/odisha-reporter/media/media_files/2025/10/04/pakistan-2025-10-04-16-06-23.jpg)
ପାକିସ୍ତାନ
ମୁଣ୍ଡ ବିକିବା ପାଇଁ ପ୍ରସ୍ତୁତ ପାକିସ୍ତାନ। କିନ୍ତୁ ପାକିସ୍ତାନର ଅଫରକୁ କେହି ବି ଗ୍ରହଣ କରୁ ନାହାନ୍ତି। ଆତଙ୍କବାଦ ନିଶାରେ ବୁଡ଼ି ରହିଥିବା ପାକିସ୍ତାନ ସ୍ଥିତି ଏବେ ଅତ୍ୟନ୍ତ ଜିଟିଳ। ଚିନ୍ତାରେ ସାଧାରଣ ଲୋକ। ହେଲେ ସରକାର ଆତଙ୍କବାଦୀଙ୍କ ପ୍ରେମରେ ଉବୁଟୁବୁ। ଆତଙ୍କୀ ପ୍ରେମ ଆଗରେ ପାକିସ୍ତାନ ସରକାରଙ୍କ ଆଖି ବନ୍ଦ ହୋଇ ଯାଇଛି। ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନରୁ ଗୋଟିଏ ପରେ ଗୋଟିଏ ବଡ଼ କମ୍ପାନୀ ବିଦାୟ ନେବାରେ ଲାଗିଛନ୍ତି।
ଦୀର୍ଘ ୩ ଦଶନ୍ଧି ଧରି ବ୍ୟବସାୟ କରୁଥିବା ପ୍ରୋକ୍ଟର ଓ ଗାମ୍ବେଲ(P&G) ପାକିସ୍ତାନରେ ନିଜର ଦ୍ୱାର ବନ୍ଦ କରିଛି। ୨୫ ବର୍ଷ ପରେ ମାଇକ୍ରୋସଫ୍ଟ ନିଜ ଅଫିସରେ ତାଲା ପକାଇଛି। ଶେଲ ନିଜକୁ ବିକ୍ରି କରି ଦେଇଛି। ଟେଲେନୋର, ଉବର, କାରୀମ ଓ ଫାର୍ମାସିଟ୍ୟୁକାଲ କମ୍ପାନୀ ଫାଇଜର, ବାୟେର ଓ ସାନୋଫି ମଧ୍ୟ ପାକିସ୍ତାନକୁ ବାଏବାଏ କହିଛନ୍ତି। ବଡ଼ବଡ଼ କମ୍ପାନୀଗୁଡ଼ିକର ଏପରି ପଳାୟନ ଅତ୍ୟନ୍ତ ଅପ୍ରତ୍ୟାଶିତ। ହେଲେ ବର୍ତ୍ତା ସ୍ପଷ୍ଟ- ପାକିସ୍ତାନ ସରକାରଙ୍କ ପାଇଁ ଏହି ସମସ୍ୟା ଆଦୌ ମୂଲ୍ୟ ରଖୁନାହିଁ।
ବଡ଼ବଡ଼ କମ୍ପାନୀ ଚାଲି ଯାଉଥିବାରୁ ସାଧାରଣ ଲୋକ ଚିନ୍ତାରେ ରହିଛନ୍ତି। ମାର୍କେଟ ଭୁଶୁଡ଼ିବା ସ୍ଥିତିରେ ରହିଛି। ତଥାପି ପାକିସ୍ତାନ ଗୋଟିଏ ହତାଶ ଜମିଦାର ଭଳି ନିଜର ଜମି ବିକ୍ରି କରିବାରେ ଲାଗିଛି। ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ପାକିସ୍ତାନର କୌଣସି ନିଘା ନାହିଁ।
ଗୱାଦରା ପୋର୍ଟ ସମେତ ବାଲୋଚିସ୍ତାନର ୨ ହଜାରରୁ ଅଧିକ ଏକର ଜମି ପାକିସ୍ତାନ ପକ୍ଷରୁ ୪୦ ବର୍ଷ ପାଇଁ ଚାଇନାକୁ ଲିଜ୍ରେ ଦିଆଯାଇ ସାରିଛି। ଚାଇନା-ପାକିସ୍ତାନ ଇକୋନୋମିକ କରିଡର ଡିଲ ଅଧୀନରେ ଇସଲାମାବାଦ ଏପରି ପଦକ୍ଷେପ ନେଇଛି। ଟିକସ ଛାଡ଼ ଓ ଅପରେସନ ନିୟନ୍ତ୍ରଣ ଦାୟିତ୍ୱ ପାଇକାରୀ ଦରରେ ହସ୍ତାନ୍ତର କରାଯାଇଛି। ଅସ୍ଥିତ୍ୱ ପାଇଁ ସାର୍ବଭୌମତ୍ୱ ସାଲିସ କରିଛି ପାକିସ୍ତାନ।
ଏବେ ପୂରା ଖେଳରେ ପ୍ରବେଶ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ୨୦୨୫ରେ ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିରଳ ମୃତ୍ତିକା ମିନେରାଲ ଭେଳିକି ଦେଖାଇଥିଲା। ବାଲୋଚିସ୍ତାନର ଏହି ବିରଳ ମୃତ୍ତିକାକୁ ଦେଖାଇ ଟ୍ରମ୍ପଙ୍କୁ ପାକିସ୍ତାନ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି। ପାକିସ୍ତାନର ସେନା ବାହିନନୀ ନିୟନ୍ତ୍ରିତ ଫ୍ରଣ୍ଟିଅର ୱାର୍କସ ଅର୍ଗାନାଇଜେସନ ଓ ମିସୋରୀ ଭିତ୍ତିକ ଆମେରିକା ଷ୍ଟ୍ରାଟେଜିକ ମେଟାଲ୍ସ ମଧ୍ୟରେ ୫୦୦ ମିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଟ୍ରମ୍ପ କଲମ ଧରି ଆସିଲେ ଓ ପାକିସ୍ତାନ ତାଙ୍କୁ ନିଜର ମିନେରାଲ ସମ୍ପତ୍ତିର ଚାବି ଧରାଇ ଦେଲା। ସେ ଚାଇନାକୁ ପଛରେ ପକାଇ ଏବେ ସବୁଠାରୁ ବଡ଼ ଜମି ହଡ଼ପକାରୀ ବନି ଯାଇଛନ୍ତି।
କର୍ପୋରେଟ ପଳାୟନର କାରଣ ବହୁତ ପୁରୁଣା। ରାଜନୀତିକ ଅସ୍ଥିରତା ଯୋଗୁ ବଦଳୁ ଥିବା ପ୍ରତିଟି ସରକାର ନିଜକୁ ସୁହାଇଲା ଭଳି ନିୟମକୁ ନୂଆ କରି ଲେଖି ଚାଲିଛନ୍ତି। ଅଲଗା ଅଲଗା ୩୦ଟି କର୍ପୋରେଟ ଟିକସ ପ୍ରଶାସନିକ କ୍ଷେତ୍ରରେ ଦୁଃସ୍ୱପ୍ନ ସୃଷ୍ଟି କରୁଛି। ଶକ୍ତି ସଙ୍କଟ, ସୁରକ୍ଷା ସଂକ୍ରାନ୍ତ ବିପଦ ଓ ଭିତ୍ତିଭୂମିର ଅଭାବ ଏହି ଦୁଃଖକୁ ଆହୁରି ବଢ଼ାଇ ଦେଉଛି।
କିନ୍ତୁ ସବୁଠାରୁ ବଡ଼ ଝଟକା ହେଉଛି ଉପଭୋକ୍ତାଙ୍କ ଚାହିଦାରେ ହ୍ରାସ। ପାକିସ୍ତାନର ୪୨% ଲୋକ ଗରିବ ସୀମା ରେଖା ତଳେ ରହିଛନ୍ତି। ତେଣୁ ପାକିସ୍ତାନ ଏମିତି ଏକ ମାର୍କେଟରେ ପରିଣତ ହୋଇ ଯାଇଛି, ଯେଉଁଠାରେ ବ୍ୟବସାୟ କରିବା ବଡ଼ ମୁସ୍କିଲ ହୋଇଯାଇଛି।
ପାକିସ୍ତାନ(ଢPakistan)ର ସ୍ଥିତି ପଡ଼ୋଶୀଙ୍କ ସହ ତୁଳନାରେ ଅତ୍ୟନ୍ତ ଗମ୍ଭୀର। ଭିଏତନାମ ଏଫଡିଆଇ ଜରିଆରେ ୨୩ ବିଲିୟନ ଡଲାରର ଆକୃଷ୍ଟ କରିପାରିଛି। ଭାରତ ୭୦ ବିଲୟନ ଡଲାର ଏଫଡିଆ ହାସଲ କରିଛି। ବାଂଲାଦେଶ ୩.୪ ବିଲୟନ ଏଫଡିଆଇ ପାଇଛି। କିନ୍ତୁ ପାକିସ୍ତାନ ନିରାଶଜନକ ଭାବେ କେବଳ ୬୮୩ ମିଲିୟନ ଡଲାର ନିବେଶ ହାସଲ କରିବାକୁ ସକ୍ଷମ ହୋଇଛି। ୨୧୬ ମିଲିୟନ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନ ନିବେଶ ପାଇଁ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିବା କଥା। କିନ୍ତୁ ପାକିସ୍ତାନ ସ୍ଥିତି ପୂରା ଓଲଟା।
ପାକିସ୍ତାନର ବାଲୋଚିସ୍ତାନ ସ୍ଥିତି ଆହୁରି ଦୟନୀୟ। ବାଲୋଚିସ୍ତାନ ନିଜର ପ୍ରାକୃତିକ ସମ୍ପଦ ପାଇଁ ବେଶ ପରିଚିତ। କିନ୍ତୁ ଏହି ଅଞ୍ଚଳର ସବୁଠାରୁ ଅବହେଳିତ। ଏଠାକାର ପୋର୍ଟକୁ ଲିଜରେ ଦିଆଯାଇଛି, ଖଣିକୁ ଖାଲି କରି ଦିଆଯାଉଛି। ଖଣିଜ ସମ୍ପଦକୁ ଆମେରିକା ଓ ଚାଇନାକୁ ମିଳିବ ବୋଲି ପାକିସ୍ତାନ ପ୍ରତିଶ୍ରୁତି ଦେଇଛି। ଏତେ ସବୁ ସତ୍ତ୍ୱେ ସ୍ଥାନୀୟ ଲୋକ କୌଣସି ଲାଭ ପାଉ ନାହାନ୍ତି। ସେମାନଙ୍କ ଜମି ଚାଲି ଯାଉଥିବା ବେଳେ ସେମାନେ ସୁଯୋଗକୁ ବଞ୍ଚିତ ହେବାରେ ଲାଗିଛନ୍ତି।
ପାକିସ୍ତାନ ସରକାର ନିଜ ଦେଶକୁ ଗୋଟିଏ ମାର୍କେଟ ଭାବେ ବିକ୍ରି କରିପାରିବେ ନାହିଁ। କିନ୍ତୁ ସରକାର ନିଜ ଜମିକୁ ବିକ୍ରି କରିପାରିବେ। ଏହି ରଣନୀତି କେତି ଦିନ ତିଷ୍ଟିବ ତାହା ପ୍ରଶ୍ନ ନୁହେଁ, ବରଂ ପ୍ରଶ୍ନ ହେଲା-ଯେତେବେଳେ ମାଟି ଶେଷ ହୋଇଯିବ, ସେତେବେଳେ ଆଉ କ’ଣ ରହିଥିବ?
ଦୁଇ ବର୍ଷ ତଳେ ମାଗଣା ଅଟା ବଣ୍ଟା ଯିବା ବେଳେ ପାକିସ୍ତାନର ବିଭିନ୍ନ ସହରରେ ଲୋକଙ୍କ ମଧ୍ୟରେ କେମିତି ଦଳାଚକଟା ହୋଇଥିଲା, ତା’ର ଭିଡିଓ ବେଶ ଭାଇରାଲ ହୋଇଥିଲା। ଏହା ପାକିସ୍ତାନର କାଙ୍ଗାଳ ଓ ଦୟନୀୟ ଅର୍ଥନୀତିର ଚିତ୍ର ବଖାଣି ଥିଲା। ଦୁଇ ବର୍ଷ ତଳେ ଯାହା ସ୍ଥିତି ଥିଲା ଏବେ ବି ସେଥିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ।
ଏବେ ଏକାଧିକ ବଡ଼ବଡ଼ କମ୍ପାନୀ ପାକିସ୍ତାନରୁ ପଳାୟନ କରୁଥିବାରୁ ସାଧାରଣ ଲୋକ ଚିନ୍ତାରେ ପଡ଼ି ଯାଇଛନ୍ତି। ସେମାନଙ୍କର ଅତି ପସନ୍ଦର ଜିଲେଟ ରଜୋର ଓ ହେଡ ଆଣ୍ଡ ଶୋଲଡର ଶ୍ୟାମ୍ପୁ ଠାରୁ ଆରମ୍ଭ କରି ଅନେକ ଜିନିଷର ଅଭାବ ଅନୁଭବ କରିବାର ଆଶଙ୍କା କରିଛନ୍ତି।
ଚଳିତ ସପ୍ତାହରେ ଆମେରିକା ଭିତ୍ତିକ ପ୍ରୋକ୍ଟର ଓ ଗାମ୍ବେଲ(P&G) ପାକିସ୍ତାନରେ ଆଉ ବ୍ୟବସାୟ କରିବ ନାହିଁ ବୋଲି ଘୋଷଣା କରିଛି। P&G ଘରୋଇ ଜିନିଷପତ୍ର ସହ ବିଉଟି ଓ ମୁଖ ଯତ୍ନ ଭଳି ଜିନିଷ ପାକିସ୍ତାନରେ ବିକ୍ରି କରେ। P&G ପାକିସ୍ତାନର ସମସ୍ତ ଉତ୍ପାଦନ ଓ ବ୍ୟବସାୟ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି। ଏହା ମଧ୍ୟରେ କମ୍ପାନୀର ଜିଲେଟ ପାକିସ୍ତାନ ବି ରହିଛି। ଅର୍ଥାତ ପାକିସ୍ତାନରେ ଆଉ ଜିଲେଟ ରଜୋର ଉପଲବ୍ଧ ହେବନାହିଁ।
ପାକିସ୍ତାନରେ ସାବୁନ, ଡିଟର୍ଜେଣ୍ଟ, ଶେଭିଂ କ୍ରିମ୍ସ ଭଳି ଜରୁରୀ ଜିନିଷର ଅଭାବ ଦେଖାଯିବାର ଆଶଙ୍କା କରିଛନ୍ତି ସାଧାରଣ ଲୋକ। P&G ୧୯୯୧ରେ ପାକିସ୍ତାନ ମାର୍କେଟରେ ପ୍ରବେଶ କରିଥିଲା। ମାତ୍ର କିଛି ବର୍ଷ ମଧ୍ୟରେ ଏହା ପାକିସ୍ତାନର ସବୁଠାରୁ ବଡ଼ ଲୋକପ୍ରିୟ କମ୍ପାନୀରେ ପରିଣତ ହୋଇଥିଲା। ଲୋକଙ୍କୁ ପକେଟକୁ ସୁହାଇଲା ଭଳି ଜିନିଷ କମ୍ପାନୀ ଯୋଗାଇଥିଲା।
ସମୟକ୍ରମେ Head & Shoulders, Pantene, Tide, Oral-B, Gillette, Old Spice, Ariel ଘରେଘରେ ପରିଚିତ ହୋଇଥିଲା। ଏବେ କମ୍ପାନୀ ନିଜର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାରୁ ପାକିସ୍ତାନୀ ଚିନ୍ତାରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
