହିଛନ୍ତି, “ତଥାକଥିତ ଯୁଦ୍ଧ ଘୋଷଣା କରି ସାଧାରଣ ଲୋକ ଓ ସେମାନଙ୍କ ସମ୍ପତ୍ତି ଉପରେ ଆକ୍ରମଣ କରିବା ଅତ୍ୟନ୍ତ ଚିନ୍ତା ଜନକ। ଏପରି ଉତ୍ତେଜନାମୂଳକ ପରିସ୍ଥିତିରେ ମାନବବଳିଦାନକୁ ନେଇ ଆମେ ବ୍ୟସ୍ତ ଓ ଚିନ୍ତିତ। ଏକଥା ମୁଁ ଓଆଇସିର ଜଣେ ସଦସ୍ୟ ଭାବେ ମୁଁ କହୁଛି।”

ହମାସ ଶନିବାର ରକେଟ ମାଡ଼ କରିବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ। ଏହାପରେ ଇସ୍ରାଏଲ ସେନା ପାଲେଷ୍ଟାଇନର ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି।

ଜମାଣ ଆହୁରି କହିଛନ୍ତି, “ଆମେ ଅନୁରୋଧ କରୁଛୁ ଯେ ହିଂସା ଯୋଗୁ ପ୍ରାଣ ହରାଇଥିବା ନିରୀହ ମହିଳା, ଛୋଟ ପିଲା ଓ ବୟସ୍କମାନଙ୍କ ପାଇଁ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଉ। ବିଦେଶ ଅଧିକୃତ ପାଲେଷ୍ଟାନ ଅଞ୍ଚଳରେ ଦୀର୍ଘଦଶନ୍ଧି ଧରି ପ୍ରଭାବିତ ହୋଇ ଚାଲିଥିବା ପୀଡ଼ିତମାନଙ୍କୁ ଆମେ ମନେପକାଇବାର ଏହା ହେଉଛି ଗୋଟିଏ ସମୟ। ମୁଁ ସମସ୍ତଙ୍କୁ ପୀଡ଼ିତମାନଙ୍କ ସମ୍ମାନାର୍ଥେ ଗୋଟିଏ ମିନିଟର ନୀରବ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛି।”

ପାଲେଷ୍ଟାଇନକୁ ସମର୍ଥନ କରି ଜମାଣ ମେହଦି କହିଛନ୍ତି ଯେ ଦୀର୍ଘ ୭ ଦଶନ୍ଧିରୁ ଅଧିକ ସମୟ ଧରି ବେଆଇନ ବିଦେଶୀ ଦଖଲ, ଉତ୍ତେଜନା ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନର ଦୁଃଖଦ ଘଟଣାକୁ ଏହି ବିବାଦ ମନେ ପକାଇ ଦେଇଛି।

ବେଆଇନ ବିଦେଶୀ ଦଖଲକୁ ବନ୍ଦ କରି ସ୍ଥିତିକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନେବା ଦରକାର। ଇସ୍ରାଏଲ ଓ ପାଲେଷ୍ଟାଇନ ବିବାଦର ସମାଧାନ ପାଇଁ ସେ ଦୁଇ ପକ୍ଷଙ୍କୁ ସୁହାଇଲା ଭଳି ସଂକଳ୍ପ ସପକ୍ଷରେ ମତ ରଖିଛନ୍ତି।

Pakistan Israel-Palestine Conflict